ମିଳିତ ମଦ ଚଢାଉ ବେଳେ ଅବକାରୀ ଓ ପୋଲିସ୍ ବିଭାଗ ହେଲେ ହଟହଟା: ପନିକି ଧରି ଅଟକାଇଲେ ମହିଳା

ମୋହନା(କେନ୍ୟୁଜ୍): ଅବକାରୀ ଓ ପୋଲିସ ବିଭାଗ ମିଳିତ ମଦ ଚଢାଉ କରି ହେଲେ ହଟହଟା। ମହିଳାଙ୍କ ପନିକି ଦେଖି ପଛଘୁଞ୍ଚା ଦେଲେ କର୍ମଚାରୀ । ଏଭଳି ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଲବାରସିଂ ଗାଁରେ। କୌଣସି ସୂତ୍ରରୁ ଖବର ପାଇ ଅବକାରୀ ବିଭାଗର ଇନ୍ସପେକ୍ଟର ପ୍ରକାଶ କୁମାର ସାହୁଙ୍କ ନେତୃତ୍ୱରେ ଅବକାରୀ ବିଭାଗ ଓ ୧୩ ଜଣ ଏ.ପି.ଆର ଫୋର୍ସକୁ ନେଇ ଲବାରସିଂ ଗ୍ରାମର ଭାନୁମତି ଶବରଙ୍କ ଘରେ ଚଢ଼ାଉ ପାଇଁ ଚେଷ୍ଟା କରିଥିଲେ।

ହେଲେ ଭାନୁମତି ଘରେ ଥିବା ଗ୍ରିଲ ଗେଟକୁ ତାଲା ପକାଇବା ସହ ଗୋଟାଏ ଧାରୁଆ ପନିକି ଧରି ଅବକାରୀ କର୍ମଚାରୀକୁ ଧମକଚମକ ଦେବା ସହ ଗେଟ ପାଖରେ ଜଗି ରହିଥିଲେ। ଏବେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି। ତେବେ ଏହି ଘଟଣା ପରେ ଅବକାରୀ ବିଭାଗ ଭାନୁମତିଙ୍କ ଘରେ ଚଢାଉ ନକରି ବିଫଳ ହୋଇ ଫେରି ଆସିଥିବା ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.