Below header

ଦୀପାବଳିରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ହିନ୍ଦୁ ମାନଙ୍କୁ କହିଲେ ଏପରି

ନିକଟରେ ପିଏମ ନରେନ୍ଦ୍ର ମୋଦି ସରକାର ଜାମ୍ମୁ କାଶ୍ମୀରରୁ ଆର୍ଟିକିଲ 370 ହଟାଇ ଏକ ଐତିହାସିକ ନିର୍ଣ୍ଣୟ ନେଇଛନ୍ତି । ଯେଉଁ ନିଷ୍ପତ୍ତିରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଭାରତର ଅମର ଅବଦୁଲା, ମେହବୁବା ମୁଫତି, ଫାରୁକ ଅବଦୁଲାଙ୍କ ଭଳି ପ୍ରମୁଖ ନେତା ମାନେ ବିଜେପି ସରକାରଙ୍କର ଏହି ନିଷ୍ପତ୍ତିକୁ ବିରୋଧ କରିଥିଲେ । ଆନ୍ତର୍ଜାତୀୟ ସ୍ତରରେ ମଧ୍ୟ ଇମ୍ରାନ ଖାନ କାଶ୍ମୀର ମାମଲା ଉଠାଇଥିଲେ କିନ୍ତୁ କୌଣସି ଫାଇଦା ହେଲା ନାହିଁ ।

 

 

ଅନୁଛେଦ 370 ଶେଷ ହେବାପରେ ପିଏମ ନରେନ୍ଦ୍ର ମୋଦି ସରକାର ଜାମ୍ମୁ କାଶ୍ମୀରକୁ ଦୁଇଟି କେନ୍ଦ୍ରଶାସିତ ଭାଗରେ ବାଣ୍ଟି ଦେଇଥିଲେ । ଲଦାଖକୁ କେନ୍ଦ୍ରଶାସିତ ପ୍ରଦେଶ ବନାଇ ଦିଆଯାଇଥିଲା ଯେଉଁଠି ବିଧାନସଭା ରହିବ ନାହିଁ ଏବଂ ଅନ୍ୟପଟେ ଜାମୁ କାଶ୍ମୀରକୁ ମଧ୍ୟ କେନ୍ଦ୍ର ଶାସିତ ପ୍ରଦେଶ ବନାଇ ଦିଆଯାଇଛି କିନ୍ତୁ ସେଠାରେ ବିଧାନସଭା ରହିବ । ଏପରି ସ୍ଥଳେ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି । ତେବେ ଏହି ସମୟରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଦୀପାବଳୀକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି ।

 

 

ଏହାସହ ପଢନ୍ତୁ ୩୭୦ ଉଚ୍ଛେଦ ପରେ ପ୍ରଥମ ଥର ଜମ୍ମୁ କଶ୍ମୀର ଯିବେ ୟୁରୋପିୟନ୍‌ ସଂସଦର ୨୮ ଜଣିଆ ପ୍ରତିନିଧି ଦଳ

ସେ କହିଛନ୍ତି ଯେ ଆମର ସମସ୍ତ ହିନ୍ଦୁ ଭାଇ ମାନଙ୍କୁ ଶୁଭ ଦୀପାବଳି । ଇମ୍ରାନ ଖାନଙ୍କର ଏହି ବୟାନ ଉପରେ ଲୋକମାନେ ନିଜର ପ୍ରତିକ୍ରିୟା ରଖିଛନ୍ତି । ଜଣେ ୟୁଜର କହିଛନ୍ତି କି ଭାରତରେ ମୁସଲମାନଙ୍କ ସହିତ ସମସ୍ତେ ଦୀପାବଳି ମନେଇଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.