ଖଣି ବନ୍ଦକୁ ବିରୋଧ କରି ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା

ଅନୁଗୁଳ(କେନ୍ୟୁଜ୍): ଖଣି ବନ୍ଦକୁ ବିରୋଧ କରି ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା । ଗତ ୬ ତାରିଖରୁ ତାଳଚେର ବଳରାମ କୋଇଲା ଖଣି ବନ୍ଦ ରହିଛି । ଖଣି ଚାଲୁ କରିବାକୁ ଅନୁରୋଧ ସତ୍ତ୍ୱେ ପ୍ରଶାସନ କୌଣସି ପଦକ୍ଷେପ ନେଉନାହିଁ । ଏହାର ପ୍ରତିବାଦରେ ସୋଲଡ଼ା ଗ୍ରାମବାସୀ ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ଦେଇଛନ୍ତି । ବଳରାମ କୋଇଲା ଖଣି ବନ୍ଦ ଯୋଗୁଁ ସତ୍ୟବାଦୀପୁର, ନାଥ ଗାଁ, ତେଲିପୁର, ଖୁରଙ୍ଗା, ସୋଲଡ଼ା ଗାଁରେ ଥିବା ଟ୍ରକ ମାଲିକ ସଂପୂର୍ଣ୍ଣ ପ୍ରଭାବିତ ହୋଇଛନ୍ତି । ଟ୍ରକ ମାଲିକଙ୍କ ଅଭିଯୋଗ ଅନୁଯାୟୀ, ୫୦ରୁ ୬୦ ଜଣ ଯୁବକ ଠେଙ୍ଗାବାଡ଼ି ଧରି ଖଣି ଅଞ୍ଚଳରେ ଭୟଭୀତ କରାଉଛନ୍ତି । ଲୋଡିଂ କରିବାକୁ ମଧ୍ୟ ଦେଉନାହାନ୍ତି । ଏନେଇ ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ ମଧ୍ୟ କିଛି ଲାଭ ହେଉନି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.