ବାଣପୁର ମେଡିକାଲରେ ରୋଗୀକୁ ଇଞ୍ଜେକ୍ସନ ଦେବା ପରେ ମୃତ୍ୟୁ ହୋଇଥିବା ଅଭିଯୋଗ, ପରିବାର ଲୋକେ କହିଲେ ଭୂଲ ଇଞ୍ଜେକ୍ସନ ଲାଗି ଜୀବନ ଯାଇଛି
ମୃତକ କୋଳଥଡିହ ଗ୍ରାମର ପାଣ୍ଡ ନାୟକ (୫୫), ଯିଏ କି ବାଣପୁର ଥାନାରେ ଗ୍ରାମରକ୍ଷୀ ଭାବେ କାର୍ଯ୍ଯରତ ଥିଲେ। ଏ ନେଇ ମେଡିକାଲ ଇନଚାର୍ଜ ଡ଼ା ରମାକାନ୍ତ ନାୟକଙ୍କୁ ପଚାରିବାରୁ ସେ କହିଥିଲେ ଡାକ୍ତରଙ୍କ ପରାମର୍ଶ କ୍ରମେ ରୋଗୀଙ୍କୁ ଆଣ୍ଟିବାଓଟିକ ଇଞ୍ଜେକ୍ସନ ଦିଆଯାଇଥିଲା।

ଟାଙ୍ଗୀ(କେନ୍ୟୁଜ୍): ଆଜି ଖୋରଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ବାଣପୁର ମେଡିକାଲରେ ଜଣେ ରୋଗୀଙ୍କୁ ଇଞ୍ଜେକ୍ସନ ଦେବା ପରେ ତାଙ୍କ ମୃତ୍ୟୁ ହୋଇଥିବାର ଅଭିଯୋଗ ହୋଇଛି। ମୃତକ କୋଳଥଡିହ ଗ୍ରାମର ପାଣ୍ଡ ନାୟକ (୫୫), ଯିଏ କି ବାଣପୁର ଥାନାରେ ଗ୍ରାମରକ୍ଷୀ ଭାବେ କାର୍ଯ୍ଯରତ ଥିଲେ। ଏ ନେଇ ମେଡିକାଲ ଇନଚାର୍ଜ ଡ଼ା ରମାକାନ୍ତ ନାୟକଙ୍କୁ ପଚାରିବାରୁ ସେ କହିଥିଲେ ଡାକ୍ତରଙ୍କ ପରାମର୍ଶ କ୍ରମେ ରୋଗୀଙ୍କୁ ଆଣ୍ଟିବାଓଟିକ ଇଞ୍ଜେକ୍ସନ ଦିଆଯାଇଥିଲା।
ମୃତ୍ୟୁର କାରଣ ଶବ ବେବଚ୍ଛେଦ ରିପୋର୍ଟ ଆସିବା ପରେ ଜଣାପଡିବ ବୋଲି କହିଛନ୍ତି। ଆଜି ସକାଳେ ରମାକାନ୍ତ ନିଜ ସାଇକେଲ ଯୋଗେ ବାଣପୁର ମେଡିକାଲକୁ ଚିକିତ୍ସା ପାଇଁ ଆସିଥିଲେ। ତେବେ ଡାକ୍ତର ତାଙ୍କୁ ଏକ ଇଞ୍ଜେକ୍ସନ ନେବା ପାଇଁ ପ୍ରେସକ୍ରିପସନରେ ଲେଖିଥିଲେ। ପ୍ରେସକ୍ରିପସନ ଅନୁଯାୟୀ ମେଡିକାଲ ନର୍ସ ଇଞ୍ଜେକେସନ ଦେବା କିଛି ସମୟ ପରେ ସେହି ମେଡିକାଲରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ରୋଗୀଙ୍କ ସ୍ତ୍ରୀଙ୍କ ଅଭିଯୋଗ କରିଛନ୍ତି ଯେ ଭୂଲ ଇଞ୍ଜେକେସନ ଲାଗି ତାଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଥିବା ବେଳେ ମେଡିକାଲରେ ପୋଲିସ ମୁତୟନ ଅଛନ୍ତି।