ଲଢୁଆ ଯୁଦ୍ଧ ବିମାନରେ ଉଡ଼ିଲେ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ, ୩୦ ମିନିଟ ଧରି ଆକାଶରେ ଉଡ଼ିଲେ

ବାୟୁସେନାର ଲଢୁଆ ଯୁଦ୍ଧ ବିମାନରେ ଉଡ଼ିଲେ ରାଷ୍ଟ୍ରପତି । ଆଜି ଆସାମ ତେଜପୁର ଏୟାରଫୋର୍ସ ଷ୍ଟେସନରୁ ସୁଖୋଇ-30ରେ ଉଡିଛନ୍ତି ରାଷ୍ଟ୍ରପତି । ୮ଶହ କିଲୋମିଟର ବେଗରେ ଉଡ଼ିଥିଲା ସୁଖୋଇ-30 । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୁଖୋଇରେ ଉଡ଼ାଣ କରିବାରେ ଦେଶର ଦ୍ୱିତୀୟ ମହିଳା ରାଷ୍ଟ୍ରପତି ।

କେନ୍ୟୁଜ୍‌(ବ୍ୟୁରୋ): ବାୟୁସେନାର ଲଢୁଆ ଯୁଦ୍ଧ ବିମାନରେ ଉଡ଼ିଲେ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ । ଆଜି ଆସାମ ତେଜପୁର ଏୟାରଫୋର୍ସ ଷ୍ଟେସନରୁ ସୁଖୋଇ-30ରେ ଉଡିଛନ୍ତି ରାଷ୍ଟ୍ରପତି । ବାୟୁସେନା ପୋଷାକ ପିନ୍ଧି ଯୁଦ୍ଧ ବିମାନରେ ଉଡ଼ିଥିଲେ ସେନାର ସୁପ୍ରିମ କମାଣ୍ଡର । କୋ-ପାଇଲଟ ସିଟ୍‌ରେ ବସି ଉଡାଣ ଭରିଥିଲେ । ୩୦ ମିନିଟ ଧରି ବ୍ରହ୍ମପୁତ୍ର ଓ ତେଜପୁର ଭ୍ୟାଲିରେ ସୁଖୋଇରେ ଉଡ଼ିଥିଲେ ରାଷ୍ଟ୍ରପତି । ସମୁଦ୍ର ପତ୍ତନରୁ ୨ କିଲୋମିଟର ଉଚ୍ଚତାରେ ଘଣ୍ଟାପ୍ରତି ୮ଶହ କିଲୋମିଟର ବେଗରେ ଉଡ଼ିଥିଲା ସୁଖୋଇ-30 ।

ଏହାକୁ ଉଡ଼ାଇଥିଲେ ଗ୍ରୁପ କ୍ୟାପଟେନ ନବୀନ କୁମାର । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୁଖୋଇରେ ଉଡ଼ାଣ କରିବାରେ ଦେଶର ଦ୍ୱିତୀୟ ମହିଳା ରାଷ୍ଟ୍ରପତି । ତାଙ୍କ ପୂର୍ବରୁ ପ୍ରଥମ ମହିଳା ରାଷ୍ଟ୍ରପତି ପ୍ରତିଭା ପାଟିଲ୍‌ ମଧ୍ୟ ୨୦୦୯ ମସିହାରେ ପୁଣେରେ ଅଧଘଣ୍ଟା ସୁଖୋଇ 30 MKI ଉଡ଼ିଥିଲେ । ସେହିପରି ଲଢୁଆ ଯୁଦ୍ଧ ବିମାନରେ ଉଡ଼ିଥିଲେ ଡକ୍ଚର ଏପିଜେ ଅବଦୁଲ କଲାମ୍‌ । ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ସୁଖୋଇରେ ଉଡ଼ିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.