ଅଣନିଶ୍ୱାସୀ ହେଲା ତାଳଚେର: ବିଷାକ୍ତ ଗ୍ୟାସ ନେଲା ୧୦ ଜୀବନ

jccplତାଳଚେର: ବିଷାକ୍ତ ଗ୍ୟାସରେ ଅଣନିଶ୍ୱାସୀ ହୋଇ ପଡିଲେଣି ତାଳଚେର ସହରର ଏକଘରିଆ ଗ୍ରାମବାସୀ। ଦୀର୍ଘ ୧୦ବର୍ଷ ହେବ ସହରରେ ଥିବା ଜେସିସିପିଏଲ କମ୍ପାନିରୁ ନିର୍ଗତ ହେଉଛି ବିଷାକ୍ତ ବେଞ୍ଜୋପାୟରିନ୍ ଗ୍ୟାସ। ଏହାର ପ୍ରଭାବରେ ଗାଁର ୧୦ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏବେ ବି ଅନେକ ଲୋକ ଟିବି ଓ ଫୁସଫୁସ ଜନିତ ରୋଗରେ ଆକ୍ରାନ୍ତ ଅଛନ୍ତି।

jccpl ୨୦୦୯ରେ ଗାଁରେ ଜନାଲ କାର୍ବନ କେମିକାଲ ପ୍ରାଇଭେଟ୍ ଲିମିଟେଡ୍ ନାମକ ଏହି କମ୍ପାନି ପ୍ରତିଷ୍ଠା ହୋଇଥିଲା। ତେବେ ଭାରୀ ପ୍ରଦୂଷଣ କାରଣରୁ କମ୍ପାନିକୁ ବନ୍ଦ କରିବା ଦାବିରେ ବାରମ୍ବାର ପ୍ରଶାସନକୁ ଜଣାଇବା ସହ ଗାଁଲୋକେ ଜିଲ୍ଲା ପ୍ରଦୂଷଣ ବୋର୍ଡ କାର୍ୟ୍ୟାଳୟ ଘେରାଉ କରିଥିଲେ। ହେଲେ ଏଥିପ୍ରତି କେହି ଶୁଣୁନଥିବା ଅଭିଯୋଗ କରିଛନ୍ତି। ଅନ୍ୟପଟେ କମ୍ପାନିରୁ ନିର୍ଗତ ହେଉଥିବା ଗ୍ୟାସର ପରିମାଣକୁ ପ୍ରତିଦିନ ଯାଞ୍ଚ କରାଯାଉଛି ଏବଂ ଲୋକଙ୍କ ସମସ୍ୟା ପ୍ରତି ଦୃଷ୍ଟି ଦିଆଯାଉଛି ବୋଲି ଜିଲ୍ଲା ପ୍ରଦୂଷଣ ବୋର୍ଡ ବିଭାଗ ଅଧିକାରୀ କହିଛନ୍ତି।

Leave A Reply

Your email address will not be published.