Below header

ଆଜି ବିଶ୍ୱ ବ୍ୟାଘ୍ର ଦିବସ, ପ୍ରକାଶ ପାଇବ ବର୍ଷ ୨୦୧୮ ପାଇଁ ବାଘ ଗଣନା ରିପୋର୍ଟ

ନୂଆଦିଲ୍ଲୀ(କେନ୍ୟୁଜ୍): ଆଜି ବିଶ୍ୱ ବ୍ୟାଘ୍ର ଦିବସ । ଏହି ଅବସରରେ ପ୍ରକାଶ ପାଇବ ବର୍ଷ ୨୦୧୮ ପାଇଁ ବାଘ ଗଣନା ରିପୋର୍ଟ । ଗତ ୩ଟି ଗଣନାରେ ଦେଶରେ ବାଘ ବଂଶ ବୃଦ୍ଧି ପାଇଥିଲା । କିନ୍ତୁ ଓଡ଼ିଶାରେ କ୍ରମାଗତ ଖସିଛି । ୨୦୦୬ରେ ଓଡ଼ିଶାରେ ୪୫ଟି ବାଘ ଥିବା ବେଳେ ଗତ ଗଣନାରେ ମାତ୍ର ୨୮ଟି ଚିହ୍ନଟ ହୋଇଥିଲେ । ବାଘ ବଂଶ ବୃଦ୍ଧି ପାଇଁ ରାଜ୍ୟ ସରକାର ‘ଟ୍ରାନ୍ସ ଲୋକେସନ୍‌ ପ୍ରୋଜେକ୍ଟ’ ହାତକୁ ନେଇଥିବା ବେଳେ ଏଥର ସଂଖ୍ୟା ବଢ଼ିବ ନା ଖସିବ, ତାଉପରେ ସମସ୍ତଙ୍କ ନଜର ରହିଛି ।

ଅନ୍ଯପଟେ ଦେଶରେ କେତେ ବାଘ ଅଛନ୍ତି? ଗତ ଗଣନା ଅପେକ୍ଷା ଏଥର ସଂଖ୍ୟା ବଢ଼ିଛି ନା ହ୍ରାସ ପାଇଛି ? ବିଶ୍ୱ ବ୍ୟାଘ୍ର ଦିବସ ଅବସରରେ ଆସିବ ୨୦୧୮ ବ୍ୟାଘ୍ର ଗଣନା ରିପୋର୍ଟ। ପ୍ରଧାନମନ୍ତ୍ରୀ ଏହି ରିପୋର୍ଟରୁ ସାର୍ବଜନୀନ କରିବେ। ୨୦୦୬ରୁ ପ୍ରତି ୪ ବର୍ଷରେ ଥରେ ଜାତୀୟ ବ୍ୟାଘ୍ର ଗଣନା ରିପୋର୍ଟ ପ୍ରକାଶ ପାଇଥାଏ। ୨୦୧୪ ଗଣନାରେ ଦେଶରେ ବଢ଼ିଥିଲା ବାଘ ବଂଶ। ସେତେବେଳେ ଥିଲେ ୨ ହଜାର ୨୨୬ଟି ବାଘ। ୨୦୧୦ରେ ଏହି ସଂଖ୍ୟା ଥିଲା ୧ ହଜାର ୭୦୬। ୨୦୦୬ରେ ୧ ହଜାର ୪୧୧ଟି ବାଘ ଚିହ୍ନଟ ହୋଇଥିଲେ। ଏବର୍ଷ ବି ଏହି ସଂଖ୍ୟାରେ ବୃଦ୍ଧି ଅନୁମାନ କରାଯାଉଛି।

tiger imgଗତ ତିନି ଥର ବାଘ ଗଣନା ରିପୋର୍ଟ କହୁଛି, ଓଡ଼ିଶାରେ ବାଘଙ୍କ ସଂଖ୍ୟା କ୍ରମାଗତ ହ୍ରାସ ପାଇଛି। ୨୦୦୬ରେ ରାଜ୍ୟରେ ଥିଲେ ୪୫ଟି ବାଘ। ୨୦୧୦ ସଂଖ୍ୟା ଖସିଥିଲା ୩୨କୁ। ୨୦୧୪ ଗଣନାରେ ଓଡ଼ିଶାରେ ୨୮ଟି ବାଘ ଥିବା ଜଣା ପଡ଼ିଥିଲା। ବାଘ ବଂଶ ବୃଦ୍ଧି ପାଇଁ ରାଜ୍ୟ ସରକାର ଟ୍ରାନ୍ସ ଲୋକେସନ୍‌ ପ୍ରୋଜେକ୍ଟ ହାତକୁ ନେଇଛନ୍ତି। ଏଥିପାଇଁ ମଧ୍ୟପ୍ରଦେଶ ବାନ୍ଧବଗଡ଼ ବ୍ୟାଘ୍ର ଅଭୟାରଣ୍ୟରୁ ସାତକୋଶିଆ ଅଭୟାରଣ୍ୟକୁ ଅଣାଯାଇଥିଲା ଦୁଇଟି ବାଘ ଓ ବାଘୁଣୀ। ରହସ୍ୟଜନକ ଭାବରେ ମହାବଳ ମହାବୀରର ମୃତ୍ୟୁ ହୋଇଥିବା ବେଳେ ବାଘୁଣୀ ସୁନ୍ଦରୀ ଏବେ ଏନକ୍ଲୋଜରରେ ବନ୍ଦୀ। ରାଜ୍ୟରେ କ୍ରମାଗତ ବାଘ ସଂଖ୍ୟା ଖସୁଥିବା ବେଳେ ଟ୍ରାନ୍ସ ଲୋକେସନ୍‌ ପ୍ରୋଜେକ୍ଟ ଭାଗ୍ୟ ବି ଅନ୍ଧାରକୁ ଠେଲି ହୋଇ ଯାଇଛି। ଏଥର ଗଣନାରେ ବାଘ ସଂଖ୍ୟା ୨୮ ଟପିବ ନା ପୁଣି ଖସିବ, ତାଉପରେ ସମସ୍ତଙ୍କ ନଜର ରହିଛି।

ନୂତନ ଜ୍ଞାନକୌଶଳରେ ଏବେ ବାଘ ଗଣନା କରାଯାଉଛି। ୧୮ଟି ରାଜ୍ୟରେ ଗଣନା କାର୍ଯ୍ୟରେ ନିୟୋଜିତ ହୋଇଥିଲେ ୪୦ ହଜାରରୁ ଅଧିକ ଫିଲ୍ଡ ଷ୍ଟାଫ୍‌। ବାଘଙ୍କ ଗତିବିଧି ଉପରେ ନଜର ରଖିଥିଲା ୧୫ ହଜାରରୁ ଅଧିକ ଟ୍ରାପ୍‌ କ୍ୟାପେରା। ସଠିକ ଗଣନା ପାଇଁ ଡିଜିଟାଲ୍‌ ଟାଇଗର୍‌ ସେନସସନ୍‌ ଟେକନିକର ଉପଯୋଗ କରାଯାଇଛି। ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ ବା ଏନଟିସିଏ ପକ୍ଷରୁ ଆଣ୍ଡ୍ରଏଡ୍‌ ଆପ୍‌ର ବି ବ୍ୟବହାର କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.