ଯୁକ୍ତ ୩ରେ ନାମଲେଖା ପାଇଁ ପ୍ରକାଶ ପାଇଲା ଦ୍ୱିତୀୟ ପର୍ଯ୍ୟାୟ ତାଲିକା
ଭୁବନେଶ୍ବର(କେନ୍ୟୁଜ୍): ଯୁକ୍ତ ୩ରେ ନାମଲେଖା ପାଇଁ ପ୍ରକାଶ ପାଇଲା ଦ୍ୱିତୀୟ ପର୍ଯ୍ୟାୟ ତାଲିକା । ଆଜିଠାରୁ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ନାମଲେଖା ଆରମ୍ଭ ହୋଇଛି । ନାମଲେଖା ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇ ୧୧ ତାରିଖ ଲେଖାଏଁ ଚାଲିବ । ଅଗଷ୍ଟ ୧୪ରେ ସ୍ପଟ ନାମଲେଖା ପାଇଁ ତାଲିକା ପ୍ରକାଶ ପାଇବ । ଅଗଷ୍ଟ ୮ ରୁ ପାଠ ପଢା ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟରେ ସାରା ରାଜ୍ୟରେ ୧ ଲକ୍ଷ ୫୫ ହଜାର ୭୭୬ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ନାମ ଲେଖାଇବା ପାଇଁ ମୋଟ ୨୨ ହଜାର ୨୦୭ ଜଣ ଛାତ୍ରଛାତ୍ରୀଙ୍କ ତାଲିକା ପ୍ରକାଶ ପାଇଛି । ଦ୍ୱିତୀୟ ପର୍ଯ୍ୟାୟରେ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟ ଆଗୁଆ ରହିଛି ।