ଭାରତର ଅନେକ ରହସ୍ୟମୟ ପୁସ୍ତକ, ଯାହାକୁ ଆପଣ ଜାଣି ବି ଜାଣି ନାହାନ୍ତି

ଆମ ଦେଶ ଭାରତ ନିଜ ଗର୍ଭରେ କେତେ ଯେ ରହସ୍ୟ ସବୁକୁ ଲୁଚାଇ ରଖିଛି ତାର କୌଣସି ହିସାବ ନାହିଁ । ଏସବୁ ମଧ୍ୟରୁ କିଛି ଲୋକଲୋଚନକୁ ଆସିଥିବା ବେଳେ ଆଉ କିଛିର ରହସ୍ୟ ଭେଦ କରିବାକୁ କେହି ସମର୍ଥ ହୋଇ ନାହାନ୍ତି । ଅନେକ ରହସ୍ୟ ଅତି ପ୍ରାଚୀନ ଶାସ୍ତ୍ର, ପୁରାଣ ତଥା ଐତିହାସିକ ଗ୍ରନ୍ଥ ମାନଙ୍କରେ ଲିପିବଦ୍ଧ ହୋଇ ରହିଛି । ଆମେ ଏଠାରେ କିଛି ଅତ୍ୟନ୍ତ ରହସ୍ୟମୟ ଗ୍ରନ୍ଥ ସମ୍ପର୍କରେ ସଂକ୍ଷିପ୍ତରେ ସୂଚନା ଦେଉଛୁ।

୧.ଲାଲ ପୁସ୍ତକ:

କୁହାଯାଏ ଯେ ଭୃଗୁ ସଂହିତାରୁ ବି ଅଧିକ ତଥ୍ୟ ଲାଲ ପୁସ୍ତକରେ ରହିଛି । ବ୍ରିଟିଶ ରାଜୁତି ସମୟରେ ୧୯୩୯ ମସିହାରେ ପଣ୍ଡିତ ରୂପଚାନ୍ଦ ଏହାର ରଚନା କରିଥିଲେ । ସେହି ସମୟରେ ତାଙ୍କୁ ସୁଦୂର ହିମାଳୟରୁ ଏକ ପାଣ୍ଡୁଲିପି ମିଳିଥିଲା । ଯେଉଁମାନେ ଜ୍ୟୋତିଷ ଶାସ୍ତ୍ରରେ ପାରଙ୍ଗମ ସେମାନଙ୍କୁ ଲାଲ ପୁସ୍ତକ ସମ୍ବନ୍ଧରେ ବିଶେଷ ଭାବେ ଜଣା । ଏହା ଏକ ଜ୍ୟୋତିଷ ଶାସ୍ତ୍ର ସମ୍ବନ୍ଧୀୟ ପ୍ରାଚୀନ ପୁସ୍ତକ । ସେତେବେଳେ ପଞ୍ଜାବ ପ୍ରଦେଶରୁ ସୁଦୂର ଆଫଗାନିସ୍ତାନ ପର୍ଯ୍ୟନ୍ତ ଏହାର ପ୍ରଚଳନ ଥିଲା । ଏହି ପୁସ୍ତକରେ ସମୁଦାୟ ୩୮୯ଟି ପୃଷ୍ଠା ରହିଛି ।

୨.ରାବଣ ସଂହିତା:

ନାମରୁ ଜଣା ପଡି ଯାଉଛି ଏହି ଗ୍ରନ୍ଥଟି ଲଙ୍କା ପତି ରାବଣଙ୍କ ଦ୍ୱାରା ରଚିତ । ରାବଣ ସଂହିତାରେ ଜ୍ୟୋତିଷ ଶାସ୍ତ୍ର, ଆୟୁର୍ବେଦ ଓ ତନ୍ତ୍ର ଶାସ୍ତ୍ର ସମ୍ବନ୍ଧୀୟ ଅନେକ ଗୁଡିଏ ତଥ୍ୟ ରହିଛି । ଏହି ପୁସ୍ତକ ଏତେ ପୁରୁଣା ଯେ ବର୍ତ୍ତମାନ ସମୟରେ ଏହା ସମ୍ବନ୍ଧରେ ହୁଏତ କେହି ମଧ୍ୟ ଜାଣିନଥିବେ । କିନ୍ତୁ ଏହା ମଧ୍ୟ କୁହାଯାଏ ଯେ ‘ରାବଣ ସଂହିତା’ର ପ୍ରତିଲିପି ଦେବନାଗରୀ ବା ହିନ୍ଦୀ ଭାଷାରେ ଲେଖା ହୋଇ ଭାରତର କୌଣସି ଏକ ଗାଁରେ ରଖା ଯାଇଛି ।

