ଏମିତି କୁକୁର, ଯାହାକୁ ସେନା ଦେଲା ସଲାମୀ
କୋଲକାତା: ଜଣେ ପରାକ୍ରମୀ ହିରୋକୁ ହରାଇଛି ଭାରତୀୟ ସେନା। ଗତ ୧୧ ତାରିଖରେ ଭାରତୀୟ ସେନାର ଏକ ସ୍ନିଫର ଡଗ୍ ସବୁଦିନ ପାଇଁ ଦୁନିଆକୁ ଅଲବିଦା କହିଛି। ଡଚ୍ ନାମକ ଏହି ସ୍ନିଫର ଡଗ୍ ଦୀର୍ଘଦିନ ଧରି ସେନାରେ କାର୍ଯ୍ୟ କରୁଥିଲା। ସେନାବାହିନୀ ତରଫରୁ ପୂର୍ଣ୍ଣ ସମ୍ମାନର ସହ ଡଚ୍କୁ ବିଦାୟ ଦିଆଯାଇଛି। ଡଚ୍ର ମୃତ୍ୟୁରେ ପୂର୍ବୋତ୍ତର କ୍ଷେତ୍ର ବିକାଶ ରାଜ୍ୟମନ୍ତ୍ରୀ(ସ୍ୱତନ୍ତ୍ର ପ୍ରଭାର) ଜିତେନ୍ଦ୍ର ସିଂହ ଟ୍ଵିଟ୍ କରି ଶୋକବ୍ୟକ୍ତ କରିଛନ୍ତି।
ସେନାବାହିନୀର ଅନେକ ଗୁରୁତ୍ୱପୂର୍ଣ୍ଣ ଅପରେସନ୍ରେ ଡଚ୍ ସାମିଲ ଥିଲା। ଆଇଡି ବ୍ୟବହାର କରାଯାଉଥିବା ଅନେକଗୁଡ଼ିଏ ମାମଲାକୁ ସମାଧାନ କରିବାରେ ଡଚ୍ର ଭୂମିକା ଥିଲା ଅତୁଳନୀୟ। ସେହିପରି କେତେକ କାଉଣ୍ଟର ଏମରଜେନ୍ସି ଏବଂ ମାଓ ମୁକାବିଲା କ୍ଷେତ୍ରରେ ମଧ୍ୟ ଡଚ୍ ସାମିଲ ଥିଲା।
ଏହାସହ ପଢନ୍ତୁ: ଲଞ୍ଚ୍ ହେଲା Renault Kwidର ଇଲେକ୍ଟ୍ରିକ୍ କାର୍, ଥରେ ଚାର୍ଜ ହେଲେ ଚାଲିବ ୨୭୧ କି.ମି, ଜାଣନ୍ତୁ ଦାମ୍ ଏବଂ ଫିଚର
ରିପୋର୍ଟ ମୁତାବକ ଉତ୍ତର ପ୍ରଦେଶର ମିରଠ ସ୍ଥିତ ରିମାଉଣ୍ଡ ଆଣ୍ଡ ବଟରିନରି ସେଣ୍ଟର ଆଣ୍ଡ କଲେଜରେ ଡଚ୍ର ଜନ୍ମ। ଏହି ସଂସ୍ଥା ସେନାବାହିନୀର କୁକୁରମାନଙ୍କ ଲାଳନପାଳନ କରିବା ସହ ସେମାନଙ୍କୁ ପ୍ରଶିକ୍ଷଣ ଦେଇଥାଏ।