Below header

ପ୍ରଥମ ଥର ପାଇଁ ଗୋଲାପି  ବଲରେ ଖେିଳିବ ଭାରତ, ବାଂଲାଦେଶ ସହ ହେବ ଟେଷ୍ଟ ମ୍ୟାଚ

କେନ୍ୟୁଜ୍ (ବ୍ୟୁରୋ):  ଦେଶର ଇଡେନ ଗାର୍ଡେନ ମୈଦାନ ଖୁବ ଶିଘ୍ର ଭାରତୀୟ କ୍ରିକେଟ ଟିମ ପାଇଁ ଏକ ଐତିହାସିକ ମୁହୂର୍ତ୍ତ ଆଣିବାକୁ ଯାଉଛି। ପ୍ରଥମେ ନାଲି ପରେ ଧଳା ଏବେ ଗେlଲାପି  ବଲରେ ଖେଳା ହେବାକୁ ଯାଉଛି ଟେଷ୍ଟ ମ୍ୟାଚ୍। ଭାରତ ଓ ବାଂଲାଦେଶ ମଧ୍ୟରେ ୨୨ରୁ ୨୬ ନଭେମ୍ବର ମଧ୍ୟରେ ଇଡେନ ଗାର୍ଡେନ  ମୈଦାନରେ ଟେଷ୍ଟ ମ୍ୟାଚ ଖେଳାଯିବାକୁ ଅଛି। ଖବର ମିଳିଛି  ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ  ବାଂଲାଦେଶ କ୍ରିକେଟ କଣ୍ଟ୍ରୋଲ ବୋର୍ଡକୁ ୨୨ରୁ ୨୬ ନଭେମ୍ବର ମଧ୍ୟରେ କୋଲକାତାର ଇଡେନ ଗାର୍ଡେନରେ ଖେଳାଯିବାକୁ ଥିବା ଟେଷ୍ଟ ମ୍ୟାଚକୁ ଡେ ନାଇଟ ଫର୍ମାଟରେ ଖେଳିବା ପାଇଁ ପ୍ରସ୍ତାବ ଦେଇଛି। ଏକ  ଜାତୀୟ ଗଣାମଧ୍ୟମ ବିସିସିଆଇର ଜଣେ ଅଧିକାରୀଙଙ୍କ ସୂଚନା ଅନୁସାରେ ଏ ସମ୍ପର୍କିତ ଖବର ପ୍ରକାଶ କରିଛି। ଏଥିରେ ଲେଖାଅଛି ଯେ ବିସିସିଆଇ  ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯିବାକୁ ଥିବା ଟେଷ୍ଟ ମ୍ୟାଚ ଡେ ଓ ନାଇଟ ଫର୍ମାଟରେରେ କରିବାର ଯୋଜନା ଉପରେ କାମ କରୁଛି। କିନ୍ତୁ କ୍ରିକବଜର ଏକ  ରିପୋର୍ଟ ଅନୁସାରେ ବିସିବି (ବାଂଲାଦେଶ କ୍ରିକେଟ ବୋର୍ଡ) ଏବେ ଏହି ଅନୁରୋଧ ଉପରେ କିଛି ନିଷ୍ପତ୍ତି ନେଇନାହିଁ।

ଏହାସହ ପଢନ୍ତୁ: ପରମ୍ପରାକୁ ସମ୍ମାନ ଜଣାଇଲେ ଛତିଶଗଡ ମୁଖ୍ୟମନ୍ତ୍ରୀ, ଗୋବର୍ଦ୍ଧନ ପୂଜା ବେଳେ ଚାବୁକରେ ମାଡ ଖାଇଲେ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ

