Below header

କେନ୍ଦୁଝର: ପିଡିଏସ୍‌ ସାମଗ୍ରୀ ପାଇଁ ବାଜି ଲାଗିଛି ଜୀବନ, ମୁଣ୍ଡରେ ଚାଉଳ ବସ୍ତା ଧରି ଉଛୁଳା ନଈ ପାର ହେଉଛନ୍ତି ହିତାଧିକାରୀ

କେନ୍ଦୁଝର (କେନ୍ୟୁଜ୍): ପିଡିଏସ୍‌ ସାମଗ୍ରୀ ପାଇଁ ବାଜି ଲାଗିଛି ଜୀବନ। ଭରା ନଈ ପାର ହୋଇ ପିଡିଏସ୍‌ ଚାଉଳ ଆଣୁଛନ୍ତି ହିତାଧିକାରୀ। ମୁଣ୍ଡରେ ଚାଉଳ ବସ୍ତା ଧରି ଉଛୁଳା ନଈ ପାର ହେଉଛନ୍ତି। ଏଦୃଶ୍ୟ କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ନୟାକୋଟ ପଞ୍ଚାୟତର। ଏହା ଦିନକର ଘଟଣା ନୁହେଁ। ନିତି ଦିନିଆ ଆବଶ୍ୟକତା ପୂରଣ କରିବାକୁ ୫ଟି ପଞ୍ଚାୟତର ଲୋକ ଏଭଳି ନଈ ପାର ହୋଇ ଯାଆସ କରୁଛନ୍ତି। ନୟାକୋଟ ପଞ୍ଚାୟତର ସାଗପାଲି, ସିମିନାପଟାଳି, ସିନ୍ଧୁସାହି, ନଡସାହି ଓ ଝିରିପାଣି ସାହି ଲୋକ ଯିବା ଆସିବା ପାଇଁ ଏହି ନଈ ପାର ହୋଇ ଥାଆନ୍ତି। ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ଗାଁକୁ ରାସ୍ତା ଥିଲେ ମଧ୍ୟ ବାଟରେ ବୋଇଙ୍ଗା ନଇ ଏବଂ ମଲଦା ନଈର ପ୍ରଖର ସ୍ରୋତ ଦେଇ ଯିବାକୁ ପଡୁଛି। ବର୍ଷ ବର୍ଷ ଧରି ଏଭଳି କଷଣ ସହୁଥିଲେ ବି ପ୍ରଶାସନର ଦୃଷ୍ଟି ପଡ଼ି ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.