କାକଟପୁର: ଟିକା ପାଇଁ ବିପଦ ସଙ୍କୁଳ ଭାବେ ନଦୀ ପାର୍ ହେଉଛନ୍ତି ଲୋକେ, ସୁରକ୍ଷା ପାଇଁ ନାହିଁ ଲାଇଫ୍‌ ଜ୍ୟାକେଟ୍

କାକଟପୁର: ଟିକା ପାଇଁ ନଦୀ ପାର। ଟିକା ନେବା ପାଇଁ ବିପଦ ସଙ୍କୁଳ ଭାବେ ନଦୀ ପାରି ହେଉଛନ୍ତି ଲୋକେ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କାକଟପୁର ଅସ୍ତରଙ୍ଗ ବ୍ଲକ ତାଳଦା ପଞ୍ଚାୟତରେ । ଏହି ପଞ୍ଚାୟତର ଚାରିପାଖକୁ ଦେବୀ ନଦୀ ଘେରି ରହିଛି । ଲୋକଙ୍କ ଯାତାୟାତର ଏକମାତ୍ର ସାହାରା ହେଉଛି ଡଙ୍ଗା ।

୧୮ବର୍ଷରୁ ୪୫ବର୍ଷ ବୟସ୍କଙ୍କ ଟିକାକରଣ ପାଇଁ ଅସ୍ତରଙ୍ଗ ବ୍ଲକର ଖଣ୍ଡାସାହି ସ୍ୱାସ୍ଥ୍ୟ କେନ୍ଦ୍ରରେ ସମସ୍ତ ବ୍ୟବସ୍ଥା କରାଯାଇଛି । ଟିକା ନେବାକୁ ବିପଦ ସଙ୍କୁଳ ଭାବେ ନଦୀ ପାର ହୋଇ ଟିକାକରଣ କେନ୍ଦ୍ରକୁ ଆସୁଛନ୍ତି ଲୋକେ । ନିଜକୁ ସୁରକ୍ଷିତ ରଖିବାପାଇଁ କାହାରି ପାଖରେ ନାହିଁ ଲାଇଫ୍‌ ଜ୍ୟାକେଟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.