ବିଦ୍ୟୁତ ଚାଲିଗଲେ ହୀନସ୍ତା ଭୋଗୁଛି ବୈପାରିଗୁଡା ଡାକ୍ତରଖାନା, ମୋବାଇଲ ଟର୍ଚ୍ଚ ଲାଇଟି ଭରଷାରେ ଚାଲିଛି ରେଗୀ ସେବା

ଜୟପୁର(କେନ୍ୟୁଜ୍):  ମୋବାଇଲ ଟର୍ଚ୍ଚ ଲାଇଟରେ ରୋଗୀଙ୍କୁ ଚିକିତ୍ସା। ଏଭଳି ଚିତ୍ର  କୋରାପୁଟ ଜିଲ୍ଲା ଉପାନ୍ତ ବୈପାରିଗୁଡା ବ୍ଲକ ଡାକ୍ତରଖାନାରୁ ଆସିଛି । ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ  ରାଜ୍ୟ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ସ୍ବାସ୍ଥ୍ୟ କେନ୍ଦ୍ରରେ ବିଦ୍ୟୁତର ଅଭାବ ଯୋଗୁଁ ଏଭଳି ଚିକିତ୍ସା ସେବା ନେଇ ସାଧାରଣରେ ପ୍ରଶ୍ନ  ସୃଷ୍ଟି କରୁଛି ।ଗତକାଲି ବଜ୍ରଘାତରେ ଆଘାତ ପାଇ ତିନି ଗୁରୁତର ରୋଗି ଚିକିତ୍ସା ପାଇଁ ଡାକ୍ତରଖାନା ଆସିଥିଲେ। ସେମାନଙ୍କୁ  ଡାକ୍ତର ଓ ନର୍ସ ମୋବାଇଲ ଲାଇଟରେ ଚିକିତ୍ସା କରିଥିଲେ ।

baipariguda ଏହା ପୂର୍ବରୁ ମଧ୍ୟ ବୈପାରିଗୁଡା ଡାକ୍ତରଖାନାରେ ମୋବାଇଲ ଟର୍ଚ୍ଚରେ ଗର୍ଭବତୀ ମହିଳାଙ୍କୁ ଡେଲିଭେରି କରାଯାଇଥିବା ସୂଚନା ମିଳିଥିଲା । ୨୦୧୩ରେ ୪୦ଶଯ୍ୟା ବିଶିଷ୍ଟ ମେଡିକାଲ ତିଆରି ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ୩ ଫେଜର ବିଦ୍ୟୁତ ସଂଯୋଗ ହୋଇ ପାରିନାହିଁ।   ଏଥିପାଇଁ ବହୁ ସମୟ ଏଠାରେ ଅନ୍ଧାରରେ ଚାଲୁଛି ରୋଗୀ ସେବା ।

ବିଦ୍ୟୁତ ସମସ୍ୟା ଦେଖାଦେଲେ ମୋବାଇଲ ଟର୍ଚ୍ଚ ଓ ମହମବତି ଆଲୁଅରେ ଚିକିତ୍ସା ଘଟଣା ଏଠି ନିତିଦିନିଆ । ସମସ୍ୟାର ସମାଧାନ ପାଇଁ ବାରମ୍ବାର ଦାବି ଓ ଅଭିଯୋଗ ପରେ ମଧ୍ୟ ସ୍ଥିତିରେ ସୁଧାର ଆସୁନାହିଁ । ତେବେ ଟର୍ଚ୍ଚ ଲାଇଟରେ ଏଭଳି ରୋଗୀ ସେବା କେତେ ସୁରକ୍ଷିତ ତାହା ବିଚାର  କରି ପ୍ରଶାସନିକ ଅଧିକାରୀ ହ୍‌ଦୟଙ୍ଗମ କରିବେ ବୋଲି ଆମେ ଆଶ ରଖିଛୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.