ଅଭିନବ ଉପାୟରେ ଲକ୍ଷ ଲକ୍ଷ ଟଙ୍କା ଠକି ନେଉଥିଲେ ଏହି ୨ ଲୁଟେରା, ଶେଷରେ ବାନ୍ଧିଲା ପୋଲିସ୍

୫ଲକ୍ଷ ଦିଅ ୨୦ଲକ୍ଷ ନିଅ । ଲକ୍ଷ ଲକ୍ଷ ଟଙ୍କା ପୁଣି ଗିଫ୍ଟ ଆକାରରେ । ଆଉ ଟଙ୍କା ଲୋଭରେ ଏ କଥାକୁ ସହଜରେ ବିଶ୍ୱାସ କରି ନେଉଥିଲେ କିଛି ବ୍ୟକ୍ତି । ଆଉ ତାପରେ କଳାକା ବୁଲାଇ ଚମ୍ପଟ ମାରୁଥିଲେ ଚୋର ।

ଭଦ୍ରକ(କେନ୍ୟୁଜ୍‌): ୫ଲକ୍ଷ ଦିଅ ୨୦ଲକ୍ଷ ନିଅ । ଲକ୍ଷ ଲକ୍ଷ ଟଙ୍କା ପୁଣି ଗିଫ୍ଟ ଆକାରରେ । ଆଉ ଟଙ୍କା ଲୋଭରେ ଏ କଥାକୁ ସହଜରେ ବିଶ୍ୱାସ କରି ନେଉଥିଲେ କିଛି ବ୍ୟକ୍ତି । ଆଉ ତାପରେ କଳାକା ବୁଲାଇ ଚମ୍ପଟ ମାରୁଥିଲେ ଚୋର ।

ତେବେ ଅଭିନବ ଉପାୟରେ ବିଭିନ୍ନ ଜିଲ୍ଲାର ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଇ ଫେରାର ହୋଇଯାଉଥିବା ୨ ଜଣ ଲୁଟେରାଙ୍କୁ ଶେଷରେ ଗିରଫ କରିଛି ଭଦ୍ରକ ଜିଲ୍ଲା ସାବରଙ୍ଗ ପୋଲିସ୍ । ସେମାନଙ୍କ ଠାରୁ ନଗଦ ୨ ଲକ୍ଷ ୩୦ ହଜାର ଟଙ୍କା ସହିତ ୪ଟି ମୋବାଇଲ, ଗୋଟିଏ ସ୍କୁଟି ଜବତ କରିଛି ପୋଲିସ୍ । ଗିରଫ ୨ ଅଭିଯୁକ୍ତ ହେଲେ କଟକ ଜିଲ୍ଲା ମାହାଙ୍ଗା ଅଂଚଳର ପ୍ରିୟରଞ୍ଜନ ନାୟକ ଏବଂ ତା ସହଯୋଗୀ ଭଦ୍ରକ ବ୍ଲକ ଜିତନଗା ଗାଁ ର ବସନ୍ତ ପତି ।

ସୂଚନା ମୁତାବକ, ଗତ କିଛି ମାସ ହେଲା ଭଦ୍ରକ ସମେତ ରାଜ୍ୟର ବିଭିନ୍ନ ଅଂଚଳରୁ ୨୦ ଲକ୍ଷ ଟଙ୍କା ଦେବାର ପ୍ରଲୋଭନ ଦେଖାଇ ଲୋକଙ୍କ ଠାରୁ ୫ ଲକ୍ଷ ଟଙ୍କା ଲେଖାଏଁ ନେଇ ଚମ୍ପଟ ମାରୁଥିଲେ ଦୁଇ ଲୁଟେରା । ତେବେ ଗତ କିଛି ଦିନ ପୂର୍ବରୁ ଭଦ୍ରକ ବ୍ଲକ ଅଧିନସ୍ଥ ବଣିଆ ଅଂଚଳର ନାରାୟଣ ସେଠୀଙ୍କୁ ଫୋନ କରି ପ୍ରଥମେ ଲୋଭ ଦେଖାଇଥିଲେ । ଯେଉଁଥିରେ ଫସିଯାଇଥିଲେ ନାରାୟଣ । ଏହାପରେ ସମୟ ସୁଯୋଗ ଦେଖି ତାଙ୍କୁ ଚଣ୍ଡିଖୋଲ ପାରାଦ୍ୱୀପ ଟୋଲ ଗେଟ ନିକଟକୁ ଡକାଇ ଦେବା ପରେ ତାଙ୍କୁ ଗିଫ୍ଟ ଆକାରରେ ୨୦ ଲକ୍ଷ ଟଙ୍କା ମିଳିବ ବୋଲି କହିଥିଲେ । ଏହାପରେ ନାରାୟଣଙ୍କ ଠାରୁ ୫ଲକ୍ଷ ଟଙ୍କା ନେଇ ତାଙ୍କୁ ଗୋଟିଏ ଡବା ଦେଇଥିଲେ ।

କିନ୍ତୁ ନାରାୟଣ ୫ଲକ୍ଷ ଟଙ୍କା ଦେଲା ମାତ୍ରକେ ସେମାନେ ଘଟଣାସ୍ଥଳରୁ ଛୁ ହୋଇ ଯାଇଥିଲା ବେଳେ ନାରାୟଣ ଡବା ଖୋଲି ଦେଖିଲା ବେଳକୁ ଡବା ଭିତରେ କିଛି ଟଙ୍କା ଏବଂ ଅବଶିଷ୍ଟ ବାଲି,ଗୋଡ଼ି,ମାଟି ଥିଲା । ତେଣୁ ସେ ଠକେଇର ଶିକାର ହୋଇଥିବା ଜାଣି ଭଦ୍ରକ ଆସି ସାବରଙ୍ଗ ପୋଲିସ ପାଖରେ ଅଭିଯୋଗ କରିଥିଲେ । ପୋଲିସ ଏହି ଘଟଣାର ତଦନ୍ତ କରି ଶେଷରେ ଏହି ଦୁଇ ଅଭିଯୁକ୍ତଙ୍କୁରୁ ଗିରଫ କରିବାରେ ସକ୍ଷମ ହୋଇଛି । ଏହି ଦୁଇ ଜଣଙ୍କ ନାମରେ ଭଦ୍ରକ ଓ ଯାଜପୁର ଜିଲ୍ଲାର ଥିବା ବିଭିନ୍ନ ଥାନାରେ ପୂର୍ବରୁ ମାମଲା ରହିଥିବା ପୋଲିସ କହିଛି ।

ଯୁଗ ଯେତିକି ଯେତିକି ଆଗକୁ ଯାଉଛି ଚୋରମାନେ ମଧ୍ୟ ସେହି ଅନୁପାତରେ ନୂଆ ନୂଆ ଉପାୟରେ ଚୋରି କରୁଥିବା ଦେଖିବାକୁ ମିଳୁଛି । କିନ୍ତୁ ଚୋର ଯେତେ ଅଭିନବ ଉପାୟରେ ନିଜର କଳା କାରନାମା କରୁଥିଲେ ବି ପୋଲିସ୍ କିନ୍ତୁ ସେ ସବୁର ପର୍ଦ୍ଦାଫାଶ୍ କରିବା ସହି ଅନେକାଂଶରେ ସେମାନଙ୍କୁ କାବୁ କରିବାରେ ସଫଳ ହେଉଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.