ଭାରତ-ପାକିସ୍ତାନ ମ୍ୟାଚ୍‌ ଟିକେଟ ଦାମ୍‌ ଆକାଶଛୁଆଁ, ଟିକେଟ ଦାମ୍‌ ୧.୮୬ କୋଟି

ଭାରତ-ପାକିସ୍ତାନ ଟି-୨୦ ବିଶ୍ୱକପ ମ୍ୟାଚ୍‌ ଟିକେଟ ଦାମ୍‌ ଆକାଶଛୁଆଁ । ମ୍ୟାଚର ଟିକେଟ ଦାମ୍‌ ୧.୮୬ କୋଟି ପର୍ଯ୍ୟନ୍ତ ପହଞ୍ଚିଛି । StubHub ରେ ଭାରତ-ପାକିସ୍ତାନ ମ୍ୟାଚର ସବୁଠାରୁ ଶସ୍ତା ଟିକେଟ ୧.୦୪ ଲକ୍ଷ ରହିଛି । SeatGeek ପ୍ଲାଟଫର୍ମରେ ସବୁଠାରୁ ମହଙ୍ଗା ଟିକେଟର ଦାମ୍‌ ୧.୮୬ କୋଟି ରହିଛି ।

ଆଇସିସି ଟି-୨୦ ବିଶ୍ୱକପ ଆରମ୍ଭ ହେବାକୁ ଆଉ କିଛି ମାସ ବାକି ରହିଛି । ଚଳିତବର୍ଷ ଜୁନରୁ ଆରମ୍ଭ ହେବାକୁ ଥିବା ଟି୨୦ ବିଶ୍ୱକପରେ ଭାରତୀୟ ଟିମର ପ୍ରଥମ ମ୍ୟାଚ ଜୁନ୍‌ ୫ ତାରିଖରେ ରହିଛି । ଟିମ ପ୍ରଥମ ମ୍ୟାଚରେ ଆୟରଲାଣ୍ଡ ସହିତ ମୁହାଁମୁହିଁ ହେବ । ଚଳିତ ବର୍ଷ ଟି-୨୦ ବିଶ୍ୱକପ ଆୟୋଜକ ୱେଷ୍ଟଇଣ୍ଡିକ ଏବଂ ଆମେରିକା କରୁଛନ୍ତି ।

ଭାରତୀୟ ଟିମର ଦ୍ୱିତୀୟ ମ୍ୟାଚ ପାକିସ୍ତାନ ବିପକ୍ଷରେ ଜୁନ୍‌ ୯ ତାରିଖରେ ରହିଛି । ଏହି ମ୍ୟାଚ ନ୍ୟୁୟର୍କରେ ଖେଳାଯିବ । ଏନେଇ ଆଇସିସି ବିଶ୍ୱକପ ମ୍ୟାଚର ଟିକେଟ ବିକ୍ରି ଫେବୃଆରୀ ପ୍ରଥମ ସପ୍ତାହରୁ କରିଛି । ଏଥିରେ ଅନ୍ୟ ସମସ୍ତ ମ୍ୟାଚ ସହିତ ଭାରତ-ପାକିସ୍ତାନ ମ୍ୟାଚର ସବୁ ଟିକେଟ ବିକ୍ରି ହୋଇସାରିଛି । ତେବେ ଖବର ମୁତାବକ, ସମସ୍ତ ମ୍ୟାଚର ଟିକେଟ କିଛି ରିସେଲ ପ୍ଲାଟଫର୍ମରେ ପୁଣିଥରେ ବିକ୍ରି ହେଉଛି । ଏହି ଟିକେଟ StubHub ଏବଂ SeatGeek ପ୍ଲାଟଫର୍ମରେ ମିଳୁଛି ।

ତେବେ ଖବର ମୁତାବକ, ଭାରତୀୟ ଟିମର ୨ ଟି ଯାକ ମ୍ୟାଚର ଟିକେଟ ଦାମ୍‌ କୋଟି କୋଟି ଟଙ୍କାରେ ପହଞ୍ଚିଛି । ଏଥିରେ ଭାରତ-ପାକିସ୍ତାନ ମ୍ୟାଚର ଟିକେଟ ଦାମ୍‌ ୧.୮୬ କୋଟି ପର୍ଯ୍ୟନ୍ତ ପହଞ୍ଚିଛି । ଆଇସିସି ମୁତାବକ, ପ୍ରଥମ ପର୍ଯ୍ୟାୟରେ ଟିକେଟର ସବୁଠାରୁ କମ୍‌ ବିକ୍ରି ଦାମ୍‌ ୪୯୭ ରହିଥିବା ବେଳେ ଅଧିକତମ ଦାମ୍‌ ୩୩,୧୪୮ ଟଙ୍କା ରଖାଯାଇଥିଲା । କିନ୍ତୁ ରିସେଲ ପ୍ଲାଟଫର୍ମରେ ଭିଆଇପି ଟିକେଟ ଦାମ୍‌ ପାଖାପାଖି ୩୩.୧୫ ଲକ୍ଷ ଟଙ୍କା ବିକ୍ରି କରାଯାଉଛି ।

ସେହିପରି StubHub ରେ ଭାରତ-ପାକିସ୍ତାନ ମ୍ୟାଚର ସବୁଠାରୁ ଶସ୍ତା ଟିକେଟ ୧.୦୪ ଲକ୍ଷ ରହିଛି । SeatGeek ପ୍ଲାଟଫର୍ମରେ ସବୁଠାରୁ ମହଙ୍ଗା ଟିକେଟର ଦାମ୍‌ ୧.୮୬ କୋଟି ରହିଛି । ଏଥିରେ ପ୍ଲାଟଫର୍ମ ପି ରହିଛି । ଦିନିକିଆ ବିଶ୍ୱକପ ୨୦୨୩ରେ ଭାରତ-ପାକିସ୍ତାନ ମ୍ୟାଚରେ ସବୁଠାରୁ ମହଙ୍ଗା ଟିକେଟ ଦାମ୍‌ ୫୭.୧୫ ଲକ୍ଷ ଟଙ୍କା ରହିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.