ଦୋକାନ ଖୋଲି ତେଲ ସାବୁନ ବିକିବି କିନ୍ତୁ ଏଭଳି କାମ କରିବି ନାହିଁ : ପ୍ରିୟାଂଶୁ
୨୦୦୧ରେ ଆସିଥିବା ଫିଲ୍ମ ‘ତୁମ ବିନ’ ଫିଲ୍ମରେ ଚକୋଲେଟ ହିରୋ ଭୂମିକାରେ ନଜର ଆସିଥିଲେ ଅଭିନେତା ପ୍ରିୟାଂଶୁ ଚାଟାର୍ଜୀ। ଏଥିରେ ପ୍ରିୟାଂଶୁଙ୍କୁ ଦର୍ଶକେ ବେଶ୍ ପସନ୍ଦ କରିଥିଲେ। ତା’ ପରେ ପ୍ରିୟାଂଶୁ ଫିଲ୍ମ ‘ଆପ୍କୋ ପହେଲ ଭି କହି ଦେଖା ହୈ, ଦିଲ କା ରିସ୍ତା, ଜୁଲି, ପିଞ୍ଜର’ ଭଳି ଫିଲ୍ମରେ କାମ କରିସାରିଛନ୍ତି। ପ୍ରିୟାଂଶୁ ବଡ ବ୍ୟାନରେ ଫିଲ୍ମ କରିବା ସହିତ ଐଶ୍ୱର୍ଯ୍ୟା ରାୟ, ଅମିତାଭ ବଚ୍ଚନ, ଋଷି କପୁରଙ୍କ ସହିତ କାମ କରିବାର ସୁଯୋଗ ମିଳିଥିଲା। ଏହା ସତ୍ତ୍ୱେ ମଧ୍ୟ ବଲିଉଡରେ ବେଶ୍ କିଛି କମାଲ କରିପାରିଥିଲେ।
୨୦୧୦ ପରେ ପ୍ରିୟାଂଶୁ ଅନେକ ଛୋଟ ବଜେଟ ଫିଲ୍ମରେ କାମ କରିଥିଲେ। ତେବେ ବଲିଉଡରେ କିଛି କ୍ୟାରିଅର ନ ହେବାରୁ କୁଆଡେ ଗାଏବ ହୋଇଯାଇଥିଲେ ପ୍ରିୟାଂଶୁ। କିନ୍ତୁ ଇଣ୍ଡଷ୍ଟ୍ରୀରୁ ଗାଏବ ହେବା ନେଇ ପ୍ରିୟାଂଶୁଙ୍କର ଅଲଗା କାରଣ ମଧ୍ୟ ରହିଛି। ନିକଟରେ ଏକ ସାକ୍ଷାତକାରରେ ପ୍ରିୟାଂଶୁ କହିଛନ୍ତି, ଯଦି ମୋତେ ଭଲ ଫିଲ୍ମ ନ ମିଳେ ତେବେ ମୁଁ ଫିଲ୍ମ ସାଇନ କରିବି ନାହିଁ। ‘ଏଭଳି ଫିଲ୍ମରେ ଆକ୍ଟିଂ କରିବା ଅପେକ୍ଷା ସାବୁନ ତେଲ ଦୋକାନ ଖୋଲି ବସିଛି ପଛେ କିନ୍ତୁ ଏଭଳି ଫିଲ୍ମ କରିବି ନାହିଁ’ ବୋଲି ପ୍ରିୟାଂଶୁ କହିଛନ୍ତି।