Below header

ଗଜପତି: କାର୍ ସାଇଡ କରିବାକୁ ନେଇ ଗଣ୍ଡଗୋଳ, ପୁଅକୁ ବଞ୍ଚାଇବାକୁ ଆସି ଗଲା ବାପାଙ୍କ ଜୀବନ

ଗଜପତି (କେନ୍ୟୁଜ): କାର୍‌ ସାଇଡ୍‌ କରିବାକୁ ନେଇ ଗଣ୍ଡଗୋଳ। ପୁଅକୁ ବଞ୍ଚାଇବାକୁ ଆସି ଗଲା ବାପାଙ୍କ ଜୀବନ। ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗୁଲା ସାହିରେ ଏହି ଅଭାବନୀୟ ଘଟଣା ଘଟିଛି । ମୃତକ ହେଉଛନ୍ତି ଏସ୍‌ ଶ୍ରୀନିବାସ ରାଓ। ପୁଅ ଜଗଦୀଶ ରାଓ ଆହତ ହୋଇଛନ୍ତି ।

ଗତକାଲି ସଂଧ୍ୟାରେ କିଛି ଯୁବକ ଜଗଦୀଶଙ୍କୁ ଘର ଦାଣ୍ଡରେ ଥିବା କାରଟିକୁ ସାଇଡ କରିବାକୁ କହିଥିଲେ । ତେବେ କାରଟି ଖରାପ ଥିବାରୁ ସାଇଡ କରିପାରିନଥିଲେ ଜଗଦୀଶ । ଏଥିରେ ଉତକ୍ଷିପ୍ତ ହୋଇ ପ୍ରାୟ ୧୦ ଜଣ ଯୁବକ ଜଗଦୀଶଙ୍କୁ ମାରପିଟ କରିବା ସହ ଗାଡି ଭଙ୍ଗାରୁଜା କରିଥିଲେ । ପୁଅକୁ ମାଡ ମାରୁଥିବା ବେଳେ ବଞ୍ଚାଇବାକୁ ଆସି ବାପା ଗୁରୁତର ଆହତ ହୋଇଥିଲେ। ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ପାରଳାଖେମୁଣ୍ଡି ଥାନା ପୋଲିସ୍‌ ଏକ ମାମଲା ରୁଜୁ କରି ତଦନ୍ତ କରୁଛି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.