ଦେବଦୂତ ସାଜିଲେ ଫଟୋଗ୍ରାଫର, ଚନ୍ଦ୍ରଭାଗା ସମୁଦ୍ରରୁ ଉଦ୍ଧାର କଲେ ମହିଳା ପର୍ଯ୍ୟଟକଙ୍କୁ

ଗୋପ, କେନ୍ୟୁଜ୍: ଦେବଦୂତ ସାଜିଲେ ଫଟୋଗ୍ରାଫର। ବୁଡି ଯାଉଥିବା ବେଳେ ସମୁଦ୍ରରୁ ଉଦ୍ଧାର କଲେ ମହିଳା ପର୍ଯ୍ୟଟକଙ୍କୁ। ତାଙ୍କ ନାଁ ଆନନ ସଚ୍ୟବତୀ ଓ ତାଙ୍କ ଘର ଆନ୍ଧ୍ର ପ୍ରଦେଶର କାକିନାଡାରେ। ମହିଳା ଜଣକ ପରିବାର ସହ ଚନ୍ଦ୍ରଭାଗା ବୁଲିବାକୁ ଆସି ଗାଧୋଉଥିବା ବେଳେ ବୁଡି ଯାଇଥିଲେ। ସେଠାରେ ଫଟୋ ଉଠାଉଥିବା ଫଟୋଗ୍ରାଫର ଜଣକ ଦେଖି ତୁରନ୍ତ ସମୁଦ୍ର ଭିତରୁ ତାଙ୍କୁ ଉଦ୍ଧାର କରିଥିଲେ। ତାଙ୍କୁ ପ୍ରଥମେ କୋଣାର୍କ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଗୋପ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.