ବୟସ ମାତ୍ର ୩ ବର୍ଷ କିନ୍ତୁ କାରନାମା ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ ଆପଣ

ବୟସ ମାତ୍ର ୩ ବର୍ଷ କିନ୍ତୁ ସ୍ମରଣ ଶକ୍ତି ବିଷୟରେ ଜାଣିଲେ ଉଡିଯିବ ଆପଣଙ୍କ ହୋସ । ମଥୁରାରେ ବାସ କରୁଥିବା ୩ ବର୍ଷୀୟ ମାସୁମ ଗୁରୁ ଉପାଧ୍ୟାୟ ଜଣେ ସାଧାରଣ ବାଳକ ଅଟନ୍ତି । ତେବେ ଅନ୍ୟ ପିଲାମାନଙ୍କଠାରୁ ସେ ଟିକିଏ ଭିନ୍ନ ଅଟନ୍ତି କାରଣ ତାଙ୍କର ସ୍ମରଣ ଶକ୍ତି ଆଶ୍ଚର୍ଯ୍ୟକର ଅଟେ । ଗୁରୁ ଅନେକ ଦେଶ ଏବଂ ତାର ରାଜଧାନୀ ସହିତ ଆହୁରି ବହୁତ କିଛି ମନେ ରଖିପାରୁଛି ଯାହାକି ଜଣେ ବଡ଼ ଲୋକ ମନେରଖିପାରିବା ମଧ୍ୟ ଅସମ୍ଭଵ ଅଟେ ।

ସେ ୱାର୍ଲଡ ମ୍ୟାପରେ ତାଙ୍କର ଭୌଗୋଳିକ ସ୍ଥିତିକୁ ନିର୍ଭୁଲ ଭାବେ କହିପାରନ୍ତି । କେବଳ ସେତିକି ନୁହେଁ ସେ ଅନେକ ଦେଶର ନଦୀ ଗୁଡିକର ନାମ ମଧ୍ୟ ମନେରଖିଛନ୍ତି । ମା ମମୀପ୍ରିୟା ଗୁରୁ ଏବଂ ପିତା ଅରବିନ୍ଦ ଗୁରୁଙ୍କ କହିବା ଅନୁଯାୟୀ ୨୦୧୬ ମସିହା ଜୁଲାଇ ୧୪ ତାରିଖରେ ତାଙ୍କର ଏକ ପୁତ୍ର ଜନ୍ମ ହୋଇଥିଲା ଯାହାର ନାମ ହେଉଛି ମାସୁମ ଗୁରୁ । ତାକୁ ଯେକୌଣସି ବି କଥା କୁହାଯାଇଥାଏ ସେ ତାକୁ ବହୁତ ଗମ୍ଭୀରତାର ସହ ଶୁଣିଥାଏ ।

ଏହାସହ ପଢନ୍ତୁ ନିଜ ଯୋଗ ବଳରେ ଏହି ବାବା କରିପାରୁଛନ୍ତି ଅସମ୍ଭବକୁ ସମ୍ଭବ, ଶୁଣିଲେ ଉଡିଯିବ ଆପଣଙ୍କ ହୋସ

ସୂଚନା ଅନୁଯାୟୀ ପ୍ରିୟା ଓ ଅରବିନ୍ଦ ଦୁଇଜଣ ସିଭିଲ ପରୀକ୍ଷାର ପ୍ରସ୍ତୁତିରେ ଅଛନ୍ତି । ସେମାନେ ସିଭିଲ ପରୀକ୍ଷାର ପ୍ରଶ୍ନଉତ୍ତରକୁ ପଢ଼ିଥାନ୍ତି ଓ ଜଣେ ଅନ୍ୟ ଜଣକୁ ପଚାରିଥାନ୍ତି ଏବଂ ଏହାକୁ ଗୁରୁ ବହୁତ ଗମ୍ଭିରତାର ସହ ଶୁଣିଥାଏ । ତେବେ ପ୍ରଶ୍ନ ଆସିଲା ମାନେ ସେମାନଙ୍କ ପୂର୍ବରୁ ଗୁରୁ ଉତ୍ତର ଦେଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.