ଆଶା ପାରେଖଙ୍କୁ ଦାଦା ସାହେବ ଫାଲକେ ପୁରସ୍କାର, କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କଲେ ଘୋଷଣା

ବଲିଉଡର ଲୋକପ୍ରିୟ ପୁରୁଖା ଅଭିନେତ୍ରୀ ଆଶା ପାରେଖଙ୍କୁ ମିଳବି ଦାଦା ସାହେବ ଫାଲକେ ପୁରସ୍କାର। କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଘୋଷଣା କରିଛନ୍ତି । ଭାରତୀୟ ସିନେମାର ସର୍ବୋଚ୍ଚ ପୁରସ୍କାର ହେଉଛି ଦାଦା ସାହେବ ଫାଲକେ ଆଓ୍ଵାର୍ଡ। ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଆଶାଙ୍କ ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ଏହି ସର୍ବୋଚ୍ଚ ପୁରସ୍କାରରେ ସମ୍ମାନିତ କରାଯିବା ପାଇଁ ମନୋନୀତ କରାଯାଇଛି।

୧୯୯୨ରେ ପଦ୍ମଶ୍ରୀ ପାଇଥିଲେ ୭୯ ବର୍ଷୀୟ ଆଶା ପାରେଖ। ଏହି ଅଭିନେତ୍ରୀ ଜଣଙ୍କ ୬୦ ଦଶକର ଦର୍ଶକଙ୍କ ମଧ୍ୟରେ କରୁଥିଲେ ରାଜ୍ । କଟ୍ଟି ପତଙ୍ଗ, ତିସରି ମଞ୍ଜିଲ୍, ଆନ ମିଲୋ ସଜନା, ଲଭ୍ ଇନ୍ ଟୋକିଓ, ମେରା ଗାଓଢ ମେରା ଦେଶ ଭଳି ଅନେକ ଫିଲ୍ମରେ ଅଭିନୟ କରିଥିଲେ ଆଶା । ଏସବୁ ଫିଲ୍ମ ହିଟ୍ ଥିଲା। ତାଙ୍କର ଏହି ଅଭିନୟ ପାଇଁ ତାଙ୍କୁ ଚଳଚ୍ଚିତ୍ର ସମ୍ମାନରେ ସମ୍ମାନିତ କରାଯାଇଛି । ୧୯୯୨ରେ ପଦ୍ମଶ୍ରୀ, ୨୦୦୨ ଲାଇଫ୍ ଟାଇମ ଆଚିଭମେଣ୍ଟ, ୨୦୦୬ରେ IIFA ଆଓ୍ୱାର୍ଡ ବଳି ଅନେକ ସମ୍ମାନରେ ସମ୍ମାନିତ ହୋଇଛନ୍ତି ଆଶା ।

ଏହାପୂର୍ବରୁ ୨୦୧୯ ବର୍ଷ ପାଇଁ ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କୁ ଦାଦା ସାହେବ ଫାଲକେ ଆୱାର୍ଡରେ ସମ୍ମାନିତ କରାଯାଇଥିଲା।

୨ ଅକ୍ଟୋବର ୧୯୪୨ରେ ଜନ୍ମ ଗ୍ରହଣ କରିଥିଲେ ଆଶା । ଗୋଟିଏ ସମୟ ଥିଲା ଆଶା ପାରେଖଙ୍କ ଦିୱାନା ଥିଲା ପୁରା ଦେଶ । ଆଉ ଆଶା ପାରେଖ ଅନ୍ୟ ଜଣକ ପ୍ରେମରେ ଥିଲେ ପାଗଳ । ହେଲେ କଣ ଏମିତି ହେଲା ଯେ ବିବାହ ନକରି ସାରା ଜୀବନ କୁଆଁରୀ ରହିଗଲେ ଆଶା । ଆଶା ପାରେଖଙ୍କ ନାଁ ଆମୀର ଖାନଙ୍କ ଦାଦା ତଥା ନିର୍ଦ୍ଦେଶକ ନାସିର୍ ହୁସେନଙ୍କ ସହ ଯୋଡା ଯାଇଥିଲା । ତେବେ ଏହି କଥାରେ କେତେ ସତ୍ୟତା ଥିଲା ତାହା କାହାକୁ ଜଣା ନାହିଁ ।

ଏକ ସାକ୍ଷାତାକାରରେ ଆଶା ପାରେଖ୍ ଖୁଲାସା କରିଥିଲେ ଯେ ଲମ୍ବା ସମୟ ଯାଏଁ ତାଙ୍କର ଜଣେ ପ୍ରେମିକ ଥିଲେ । ଆଶାଙ୍କ ଏହି ପ୍ରେମିକ ଆଉ କେହି ନୁହେଁ ନିର୍ଦ୍ଦେଶକ ନାସିର୍ ହୁସୈନ୍ । ନାସିରଙ୍କ ସହ କାହିଁକି ବିବାହ ହୋଇନଥିଲା ପ୍ରଶ୍ନର ଉତ୍ତରରେ ଆଶା କହିଥିଲେ ଯେ ସେ କେବେ ଚାହାଁନ୍ତିନି ନାସିର୍ ତାଙ୍କ ପରିବାର ଠାରୁ ଅଲଗା ହୁଅନ୍ତୁ ବୋଲି । ତେଣୁ ସାରା ଜୀବନ ଆଶା ଅବିବାହିତ ରହିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.