Below header

କଟକ ବାଲିଯାତ୍ରା ପାଇଁ ପ୍ଲଟ୍‌ ବିକ୍ରି ପ୍ରକ୍ରିୟା ଜାରି, ଏଥର ଷ୍ଟଲ୍‌ ପାଇଁ ଅଧିକ ୫୦ ଏକର ଜମି ବୃଦ୍ଧି

କଟକ(କେନ୍ୟୁଜ୍):    ଆସନ୍ତା ୧୨ ତାରିଖରୁ ଆରମ୍ଭ ହେବ କଟକ ବାଲିଯାତ୍ରା । ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ଲଟ୍‌ ବିକ୍ରି ପ୍ରକ୍ରିୟା ଜୋରଦାର ହୋଇଛି । ଅନ୍ୟପଟେ ତହସିଲଦାର୍‌, ଅମିନ ଓ ସେସୁ ପକ୍ଷରୁ ବାଲିଯାତ୍ରା ଉପର ପଡ଼ିଆରେ ଜମି ମପା କାର୍ଯ୍ୟ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ କ୍ଷୁଦ୍ର ବ୍ୟବସାୟୀଙ୍କୁ ଷ୍ଟଲ୍‌ ପ୍ରଦାନ ପାଇଁ ବ୍ୟବସ୍ଥା କରାଯାଇଥିବା ବେଳେ ପୁରୁଣା ବ୍ୟବସାୟୀଙ୍କ ପାଇଁ ପ୍ଲଟ୍‌ ଆବେଦନ ତାରିଖକୁ ଦୁଇ ଦିନ ବଢାଯାଇ ୩୦ ତାରିଖକୁ ଘୁଞ୍ଚାଯାଇଛି । ଗତ ୨୩ ତାରିଖରୁ ପ୍ଲଟ୍‌ ବିକ୍ରି ଆରମ୍ଭ ହୋଇଥିବା ବେଳେ ଏପର୍ଯ୍ୟନ୍ତ ୩୫୦ ଜଣଙ୍କ ଆବେଦନ ଗ୍ରହଣ ହୋଇଥିବା ସୂଚନା ଦେଇଛନ୍ତି ଉପ ଜିଲ୍ଲାପାଳ । ଅଧିକରୁ ଅଧିକ ବ୍ୟବସାୟୀଙ୍କୁ ବାଲିଯାତ୍ରାରେ ଷ୍ଟଲ୍‌ ଦେବାକୁ ଏଥର ଆଉ ଅଧିକ ୫୦ ଏକର ଜମି ବୃଦ୍ଧି କରାଯାଇଛି । ଚଳିତ ବର୍ଷ ବ୍ୟବସାୟୀଙ୍କ ପାଇଁ କ୍ୟାସଲେସ୍‌ ଟ୍ରାଞ୍ଜାକ୍‌ସନ୍‌ ବ୍ୟବସ୍ଥା କରାଯାଇଛି । ଏଥିପାଇଁ ୟୁକୋ ବ୍ୟାଙ୍କର ଏକ ଶାଖା ବାଲିଯାତ୍ରା ପଡ଼ିଆ ପ୍ଲଟ୍‌ କେନ୍ଦ୍ରରେ ଖୋଲାଯାଇଛି । ହେଲେ ଜିଲ୍ଲା ପ୍ରଶାସନର ଏଭଳି ନିଷ୍ପତ୍ତିରେ କିଛି ବ୍ୟବସାୟୀ ଖୁସି ନାହାଁନ୍ତି । ସେମାନଙ୍କ କହିବା କଥା ଅନ୍‌ଲାଇନ୍‌ ବ୍ୟବସ୍ଥା ସହ ଅଫଲାଇନ ବ୍ୟବସ୍ଥା କରିବାର ଆବଶ୍ୟକତା ରହିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.