ଆଜିଠାରୁ ଆରମ୍ଭ ହେଉଛି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଶିକ୍ଷାବର୍ଷ

ଭୁବନେଶ୍ବର(କେନ୍ୟୁଜ୍): ଆଜିଠାରୁ ଆରମ୍ଭ ହେଉଛି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଶିକ୍ଷାବର୍ଷ । ୨୦୧୯-୨୦ ଶିକ୍ଷାବର୍ଷ ପାଇଁ ରାଜ୍ୟର ୧୯୮୪ଟି ଯୁକ୍ତ ୨ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଏବଂ ସଂସ୍କୃତ ଶିକ୍ଷାନୁଷ୍ଠାନମାନଙ୍କରେ ନାମ ଲେଖା ସରିବା ପରେ ଆଜି ଠାରୁ ପଢା ଆରମ୍ଭ ହେଉଛି । ଦୁଇଟି ପର୍ଯ୍ୟାୟରେ ନାମ ଲେଖା ସରିବା ପରେ ବଳକା ଥିବା ସିଟ ପାଇଁ ଗତ ଶନିବାର ହୋଇଥିଲା ସ୍ପଟ ନାମ ଲେଖା । ୧୯୮୪ଟି ଉଚ୍ଚ ମାଧ୍ୟମିକ ସ୍କୁଲରେ ୪ ଲକ୍ଷ ୪୮ ହଜାର ୪୫୧ ସିଟରୁ ପୂରଣ ହୋଇଛି ୩ ଲକ୍ଷ ୧୬ ହଜାର ୩୯୨ ସିଟ୍‌ । ସ୍ପଟ ନାମ ଲେଖା ପରେ ଏବେ ବି ମଧ୍ୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟମାନଙ୍କରେ ବହୁ ସିଟ ଖାଲି ରହିଛି । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଯୁକ୍ତ ୨ ପାଠ ପଢିବା ପାଇଁ ଆଗ୍ରହ କମ୍‌ ଥିବା ଦେଖିବାକୁ ମିଳୁଛି । ବିଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିଜ୍ଞାନର ପ୍ରଥମ ଦୁଇଟି ସ୍ଥାନରେ ରେଭେନ୍‌ସା ଜୁନିଅର କଲେଜ ଓ ବିଜେବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପ୍ରଥମ ପସନ୍ଦ ରହିଥିଲା । ସେହିଭଳି ବାଣିଜ୍ୟରେ ଛାତ୍ରଛାତ୍ରୀଙ୍କ ପ୍ରଥମ ପସନ୍ଦ ରହିଥିଲା ଗଞ୍ଜାମ ଜିଲ୍ଲାର ଗୋପାଳପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ । କଳାରେ ପ୍ରଥମ ସ୍ଥାନ ବଜାୟ ରଖିଥିଲା ବିଜେବି ଜୁନିୟର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.