ଦାଦାବଟି ପାଇଁ ଗୁଣ୍ଡାଗିରି, ଟଙ୍କା ନଦେବାରୁ ଡ୍ରାଇଭର ଓ ହେଲ୍ପରଙ୍କୁ ଅତର୍କିତ ଆକ୍ରମଣ

ଚୌମୁଖ ଗାଁର ପ୍ରଦୀପ କରଙ୍କ ଟ୍ରାକ୍ଚର ନେଇ ତାଙ୍କର ଡ୍ରାଇଭର ଏବଂ ହେଲପର କାଳିପଦା ଛକରେ ଯାଉଥିବା ସମୟରେ ୫ ଜଣ ଦୁବୃର୍ତ୍ତ ଆସି ଗାଡି ଅଟକାଇ ଟଙ୍କା ମାଗିଥିଲେ । ଟଙ୍କା ନଦେବାରୁ ଦୁବୃର୍ତ୍ତ ମାନେ ଡ୍ରାଇଭର ଏବଂ ହେଲପରଙ୍କୁ ନିସ୍ତୁକ ମାଡ଼ ମାରିଥିଲେ ।

ଜଳେଶ୍ୱର (କେନ୍ୟୁଜ୍‌):  ଦାଦାବଟିକୁ କେନ୍ଦ୍ର କରି ଟାକ୍ଚର ଡ୍ରାଇଭର ଏବଂ ହେଲପରକୁ ଅତିର୍କିତ ଆକ୍ରମଣ କରାଯାଇଛି । ଫଳରେ ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସପିଟାଲ ରେ ଭର୍ତ୍ତି କରିଛନ୍ତି ସ୍ଥାନୀୟ ଲୋକେ । ଏନେଇ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଅଭିଯୁକ୍ତଙ୍କୁ ଗିରଫ ଦାବିରେ ବାଲିଆପାଳ ଥାନା ଅନ୍ତର୍ଗତ ବାଲିଆପାଳ – କାଳିପଦା ମୁଖ୍ୟ ରାସ୍ତାର କାଳିପଦା ଛକରେ ଟାୟାର ଜାଳି ରାସ୍ତା ରୋକ କରିଥିଲେ ଉତ୍ୟକ୍ତ ଲୋକେ ।

ସୂଚନା ଅନୁଯାୟୀ ଅପରାହ୍ନରେ ଚୌମୁଖ ଗାଁର ପ୍ରଦୀପ କରଙ୍କ ଟ୍ରାକ୍ଚର ନେଇ ତାଙ୍କର ଡ୍ରାଇଭର ଏବଂ ହେଲପର କାଳିପଦା ଛକରେ ଯାଉଥିବା ସମୟରେ ୫ ଜଣ ଦୁବୃର୍ତ୍ତ ଆସି ଗାଡି ଅଟକାଇ ଟଙ୍କା ମାଗିଥିଲେ । ଟଙ୍କା ନଦେବାରୁ ଦୁବୃର୍ତ୍ତ ମାନେ ଡ୍ରାଇଭର ଏବଂ ହେଲପରଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ଖବର ପାଇ ପ୍ରଦୀପ କରଙ୍କ ମ୍ୟାନେଜର ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରୁଥିବା ବେଳେ ତାଙ୍କୁ ମଧ୍ୟ ଦୁବୃର୍ତ୍ତମାନେ ନିସ୍ତୁକ ମାଡ଼ ମାରି ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲେ । ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି । ତେଣୁ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରି ଉତ୍ୟକ୍ତ ଲୋକେ ବାଲିଆପାଳ – କାଳିପଦା ମୁଖ୍ୟ ରାସ୍ତାର କାଳିପଦା ଛକରେ ଟାୟାର ଜାଳି ରାସ୍ତା ରୋକ କରିଥିଲେ ।

ଏଭଳି ଘଟଣା ବିଷୟରେ ଜାଣିବା ପରେ ଖବର ପାଇ ବାଲିଆପାଳ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ପ୍ରତିଶୃତି ଦେଇଥିଲେ । ପରେ ରାସ୍ତା ରୋକ ହଟାଇଥିଲେ ସ୍ଥାନୀୟ ଲୋକେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.