Below header

ଲୁଚି ଛପି ଗଛ ଖାଇବା ଅଭିଯୋଗରେ ୧୫ ଛେଳିଙ୍କୁ ଜେଲ୍‌, ଛେଳି ପ୍ରତି ୩ ହଜାର ଟଙ୍କା ଜରିମାନା

ନୂଆଦିଲ୍ଲୀ : ଚୋରି କଲେ ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଥାଏ । କେବେ କେବେ ଜେଲ୍‌ ଓ ଜରିମାନା ମଧ୍ୟ ହୋଇଥାଏ । ହେଲେ ଛେଳିକୁ ଏଠାରେ ସରକାରଙ୍କ ବାଡ଼ିରୁ ଚୋରି କରି ଗଛ ଖାଇବା ମହଙ୍ଗା ପଡ଼ିଛି । ଲୁଛି ଛପି ଗଛପତ୍ର ଖାଇବା ଅପରାଧରେ ଗିରଫ  କରାଯାଇଛି ।  ଏ କଥା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ । ଏଭଳି ଏକ ଘଟଣା ଘଟିଛି ତେଲେଙ୍ଗାନାରେ ।

ଶୁଣିବାକୁ ଅଜବ ଲାଗୁଥିଲେ ମଧ୍ୟ ଘଟଣାଟି ସମ୍ପୂର୍ଣ୍ଣ ସତ୍ୟ । ଯେଉଁଠି ୧୫ଟି ଛେଳି ବିରୋଧରେ କେସ୍‌ ଦାଖଲ ହୋଇଛି । ଛେଳିମାନଙ୍କୁ ବନ୍ଦି କରାଯିବା ସହ ତାଙ୍କ ବିରୋଧରେ ୩ ହଜାର ଟଙ୍କା ଲେଖାଏଁ ଜରିମାନା ଲଗାଯାଇଛି । ସୋସିଆଲ ମିଡିଆରେ ଏହି ଘଟଣା ଆସିବା ପରେ ଘଟଣାର ଚର୍ଚ୍ଚା ଆରମ୍ଭ ହୋଇଛି ।

goat-1

ସୂଚନାନୁଯାୟୀ, ତେଲେଙ୍ଗାନା ଭଦୋଦ୍ରୀ କୋଠାଗୁଡେମ୍‌ ଜିଲ୍ଲାର ଏ ହେଉଛି ଘଟଣା । ୟେଲ୍ଲେଡୁରେ ଚାରା ରୋପର ଅଭିଯାନରେ କିଛି ଗଛ ଲଗାଯାଇଥିଲା । ସେଗୁଡିକୁ ଏହି ୧୫ ଛେଳି ଲୁଚି ଛପି ଖାଇ ସଫା କରିଦେଇଥିଲେ । ଏହା ବିରୋଧରେ ଚାରା ରୋପଣ କରିଥିବା ଅଧିକାରୀ ମାମଲା ଦାୟର କରିଥିଲେ ।

ଫଳରେ ନଗରପାଳିକା କର୍ମଚାରୀ ଛେଳିମାନଙ୍କୁ ଗିରଫ କରି ରଖିବା ସହ ଛେଳି ମାଲିକଙ୍କ ନାମରେ ନୋଟିସ ପଠାଇଛନ୍ତି । ଏଥି ସହ ପ୍ରତି ଛେଳି ପିଛା ଜରିମାନା ଟଙ୍କା ସ୍ୱରୂପ ୩ ହଜାର ଟଙ୍କା ଲେଖାଏଁ ଦାବି କରିଛନ୍ତି ।

ତେବେ ମଜା କଥା ହେଉଛି ଏପର୍ଯ୍ୟନ୍ତ ଛେଳି ନେବାକୁ କେହି ଆସୁ ନଥିବାରୁ ନିଗମ ପକ୍ଷରୁ ଛେଳିମାନଙ୍କର ଖାଇବା ଓ ଯତ୍ନ ନିଆଯାଉଛି । ଏବେ ଏହି ଛେଳିଙ୍କ ପାଇଁ ନଗରପାଳିକାର ମୁଣ୍ଡ ବ୍ୟଥା ଆରମ୍ଭ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.