ଏହା ସହ ପଢନ୍ତୁ: ମହାଭାରତର ସେହି ୧୧ ରୋଚକମୟ କାହାଣୀ, ଯାହା ଆପଣ କେବେ ଶୁଣି ନଥିବେ

୩.ଅଷ୍ଟାଧ୍ୟାୟୀ ଓ ଯୋଗ ସୂତ୍ର :

ଏହି ପୁସ୍ତକ ମହର୍ଷି ପାଣିନୀଙ୍କ ଦ୍ୱାରା ରଚିତ । ଏହା ହେଉଛି ପ୍ରାୟ ୫୦୦ ବର୍ଷ ପୁରୁଣା ଯୋଗ ଗ୍ରନ୍ଥ । ଏଥିରେ ସମୁଦାୟ ୮ଟି ଅଧ୍ୟାୟ ଅଛି, ତେଣୁ ଏହାକୁ ଅଷ୍ଟାଧ୍ୟାୟୀ କୁହାଯାଏ । ଏଥିରେ ବର୍ଣ୍ଣିତ ଥିବା ବ୍ୟାକରଣ ସମ୍ବନ୍ଧୀୟ ଜ୍ଞାନ ଅତ୍ୟନ୍ତ ଶୁଦ୍ଧ । ତେଣୁ ବିଶ୍ୱାସ ଅଛି କି ଏହି ସବୁ ଯୋଗସୂତ୍ର ଗୁଡିକୁ ପଢିବା ପରେ ଆପଣଙ୍କୁ ବ୍ୟାକରଣ ସମ୍ବନ୍ଧୀୟ ଯେଉଁ ଜ୍ଞାନ ମିଳିବ ତାହା ପୃଥିବୀର ଆଉ କୌଣସି ପୁସ୍ତକରୁ ମିଳିବ ନାହିଁ । ଯୋଗ ଗୁରୁ ପତଞ୍ଜଳି ଏହି ଗ୍ରନ୍ଥରୁ ହିଁ ଏକ ବିସ୍ତୃତ ବିବରଣୀ ‘ମହାଭାସ୍ୟ’ ପୁସ୍ତକରେ ଲେଖିଥିଲେ । ଯୋଗ ସୂତ୍ରରେ ହିଁ ଅଷ୍ଟାଙ୍ଗ ଯୋଗର ଚର୍ଚ୍ଚା କରାଯାଇଛି । ଏହି ଅଷ୍ଟାଙ୍ଗ ଯୋଗକୁ ସବୁ ଧର୍ମର ଲୋକେ ମାନିଥାନ୍ତି ଓ ପୃଥିବୀର ସମସ୍ତ ଦର୍ଶନ ଶାସ୍ତ୍ରଗୁଡିକ ମଧ୍ୟରେ ଏହା ଶ୍ରେଷ୍ଠ ଅଟେ ।

୪.ଉପନିଷଦ:

ପ୍ରାୟ ୧୦୦୮ରୁ ଅଧିକ ଉପନିଷଦ ଥିଲେ ମଧ୍ୟ ତା ଭିତରୁ ୧୦୮ଟି ହିଁ ମୁଖ୍ୟ ଅଟେ । ଉପନିଷଦଗୁଡିକରେ ରହିଛି ବେଦମାନଙ୍କର ସାର କଥା । ଏଥିରେ କିଛି ଅତ୍ୟନ୍ତ ରୋଚକ ଓ ରହସ୍ୟମୟ ତଥ୍ୟ ବର୍ଣ୍ଣିତ ଅଛି । ଯାହାକୁ ପଢି ହୁଏତ ଆପଣଙ୍କର ସଂସାର ପ୍ରତି ଥିବା ଚିନ୍ତାଧାରା ବଦଳି ଯାଇପାରେ ।

