Below header

କୁହୁଡି ଯୋଗୁ ଭାରସାମ୍ୟ ହରାଇ ପୋଖରୀ ଭିତରେ ପଶିଲା ପରିବା ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌

ଭଞ୍ଜନଗର(କେନ୍ଯୁଜ୍): କୁହୁଡି ଯୋଗୁ ଭାରସାମ୍ୟ ହରାଇ ପୋଖରୀ ଭିତରେ ପଶିଲା ପରିବା ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌। ଗଞ୍ଜାମ ଜିଲ୍ଲା ଆସିକା ଥାନା ଦେବଭୂମି ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି। କନ୍ଧମାଳ ଜିଲ୍ଲା ଜି.ଉଦୟଗିରିରୁ ପରିବା ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ ବ୍ରହ୍ମପୁର ଅଭିମୁଖେ ଯାଉଥିଲା। ପିକ୍‌ଅପ୍‌ ଭ୍ୟାନ୍‌ଟି ପୋଖରୀ ଭିତରେ ସଂପୂର୍ଣ୍ଣ ବୁଡିଯାଇଥିଲା।

ଭ୍ୟାନ୍‌ରେ ଥିବା ଡ୍ରାଇଭର ଓ ଜଣେ ସହଯୋଗୀକୁ ଉଦ୍ଧାର କରାଯାଇଥିଲା। ସ୍ଥାନୀୟ ଲୋକଙ୍କ ସହଯୋଗରେ ବୁଡି ରହିଥିବା ଭ୍ୟାନ୍‌ ଭିତରୁ ପରିବା ବସ୍ତା ଗୁଡ଼ିକ ବାହାର କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.