ଭୁବନେଶ୍ୱର ପଟିଆରେ ୨ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗର ତନାଘନା ତଦନ୍ତ, ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ରେଡ୍‌ ଜାରି

ଭୁବନେଶ୍ୱର(କେନ୍ୟୁଜ): ଭୁବନେଶ୍ୱର ପଟିଆରେ ୨ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗର ତନାଘନା ତଦନ୍ତ । ପରିବାର ଲୋକଙ୍କ ଅଭିଯୋଗ ପରେ ଚାଲିଛି । ୨ ଅଭିଯୁକ୍ତଙ୍କୁ ଖୋଜିଛି ରେଳବାଇ ଥାନା ପୋଲିସ୍ । ସେମାନଙ୍କୁ ଚିହ୍ନଟ କରାଯାଇଛି । ମାଛ ଦୋକାନରେ କାମ କରୁଥିଲେ । ସ୍ଥାନୀୟ ଅଞ୍ଚଳରେ ରହୁଥିଲେ ଅଭିଯୁକ୍ତ । ପୀଡ଼ିତାଙ୍କୁ ଅଭିଯୁକ୍ତମାନେ ପୂର୍ବରୁ ଜାଣିଥିବା ସୂଚନା ମିଳିଛି । ସେମାନଙ୍କୁ ଧରିବା ପାଇଁ ଜିଆରପି ୪ଟି ଟିମ୍‌ ଗଠନ କରିଛି । ବିଭିନ୍ନ ସ୍ଥାନରେ ଜାରି ରହିଛି ରେଡ୍‌ । ସିଆରପିସି ଧାରା ୧୬୧ରେ ପୀଡ଼ିତାଙ୍କର ବୟାନ ରେକର୍ଡ କରିଛି ଜିଆରପି ।

ଆଜି ସେମାନଙ୍କର ଡାକ୍ତରୀ ମାଇନା କରିବା ସହ ଘଟଣାସ୍ଥଳକୁ ନେଇ କ୍ରାଇମ ସିନ୍‌ ଦେଖିବ ଜିଆରପି । ଘଟଣାସ୍ଥଳରେ ଖୋଳତାଡ କରିଛନ୍ତି ଜିଆରପି, ଇନ୍‌ଫୋସିଟି ଓ ଚାଇଲ୍‌ଡ ଲାଇନ୍‌ ସଦସ୍ୟ । ସୋମବାର ରାତିରେ ପଟିଆ ଷ୍ଟେସନ ଅଞ୍ଚଳରେ ୨ ନାବାଳିକାଙ୍କୁ ଅପହରଣ ପରେ ଗଣଦୁଷ୍କର୍ମ ଅଭିଯୋଗ ହୋଇଥିଲା । ପୀଡ଼ିତାଙ୍କ ବୟସ ୧୨ ଓ ୧୪ ବର୍ଷ ।

ଅଭିଯୋଗ ହୋଇଛି ସୋମବାର ଦୁଇ ନାବାଳିକା ପଟିଆ ଷ୍ଟେସନ ଅଞ୍ଚଳକୁ ବୁଲିବା ପାଇଁ ଆସିଥିଲେ । ସେଠାରୁ ସେମାନଙ୍କୁ ଟେକି ନେଇଥିଲେ ୨ ଜଣ ଦୁର୍ବୃତ୍ତ । ରେଳବାଇ ଓଭରବ୍ରିଜ୍‌କୁ ନେଇ ଯାଇଥିଲେ ଯୁବକ । ସେଠାରେ ଦୁଇ ଜଣଙ୍କୁ ହାତ ଗୋଡ଼ ବାନ୍ଧି ସାରା ରାତି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।

ଗତକାଲି ସକାଳେ ଘରକୁ ଫେରି ପୀଡ଼ିତା ପରିବାର ଲୋକଙ୍କୁ ଜଣାଇଥିଲେ । ପଟିଆ ଷ୍ଟେସନରେ ଦୁଇ ନାବାଳିକାଙ୍କୁ ରାତି ତମାମ ଗଣଦୁଷ୍କର୍ମ କରାଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଷ୍ଟେସନରେ ଆରପିଏଫ୍‌ ପାଟ୍ରୋଲିଂ କରୁଥିବ । କେହି କେମିତି ଜାଣି ପାରିଲେ ନାହିଁ ? ନା ସେଠାରେ ରେଲେଓ୍ଵ ପୋଲିସ କର୍ମଚାରୀ ରହୁ ନାହାନ୍ତି । ଯାହାର ଫାଇଦା ନେଇ ଅସାମାଜିକ ଯୁବକ ଏଭଳି ନରକୀୟ କାଣ୍ଡ ଘଟାଇଲେ । ଏମିତି ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.