୫.ବେତାଳ ପଚିଶି :

ଏହାକୁ ଭାରତର ସବୁଠାରୁ ପ୍ରାଚୀନତମ ଭୂତ କାହାଣୀ ରୂପେ ଧରାଯାଏ । ଏଥିରେ ରାଜା ବିକ୍ରମ ଓ ବେତାଳଙ୍କ କାହାଣୀକୁ ବର୍ଣ୍ଣନା କରାଯାଇଛି । ଏହି କାହାଣୀ ଅନୁଯାୟୀ ବେତାଳ ପ୍ରତିଦିନ ଗୋଟିଏ ଲେଖାଏଁ କାହାଣୀ ରାଜା ବିକ୍ରମଙ୍କୁ ଶୁଣାଇଥାଏ । ପରେ କାହାଣୀ ବିଷୟରେ ହିଁ ଏକ ପ୍ରଶ୍ନ ପଚାରେ । କୁହାଯାଏ ଯେ ରାଜା ସତବାହନଙ୍କ ମନ୍ତ୍ରୀ ଗୁଣ୍ଡାୟାଙ୍କ ଦ୍ୱାରା ରଚିତ ବଡ଼କାୟ ନାମକ ଗ୍ରନ୍ଥରୁ ହିଁ ଏହାର ଉତ୍ପତ୍ତି । ଖ୍ରୀଷ୍ଟପୂର୍ବ ୪୯୫ରେ ଏହାର ରଚନା ହୋଇଥିବା ବେଳେ ଆଜି ଏହାର କୌଣସି ଅଂଶ ମିଳୁ ନାହିଁ ।

୬.ବିମାନ ଶାସ୍ତ୍ର :

ଏହି ପୁସ୍ତକକୁ ରଚନା କରିଥିଲେ ଭରଦ୍ୱାଜ ରୁଷି । ସେ ଏହି ଗ୍ରନ୍ଥଟିରେ ବିମାନ ତିଆରି କରିବାର ଯେଉଁ କୌଶଳ ସମ୍ବନ୍ଧରେ ଉଲ୍ଲେଖ କରିଥିଲେ ତାହାକୁ ଆଧୁନିକ ଯୁଗରେ ମଧ୍ୟ ପାଳନ କରାଯାଉଛି । ଏହା ବାଦ ବିଭିନ୍ନ ଧାତୁ ଗୁଡିକର ନିର୍ମାଣ ସମ୍ବନ୍ଧରେ ଏଥିରେ ଲେଖା ହୋଇଛି ।

ଏହା ସହ ପଢନ୍ତୁ: ମହାଭାରତ ଯୁଦ୍ଧରେ ଶ୍ରୀକୃଷ୍ଣଙ୍କ ବଦଳରେ ଶ୍ରୀରାମ ଥିଲେ କଣ ହୋଇଥାନ୍ତା, ୩ଟି ଘଟଣାରୁ ପାଆନ୍ତୁ ଜବାବ

 

୭.ପାରଦ ତନ୍ତ୍ର ବିଜ୍ଞାନ:

ହିମାଚଳ ପ୍ରଦେଶର ନିର୍ମାନ ଜିଲ୍ଲାରେ ୨୫୦ ବର୍ଷ ପୁରୁଣା ‘ପାରଦ ବିଜ୍ଞାନ’ ନାମକ ଏକ ପୁସ୍ତକ ମିଳିଥିଲା । ୧୦୫୨ ବିଶିଷ୍ଟ ଏହି ପୁସ୍ତକଟିରେ ରସାୟନ ବିଜ୍ଞାନ ସମ୍ୱନ୍ଧୀୟ କେତେ ଗୁଡିଏ ରହସ୍ୟ ସମ୍ପର୍କରେ ବର୍ଣ୍ଣନା କରାଯାଇଛି ।ଏହା ବାଦ ଅନେକଗୁଡିଏ ଆୟୁର୍ବେଦ ତଥ୍ୟ ମଧ୍ୟ ଏଥିରେ ଲିଖିତ ଅଛି ।