ବିସିବିର ଅପରେସନ ଚେୟାରମ୍ୟାନ ଅକ୍ରମ ଖାନ ରବିବାର ଦିନ ଢାକାରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସାକ୍ଷାତକାର ଦେଇ  କହିଥିଲେ ବିସିସିଆଇ ଆମକୁ ଡେ ଓ ନାଇଟ ମ୍ୟାଚ ପାଇଁ ପ୍ରସ୍ତାବ ଦେଇଛି। ଆମେ କିଛି  ଚିନ୍ତା କରି ଏ ବିଷୟରେ ଜଣାଇବୁ।ଆମକୁ ଦୁଇ ତିନି ଦିନ  ପୂର୍ବରୁ ଚିଠି ମିଳିଛି। କିନ୍ତୁ ଆମେ ଏବିଷୟରେ କିଛି ନିଷ୍ପତ୍ତି ନେଇ ନାହୁଁ ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ଆମେ ଏବିଷୟରେ  ବସିସିଆଇକୁ ଜଣାଇଦେବୁ ବୋଲି  କହିଛନ୍ତି ଅକ୍ରମ ଖାନ।

କ୍ରିକବଜ ରିପୋର୍ଟରେ ବିସିବିର chief executive ନିଜାମୁଦ୍ଦିନ ଚୌଧୁରୀଙ୍କ ମତ ନେଇ କୁହାଯାଇଛି ଯେ ଖେଳାଳି ଓ ଟିମ ମ୍ୟାନେଜମେଣ୍ଟର ସହମତି ବିନା  କୌଣସି ନିଷ୍ପତ୍ତି ନିଆ ଯାଇପାରିବ ନାହିଁ। ସର୍ବପ୍ରଥମେ ନିଜ ଖେଳାଳି ଓ ଟିମ ମ୍ୟାନେଜମେଣ୍ଟର ସଦସ୍ୟଙ୍କ ପାଖରେ ଏହି ବିଷୟରେ କଥା ହେବାକୁ ହେବ। ଯାହାଙ୍କର ସହମତି ଜରୁରୀ ଅଟେ। ଏହା ପୁରାମାତ୍ରାରେ ଟେକନିକ ମାମଲା ବୋଲି କହିଛନ୍ତି ନିଜାମୁଦ୍ଦିନ।

ଏହାସହ ପଢନ୍ତୁ: ଅଜବ ପରମ୍ପରା, ଏଠାରେ ଅନ୍ୟର ସ୍ତ୍ରୀ କୁ ଚୋରାଇ ନେଇ ବିବାହ କରିବା ପାଇଁ କରାଯାଇଥାଏ ଉତ୍ସବ

ବିସିସିଆଇର ନୂଆ ଅଧ୍ୟକ୍ଷ  ସୌରଭ ଗାଙ୍ଗୁଲୀ ମଧ୍ୟ ଏହି ଡେ ନାଇଟ ଟେଷ୍ଟ ମ୍ୟାଚର ସପକ୍ଷରେ ରହିଥିବାର ଜଣାପଡିଛି। କିଛି ଦିନ ତଳେ ଡେ ନାଇଟ ଟେଷ୍ଟ  ମ୍ୟାଚକୁ  ନେଇ ଗାଙ୍ଗୁଲି ହିଁ କହିଥିଲେ ଆମେ ଖୁବ ଶିଘ୍ର ଏହାକୁ ବିଚାର କରିବୁ। ଭାରତୀୟ କ୍ରୀକେଟ ଦଳର ଅଧିନାୟକ ବିରଟ କୋହଲି ମଧ୍ୟ ଏହି ଡେ ନାଇଟ ଟେଷ୍ଟ ମ୍ୟାଚକୁ ନେଇ ସହମତି ଥିବା ଜଣା ପଡିଛି। ବିସିସିଆଇର ଜାରି ରହିଥିବା ଚେଷ୍ଟା ଦେଖିଲେ ଲାଗୁଛି ଖୁବଶିଘ୍ର ଏହି ଗୋଲାପି ବଲରେ ଟେଷ୍ଟ ମ୍ୟାଚ ଖେଳାଯିବାର ଅଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.