Below header

ସେବା କ୍ଷେତ୍ରରେ ଭଲ ପ୍ରଦର୍ଶନ କଲେ ଡାକ୍ତରଙ୍କୁ ମିଳିବ ପୁରସ୍କାର, ଶ୍ରେଷ୍ଠ ୧୦ ଡାକ୍ତରଙ୍କୁ ୧୦ ଲକ୍ଷ

ଭୁବନେଶ୍ବର(କେନ୍ୟୁଜ୍):    5T କାର୍ଯ୍ୟକ୍ରମରେ ଡାକ୍ତର ଓ ସ୍ୱାସ୍ଥ୍ୟସେବାରେ ନିୟୋଜିତ କର୍ମଚାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପୁରସ୍କାର ଘୋଷଣା । ଶ୍ରେଷ୍ଠ ୧୦ ଡାକ୍ତରଙ୍କୁ ମିଳିବ ୧୦ ଲକ୍ଷ ଟଙ୍କାର ପୁରସ୍କାର । ସେହିପରି ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କ ପାଇଁ ୫ଲକ୍ଷ ପୁରସ୍କାର ଘୋଷଣା କରଯାଇଛି । ଏଥିସହ ଭଲ କାମ କରୁଥିବା ସରକାରୀ ସ୍ୱାସ୍ଥ୍ୟ ଅନୁଷ୍ଠାନ ଗୁଡିକୁ ପୁରସ୍କୃତ କରାଯିବ । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସୁନାମ ଅର୍ଜନ କରିିଥିବା ପ୍ରସିଦ୍ଧ ବ୍ୟକ୍ତିତ୍ୱମାନଙ୍କ ଏକ କମିଟି ଏହି ପୁରସ୍କାର ପାଇଁ ଚୁଡାନ୍ତ ନିଷ୍ପତ୍ତି ନେବେ । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନିୟୋଜିତ ଜଣେ ସ୍ଥାୟୀ କର୍ମଚାରୀ ତାଙ୍କ ଚାକିରି କାଳ ମଧ୍ୟରେ କରିଥିବା ଉଲ୍ଲେଖନୀୟ ସେବାକୁ ଭିତ୍ତି କରି ଏହି ପୁରସ୍କାର ରାଶି ପ୍ରଦାନ କରାଯିବ । ଏହି ପୁରସ୍କାର ପାଇଁ ମନୋନୀତ କର୍ମଚାରୀଙ୍କୁ ଅବସର ଗ୍ରହଣ ଦିନ ହିଁ ପରବର୍ତ୍ତି ଉଚ୍ଚ ପଦବୀକୁ ପ୍ରମୋସନ କରାଯିବ । ଏପଟେ ସରକାରୀ ଡାକ୍ତରଖାନା ଯାଉଥିବାରୋଗୀଙ୍କ ମତାମତକୁ ଭିତ୍ତି କରି ସ୍ଥିର କରାଯାଇଥିବା ଶ୍ରେଷ୍ଠ ୫ଟି ସ୍ୱାସ୍ଥ୍ୟ ଅନୁଷ୍ଠାନର ମେଡିକାଲ ଅଫିସରଙ୍କୁ ତୈମାସିକ ପ୍ରଶଂସା ପତ୍ର ପ୍ରଦାନ କରାଯିବ । ଏଥିସହ ସ୍ଥାୟୀ ମେଡିକାଲ କର୍ମଚାରୀଙ୍କୁ LTCରେ ବିଦେଶ ଭ୍ରମଣର ସୁଯୋଗ ଦିଆଯିବ । ଚୁକ୍ତିଭିତ୍ତିକ କର୍ମଚାରୀ ତାଲିମ ନିମନ୍ତେ ବିଦେଶ ଯିବେ । ସେହିପରି ପ୍ରସବ ଓ ଏହି ଅପରେସନ ନିମନ୍ତେ ଭଲ କାମ କରିଥିବା ଟିମକୁ ସ୍ୱାସ୍ଥ୍ୟ ବିଭାଗର ନିୟମାବଳୀ ଅନୁଯାୟୀ ଆର୍ଥିକ ପ୍ରୋତ୍ସୋହନ ପ୍ରଦାନ କରାଯିବ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.