୮.ବିଜ୍ଞାନ ଭୈରବ ତନ୍ତ୍ର:

ତନ୍ତ୍ର ଶାସ୍ତ୍ର ଗୁଡିକ ମଧ୍ୟରେ ଏହା ସବୁଠୁ ସିଦ୍ଧ ଶାସ୍ତ୍ର । ଏହି ପୁସ୍ତକର ରଚୟିତାଙ୍କ ବିଷୟରେ ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ । କୁହାଯାଏ ଯେ ଭଗବାନ ଶିବ ଓ ଦେବୀ ପାର୍ବତୀଙ୍କ କଥୋପକଥନରୁ ହିଁ ଏହା ରଚନା କରାଯାଇଛି । ଏଥିରେ ବହୁ ଗୁପ୍ତ ବିଦ୍ୟାଗୁଡିକ ବିଷୟରେ ତଥ୍ୟ ଦିଆଯାଇଛି ।

୯.ସାମୁଦ୍ରିକ ଶାସ୍ତ୍ର :

ଏହି ଗ୍ରନ୍ଥର ଆରମ୍ଭ ପ୍ରାୟ ୫୦୦୦ ବର୍ଷ ପୂର୍ବେ ଭାରତରେ ହିଁ ହୋଇଥିଲା । ପ୍ରକୁତରେ ଏଥିରେ ଲିଖିତ ଥିବା ବିଦ୍ୟା ମନୁଷ୍ୟ ଶରୀରର ଶାରୀରିକ ଓ ମାନସିକ ସ୍ଥିତିକୁ ପରଖି ପାରିଥାଏ । ପରାଶର, ଭରଦ୍ୱାଜ, ଭୃଗୁ, କଶ୍ୟପ, ବୃହସ୍ପତିଙ୍କ ଭଳି ବହୁ ବଡ଼ ବଡ଼ ଋଷି ମୁନୀ ଏହି ସମ୍ବନ୍ଧୀୟ ଜ୍ଞାନର ସନ୍ଧାନରେ ଥିଲେ ।

୧୦.ରସ ରତ୍ନାକର ଓ ରସେନ୍ଦ୍ର ମଙ୍ଗଳ :

ଏଥିରେ ରସାୟନ ସମ୍ବନ୍ଧୀୟ ବହୁ ତଥ୍ୟ ରହିଅଛି । ଏହି ଗ୍ରନ୍ଥଟିରେ ସୁନା, ରୁପା, ତମ୍ବା, ଟିଣ ଆଦି ଧାତୁଗୁଡିକୁ ଶୁଦ୍ଧ କରିବାର ପ୍ରଣାଳୀ ବିଷୟରେ ବର୍ଣ୍ଣନା କରାଯାଇଛି ।

୧୧.ଅଥର୍ବ ବେଦ:

ଏହି ବେଦରେ ଏମିତି ଏମିତି ବିଦ୍ୟା ଗୁଡିକ ସମ୍ବନ୍ଧରେ ସୂଚନା ରହିଛି ଯାହାକୁ ସହଜରେ ବିଶ୍ୱାସ କରାଯାଇ ପାରିବ ନାହିଁ । କୁହାଯାଏ ଯେ ଯଦି କୌଣସି ବ୍ୟକ୍ତି ଆପଣଙ୍କ ବିରୋଧରେ କିଛି ଷଡଯନ୍ତ୍ରର ରଚନା କରିଛନ୍ତି ତେବେ ବିଦ୍ୟା ଦ୍ୱାରା ହିଁ ତାହାର ସନ୍ଧାନ ପାଇ ପାରିବେ । ଖାଲି ଏତିକି ନୁହେଁ, ଏଥିରେ ସମ୍ମୋହନ ବା ମୋହିନୀ ବିଦ୍ୟାର ମଧ୍ୟ ବର୍ଣ୍ଣନା କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.