ଭଦ୍ରକ: ନଦୀରେ ବୁଡି ଯାଉଥିବା ବେଳେ ଶିଶୁୁକୁ ଉଦ୍ଧାର କଲେ ଗ୍ରାମବାସୀ, ଉପଯୁକ୍ତ ଚିକିତ୍ସା ଅଭାବରୁ ମୃତ୍ୟୁ ଅଭିଯୋଗ

ଭଦ୍ରକ : ନଦୀରେ ପଡି ବୁଡି ଯାଉଥିବା ବେଳେ ଶିଶୁକୁ ଉଦ୍ଧାର କରିଥିଲେ ଗ୍ରାମବାସୀ । ହେଲେ ଉପଯୁକ୍ତ ଚିକିତ୍ସା ଅଭାବରୁ ଶିଶୁଟିର ମୃତ୍ୟୁ ହୋଇଛି । ଭଦ୍ରକ ଧାମନଗର ଦିନାଜିପୁର ଗାଁରେ ବୁଦ୍ଧଦେବ ରାଉତଙ୍କ ୭ ବର୍ଷର ପୁଅ ସ୍କୁଲରୁ ଆସି ଖେଳୁଥିବା ବେଳେ ନଦୀତୁଠରେ ଗୋଡ ଖସି ଯାଇ ଭାସିଯାଇଥିଲେ । ଗର୍ଶଲୋକ ତାକୁ ଉଦ୍ଧାର କରି ଅସୁରାଳି ଡାକ୍ତରଖାନାକୁ ଆଣିଥିଲେ । ହେଲେ ଡାକ୍ତର କି ଫାର୍ମାସିଷ୍ଟ କେହି ନଥିଲେ । ଡାକ୍ତରଖାନା ତାଲା ପଡିଥିଲା । ୨ ଘଣ୍ଟା ପରେ ଆମ୍ବୁଲାନସ ଆସିଥିଲା, ସେତେବେଳକୁ ପିଲାଟିର ମୃତ୍ୟୁ ହୋଇଯାଇଥିଲା ।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.