Below header

କରୋନା ପାଇଁ ସବୁଠି ଲକ୍‌ଡାଉନ୍‌, ହେଲେ ଏଠି ଦେଖନ୍ତୁ ଗ୍ୟାସ ପାଇଁ ଲୋକଙ୍କ କିଭଳି ଭିଡ଼ ଆଣିପାରେ ଭୁବନେଶ୍ୱର ପାଇଁ ବଡ଼ ବିପଦ

ଭୁବନେଶ୍ୱର(କେନ୍ୟୁଜ୍‌): ସାରା ଦେଶ ଏବେ କରୋନା ପାଇଁ ଲକ୍‌ଡାଉନ୍‌ । ସାମାଜିକ ଦୂରତ୍ୱ ରକ୍ଷା କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଠାରୁ ମୁଖ୍ୟମନ୍ତ୍ରୀ ଯାଏ ସଭିଏଁ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି । କୈାଣସି ସ୍ଥାନରେ ୭ ଜଣରୁ ଅଧିକ ଲୋକ ଏକାଠି ନହେବା ପାଇଁ ମଧ୍ୟ କୁହାଯାଇଛି । ଘର ନିକଟରେ ଖାଦ୍ୟ ଓ ରାସନ ସାମଗ୍ରୀ ପହଞ୍ଚାଇବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ବିଶେଷକରି ଗ୍ୟାସ ଭଳି ଅତ୍ୟାବଶ୍ୟକ ସେବା ଘର ପାଖରେ ପହଞ୍ଚାଇବାର ନିୟମ ରହିଛି । ତେବେ ଗ୍ୟାସ୍‌ ବିତରକ ସଂସ୍ଥାମାନେ ଠିକ୍‌ ସମୟରେ ଉପଭୋକ୍ତାଙ୍କ ଘରେ ପହଞ୍ଚାଉ ନଥିବାରୁ ଲୋକେ ଗ୍ୟାସ୍‌ ପାଇଁ ଗ୍ୟାସ ଅଫିସ ନିକଟରେ ଲମ୍ବା ଲାଇନ ଲଗାଉଛନ୍ତି । ଫଳରେ ଏଠି ସାମାଜିକ ଦୂରତ୍ୱ ନିୟମ ଉଲଂଘନ ହେବା ସହ କରୋନା ସଂକ୍ରମଣ ହେବା ଆଶଙ୍କା ବୃଦ୍ଧି ପାଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଭୁବେନେଶ୍ୱର ଝାରପଡ଼ା ନିକଟରେ ଥିବା ଏକ ଗ୍ୟାସ୍‌ ଅଫିସରେ ।
କିଛି ଲୋକଙ୍କୁ ଗ୍ୟାସ ଏଠାକୁ ନେବାକୁ ଆସିବା କାରଣ ପଚାରିଥିଲୁ । ତେବେ ୪ଦିନ ଧରି ଗ୍ୟାସ ମିଳିଥିବା ମୋବାଇଲରେ ମେସେଜ ଆସିଥିଲେ ହେଁ ଆମେ ଗ୍ୟାସ୍‌ ପାଇନାହୁଁ ବୋଲି କିଛି ଉପଭୋକ୍ତା କହିଥିଲେ । ଘରେ ଗ୍ୟାସ୍‌ ପହଞ୍ଚୁ ନଥିବାରୁ ଗ୍ୟାସ ଅଫିସ ନିକଟରେ ଲମ୍ବା ଲାଇନ ବୋଲି କହିଥିଲେ ।

ଭୁବନେଶ୍ୱରରେ ଏବେ ୩ କରୋନା ପଜେଟିଭ ଖବର ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରିଥିବା ବେଳେ ଗ୍ୟାସ ଏଜେନ୍ସିଙ୍କର ଏଭଳି ଖାମଖିଆଲ ମନୋଭାବ କରୋନା ପାଇଁ ଏକ ବଡ଼ ବିପଦକୁ ଆମନ୍ତ୍ରଣ କରିବାର ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ । ସରକାର ଓ ଗ୍ୟାସ୍‌ ଉଚ୍ଚ କର୍ତ୍ତୃପକ୍ଷ ଏଥି ପ୍ରତି ଦୃଷ୍ଟି ନଦେଲେ ଆଗାମୀରେ ଏକ ବଡ଼ ବିପଦକୁ ଭୁବନେଶ୍ୱରବାସୀ ସାମ୍‌ନା କରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.