ଏଠି ମା’ଙ୍କ ମୂର୍ତ୍ତି ବଦଳରେ କରାଯାଏ ଅଣ୍ଡା ପୂଜା, କାହିଁ କେଉଁ କାଳରୁ ପାଳିତ ହୋଇଆସୁଛି ଏହି ପରମ୍ପରା

ମୟୁରଭଞ୍ଜ: ଆଜି ଦେଶର ବିଭିନ୍ନ ପ୍ରାନ୍ତରେ ପାଳିତ ହେଉଛି ଦୀପାବଳି । କରୋନା କାରଣରୁ କିଛିଟା ଧିମା ପଡ଼ିଥିଲେ ବି ନିଜ ପରମ୍ପରାକୁ ଭୁଲି ନାହାନ୍ତି ଲୋକେ । ଏହି ଦିନ କୁଡୁମି ସମ୍ପ୍ରଦାୟର ଲେକମାନେ ଭିନ୍ନ ଢ଼ଙ୍ଗରେ କାଳୀପୂଜା ପାଳନ କରିଥାନ୍ତି । ଯିଏ ଯେଉଁଠି ଥାଉନ୍ତୁ ନା କାହିଁକି ଏହି ସମୟ ସମସ୍ତେ ଏକାଠି ହୋଇଥାନ୍ତି । ଏହି ପର୍ଵ ଏମାନେ ମୁଖ୍ୟତ ତିନିଦିନ ପାଳନ କରିଥାନ୍ତି । ଏଠି ମା’ ଙ୍କ ମୃତ୍ତି ବଦଳରେ ପୂଜା କରିଥାନ୍ତି ଅଣ୍ଡା ।

ଅଣ୍ଡାକୁ ପୂଜାର୍ଚ୍ଚନା କରିବା ପରେ ଗାଁରେ ସମସ୍ତେ ଗାଈଗୋରୁ ମାନଙ୍କୁ ଦୌଡାଇ ଅଣ୍ଡାକୁ ମଡ଼େଇ ଥାଆନ୍ତି । ଆଉ ଯାହାର ଗାଈଗୋରୁ ଅଣ୍ଡାକୁ ମାଡି ଥାଆନ୍ତି ସେମାନେ ନିଜ ଭାଗ୍ୟବାନ ଭାବନ୍ତି । ସ୍ଥାନୀୟ ଅଞ୍ଚଳରେ ବିଶ୍ୱାସ ରହିଛି ଯେ ଏମିତି ହେବା ଦ୍ୱାରା ସୌଭାଗ୍ୟ ବଢିଥାଏ । ଘରେ ଧନ ସମ୍ପତ୍ତି ବୃଦ୍ଧି ହୋଇଥାଏ । ଘରେ ସୁଖ ଶାନ୍ତି ଫେରିଥାଏ । କାହିଁ କେଉଁ କାଳରୁ ସ୍ଥାନୀୟ ଅଞ୍ଚଳରେ ପାଳିତ ହୋଇଆସୁଛି ଏହି ପରମ୍ପରା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.