ପୁଅ ତୈମୁରଙ୍କ ବିଷୟରେ ବଡ଼ ଖୁଲାସା କଲେ ସୈଫ୍‌, କହିଲେ ‘ତୈମୁର ମୋତେ ଏମିତି ଡାକିଥାଏ’

ସୈଫ୍ ଅଲ୍ଲୀ ଖାନ୍‌ଙ୍କ ପୁଅ ତୈମୁର ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି। ସେ ଏମିତି ଜଣେ ଷ୍ଟାରକିଡ୍‌, ଯିଏ ସବୁଠାରୁ ଅଧିକ ଚର୍ଚ୍ଚାରେ ଥାଆନ୍ତି। ନିକଟରେ ସୈଫ୍ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ କେତେକ କଥାର ଖୁଲାସା କରିଥିଲେ। ଯେତେବେଳେ ତାଙ୍କୁ ତୈମୁରଙ୍କ ପପୁଲାରିଟି ବିଷୟରେ ପଚରା ଯାଇଥିଲା, ସେ କହିଥିଲେ, ‘ମୋତେ ଲାଗୁଥିଲା ତୈମୁରକୁ ଅଳ୍ପ ପପୁଲାରିଟି ମିଳିବ। କିନ୍ତୁ ଏତେ ମିିଳିବ ବୋଲି କେବେ ଭାବି ନ ଥିଲି’।

saif3

ଦ୍ୱିତୀୟ ପ୍ରଶ୍ନରେ ତାଙ୍କୁ ପଚରାଯାଇଥିଲା, ତୈମୁରଙ୍କୁ ମିଳୁଥିବା ଏତେ ଲୋକପ୍ରିୟତାରୁ ତାଙ୍କୁ କିଛି ସମସ୍ୟା ହେଉଛି କି? ଆପଣ ଏହାକୁ କେମିତି ଦେଖନ୍ତି? ଏହି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସୈଫ୍ କହିଥିଲେ, ‘ଆମେ ଏହି କଥାକୁ ନର୍ମାଲ ଦେଖୁଛୁ। ଲୋକେ ଫଟୋ ନେଇଥାଆନ୍ତି। ଆଉ ତୈମୁରକୁ ବହୁତ ପସନ୍ଦ କରିଥାଆନ୍ତି। ସେ ମଧ୍ୟ ବହୁତ ସ୍ୱିଟ୍‌, ମୋତେ ବି ତା’ର ଫଟୋ ନେବାକୁ ଭଲ ଲାଗିଥାଏ’।

saif2

ଏହାସହ ପଢ଼ନ୍ତୁ: ପଛ ପଟୁ ମହିଳା କରୁଥିଲେ ଏଭଳି ଅଶ୍ଳୀଳ କାମ, ପରଫରମାନ୍ସ ସମୟରେ ଭଡ୍‌କିଗଲେ ପ୍ରିୟଙ୍କାଙ୍କ ସ୍ୱାମୀ

ସୈଫ୍ ଆହୁରି କହିଥିଲେ, ତୈମୁର ଏବେ କିଛି କିଛି କଥା କହୁଛି। ଯେପରି ହାୟ, ପାଣି, କମ୍‌-କମ୍‌, ଦାଦା, ଅବା। କେବେ କେବେ ସେ ମୋତେ ସାର୍ ମଧ୍ୟ କହିଦେଉଛି। କାହିଁକି ନା, ତା’ର ଆୟା ମୋତେ ସାର୍ କହିଥାଆନ୍ତି। ସାକ୍ଷାତକାର ସମୟରେ ସୈଫ୍ ତୈମୁରଙ୍କ ବିଷୟରେ ଏହିପରି ଅନେକ କିଛି କଥା ଶେୟାର କରିଥିଲେ। ଏବେ ସୈଫ୍ ତାଙ୍କ ଆଗାମୀ ଫିଲ୍ମ ପାଇଁ ବ୍ୟସ୍ତ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.