ତୃତୀୟ ଲହର ଆସୁ କି ନ ଆସୁ ଆମର ଦୁଇଟି ମୁଖ୍ୟ ଲକ୍ଷ ଟିକାକରଣ ଓ ସର୍ଭିଲାନ୍ସ : ବିଜୟ ମହାପାତ୍ର

ଭୁବନେଶ୍ବର(କେନ୍ଯୁଜ୍): ସଂକ୍ରମଣ କ୍ରମାଗତ ଭାବେ ହ୍ରାସ ପାଉଛି । ତଥାପି ଆମେ ଢିଲା ହେବା ନାହିଁ । ତୃତୀୟ ଲହର ଆସୁ କି ନ ଆସୁ ଆମର ଦୁଇଟି ମୁଖ୍ୟ ଲକ୍ଷ ହେଲା ଟିକାକରଣ ଜୋରଦାର କରିବୁ ଓ ସର୍ଭିଲାନ୍ସ ଜାରି ରଖିବୁ । କଟକଣା କୋହଳ କରିବା ପୂର୍ବରୁ ଲୋକମାନଙ୍କ ସହଯୋଗ ଦରକାର । ଲୋକମାନେ ନିଜ ଦାୟିତ୍ୱ ବୁଝିବା ସହ ସଚେତନ ରହିବା ଆବଶ୍ୟକ। ତୃତୀୟ ଲହରର ପ୍ରଭାବ କଣ ରହିବ ଏବେଠୁ କହିହେବନି। ସବୁ ମହାମାରୀର ଗୋଟିଏ ଲହର ଥାଏ । ଭୁତାଣୁର ମ୍ୟୁଟେସନ ହେଉଛି ।

ତେଣୁ ଦ୍ଵିତୀୟ ଲହର ପରି ତୃତୀୟ ଲହର ବିପ୍ପଜନକ ହୋଇପାରେ। କିନ୍ତୁ ଆମେ ସମସ୍ତେ ମିଶି କାମକଲେ ଏହାର ପ୍ରଭାବ ପଡ଼ିବନି । ସରକାର ପ୍ରସ୍ତୁତ ଅଛନ୍ତି । ଏହା ର୍ନିଦ୍ଦିଷ୍ଟ ଭାବରେ କୌଣସି ବୟସର ଲୋକଙ୍କୁ ସଂକ୍ରମିତ ହେଉନାହିଁ । ଯେଉଁ ବୟସର ଲୋକ ଟିକା ନେଇନାହାନ୍ତି। ସେମାନେ ସଂକ୍ରମିତ ହେଉଛନ୍ତି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.