ଆଜିଠାରୁ ବାଲିଯାତ୍ରା ପାଇଁ ପ୍ଲଟ୍ ନିଲାମ ପ୍ରକ୍ରିୟା ଆରମ୍ଭ

କଟକ(କେନ୍ୟୁଜ୍): କଟକର ଐତିହାସିକ ବାଲିଯାତ୍ରା ପାଇଁ ଆଜିଠାରୁ ପ୍ଲଟ୍‌ ନିଲାମ। ଦିନ ୧୧ଟାରୁ ୫ଟା ପର୍ଯ୍ୟନ୍ତ ପ୍ଲଟ ନିଲାମ କରାଯିବ। ଗତକାଲି ଶେଷ ହୋଇଛି ପ୍ଲଟ ପାଇଁ ପଞ୍ଜିକରଣ। ଜଣେ ବ୍ୟକ୍ତି ସର୍ବାଧିକ ୩ଟି ପ୍ଲଟ ନେଇ ପାରିବେ । ମୋଟ ୧୪ ଶହ ପ୍ଲଟ ଆବଣ୍ଟନ କରାଯିବ। ନଭେମ୍ବର ୮ରୁ ନଭେମ୍ବର ୧୬ ପର୍ଯ୍ୟନ୍ତ ଚାଲିବ ବାଲିଯାତ୍ରା । ପ୍ଲଟ ବୁକିଂ ପାଇଁ www.baliyatra.org କିମ୍ବା www.cuttack.nic.in ଲଗ ଇନ୍‌ କରିପାରିବେ । କୋଭିଡ କଟକଣା ପାଇଁ ଦୁଇ ବର୍ଷ ଧରି ବନ୍ଦ ଥିଲା ବାଲିଯାତ୍ରା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.