ଭୁବନେଶ୍ଵର କ୍ୟାପିଟାଲ ହସ୍ପିଟାଲରେ ଉଦଘାଟନ ହେଲା ପ୍ଲାଜମା ବ୍ୟାଙ୍କ, ଭିଡିଓ କନ୍‌ଫରେନ୍‌ସିଂରେ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର (କେନ୍ୟୁଜ): କ୍ୟାପିଟାଲ ହସ୍ପିଟାଲରେ ଆରମ୍ଭ ହେଲା ପ୍ଲାଜମା ବ୍ୟାଙ୍କ । ଭିଡିଓ କନ୍‌ଫରେନ୍‌ସିଂରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି । ଏଥି ସହ ପ୍ଲାଜମା ସଂପର୍କିତ ଏକ ୱେବସାଇଟର ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । କୋଭିଡ ରୋଗର ଚିକିତ୍ସାରେ ପ୍ଲାଜମା ଥେରାପୀ ରାଜ୍ୟରେ ଉତ୍ସାହଜନକ ସଫଳତା ଆଣିଛି । ଜଣେ ବ୍ୟକ୍ତି କରୋନାରୁ ସୁସ୍ଥ ହେବାର ୪ ସପ୍ତାହ ମଧ୍ୟରେ ପ୍ଲାଜମା ଦାନ କରିପାରିବେ । ଜଣେ ବ୍ୟକ୍ତି ଚାହିଁଲେ ଏକାଧିକ ବାର ପ୍ଲାଜମା ଦେଇ ପାରିବେ । ଗୋଟିଏ ୟୁନିଟ ପ୍ଲାଜମା ଦ୍ୱାରା ଦୁଇ ଜଣଙ୍କ ଚିକିତ୍ସା ହୋଇପାରିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.