Below header

ଛଅ କିଲୋ ରୁପା ଅଳଙ୍କାର ସହ ଗିରଫ ହେଲେ ୩ ଚୋର

ବ୍ରହ୍ମପୁର(କେନ୍ୟୁଜ୍): ଗତ ମାସ ୩୦ ତାରିଖରେ ବ୍ରହ୍ମପୁର ବଡ଼ ବଜାର ଥାନା ଅନ୍ତର୍ଗତ ମାଲସାନିପେଟ୍ଟାସ୍ଥିତ ଏମ୍. ଉମାପତି ଆଚାରୀଙ୍କ ଶ୍ରୀସାଇ ରେଫାଇନାରୀ ଓ ଜୁଏଲରୀରୁ ୭ କିଲୋଗ୍ରାମ ରୂପା ଅଳଙ୍କାର ଚୋରି ହୋଇଥିଲା । ଏହି ଘଟଣାରେ ପୋଲିସକୁ ମିଳିଲା ସଫଳତା । ଚୋରି ହୋଇଥିବା ୬କିଲୋଗ୍ରାମ ଓଜନର ରୂପା ଅଳଙ୍କାର ଜବତ କରିବା ସହ ଘଟଣାରେ ତିନି ଜଣ ଅଭିଯୁକ୍ତକୁ ଗିରଫ କରିଛି । ତଦନ୍ତ ବେଳେ ବ୍ରହ୍ମପୁର ଶଙ୍ଖାରୀ ସାହିର ଏସ. ଭରତ କୁମାର ଆଚାରୀଙ୍କ ଘରୁ ଚୋରି ହୋଇଥିବା ରୂପା ଅଳଙ୍କାର ପୋଲିସ ଜବତ କରିଥିଲା । ପରେ ତାଙ୍କୁ ପଚରା ଉଚୁରା କରିବା ପରେ ଖାଲାସି ସାହିର ଜି. ମୂରଲି ଆଚାର୍ଯ୍ୟ ଓ ପଠାଣ ସାହିର ସେକ୍ ସାକିରଙ୍କ ଠାରୁ ଏହି ରୂପା ଅଳଙ୍କାର କିଣିଥିବା ଜଣାପଡିଥିଲା । ବ୍ରହ୍ମପୁର ଅତିରିକ୍ତ ଏସପି ପ୍ରଭାତ ରାଉତରାୟ ଏସମ୍ପର୍କରେ ସୂଚନା ଦେଇଛନ୍ତି । ଗିରଫ ତିନି ଜଣ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରିଛି ବଡ଼ ବଜାର ଥାନା ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.