ବହୁ ଚର୍ଚ୍ଚିତ ପିପିଲି ଗଣଦୁଷ୍କର୍ମ ମାମଲା : ନିର୍ଦ୍ଦୋଶରେ ଅଭିଯୁକ୍ତ ଖଲାସ ହେବା ପରେ ବିଭିନ୍ନ ମହଲରେ ମିଶ୍ର ପ୍ରତିକ୍ରିୟା

ଭୁବନେଶ୍ବର (କେନ୍ଯୁଜ୍) : ବହୁ ଚର୍ଚ୍ଚିତ ପିପିଲି ଗଣଦୁଷ୍କର୍ମ ମାମଲାରେ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍‌ଙ୍କ ରାୟ ପରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ପୀଡ଼ିତାଙ୍କ ପରିବାର କହିଛନ୍ତି , ଏହି ରାୟକୁ ସହଜରେ ଗ୍ରହଣ କରିପାରୁନୁ । ଝିଅକୁ ମାରି ଦିଆଗଲା ଓ ଅଭିଯୁକ୍ତକୁ ଦଣ୍ଡ ଦିଆନଯାଇ ନିର୍ଦ୍ଦୋଷରେ ଖଲାସ କରାଗଲା । ସଂସାରରେ କିଛି ନ୍ୟାୟ ନାହିଁ ବୋଲି ପରିବାର ଲୋକେ କହିଛନ୍ତି । ଗତକାଲି ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ସାକ୍ଷ୍ୟପ୍ରମାଣ ଅଭାବରୁ ଅଭିଯୁକ୍ତ ଦୁଇ ଭାଇଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ।

pipili case

୨୦୧୧ ମସିହା ନଭେମ୍ବର ୨୯ରେ ପିପିଲିରେ ଏହି ଘଟଣା ଘଟିଥିବା ବେଳେ ପୀଡ଼ିତାଙ୍କୁ ନେଇ ରାଜନୈତିକ ଝଡ଼ ସୃଷ୍ଟି ହୋଇଥିଲା । ତାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ କରାଯାଇଥିଲା । ଗୁରୁତର ଅବସ୍ଥାରେ କଟକ ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ୨୦୧୨ ଜୁନ ୨୧ ତାରିଖରେ ପୀଡ଼ିତାଙ୍କର ମୃତ୍ୟୁ ହୋଇଥିଲା । ଏହି ମାମଲାରେ କ୍ରାଇମ ବ୍ରାଞ୍ଚ ପକ୍ଷରୁ ତଦନ୍ତ କରାଯାଇଥିଲା । ଅଭିଯୁକ୍ତଙ୍କ ପକ୍ଷରୁ ଆଡଭୋକେଟ ସିଦ୍ଧାର୍ଥ ଦାସ ମାମଲା ପରିଚାଳନା କରୁଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.