Below header

ଆସିଲା ଖୁସି ଖବର, କରୋନାକୁ ଶୀଘ୍ର ଭଲ କରୁଥିବା ଔଷଧ ‘ଭିରାଫିନ୍‌’କୁ ମିଳିଲା ଅନୁମତି

ନୂଆଦିଲ୍ଲୀ : କରୋନା ବିରୋଧୀ ଲଢ଼େଇରେ ଆଉ ଏକ ଆଶ୍ୱସ୍ତି ଖବର । ଆଣ୍ଟି ଭାଇରାଲ ଔଷଧ ‘ଭିରାଫିନ୍‌’କୁ ଗ୍ରୀନ ସିଗନାଲ । ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛି DCGI । ଜାଇଡସ୍‌ କାଡିଲାର କୋଭିଡ ଔଷଧ ‘ଭିରାଫିନ୍‌’ କରୋନା ମହାମାରୀ ବିରୋଧରେ ଲଢିବ । କୋଭିଡ ଲଢେଇରେ ସିଙ୍ଗଲ ଡୋଜ୍‌ ‘ଭିରାଫିନ୍‌’ ପ୍ରାପ୍ତ ବୟସ୍କଙ୍କ କ୍ଷେତ୍ରରେ ଫଳପ୍ରଦ ହେଉଥିବା ଫେଜ-ଥ୍ରୀ କ୍ଲିନିକାଲ ଟ୍ରାଏଲରୁ ଜଣାପଡିଛି । କୋଭିଡ ସଂକ୍ରମଣର ଆରମ୍ଭରେ ରୋଗୀଙ୍କୁ ଭିରାଫିନ ଦିଆଗଲେ ସେମାନେ ଶୀଘ୍ର ସୁସ୍ଥ ହେଉଥିବା ଜଣାପଡିଛି । ‘ଭିରାଫିନ୍‌’ର ବ୍ୟବହାର ପରେ ୭ ଦିନରେ ୯୧.୧୫ ପ୍ରତିଶତ କରୋନା ସଂକ୍ରମିତ ଆରୋଗ୍ୟ ଲାଭ କରିଥିବା କମ୍ପାନୀ ଦାବି କରିଛି । ଏବେ କରୋନା ଲଢେଇରେ ରେମଡିସିଭିର ଓ ଫାଭିପିରାଭିର ବ୍ୟବହାର ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.