ନଷ୍ଟ ହୋଇଗଲାଣି କି ଆପଣଙ୍କ ଓ୍ଵାର୍କ ଡେସ୍କ, କମ୍‌ ଖର୍ଚ୍ଚରେ ଏମିତି ସଜାଇ ଦିଅନ୍ତୁ ନୂଆ ଲୁକ୍‌

ଓ୍ଵାର୍କ ଡେସ୍କ ଏବେ ପ୍ରାୟ ସମସ୍ତଙ୍କ ଘରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଡେସ୍କରେ କାମ କରିବା ବେଳେ ଚାହା ବା କଫି ପିଇ ଅନ୍ୟମନସ୍କରେ କପ୍‌ ରଖିବା ଯୋଗୁ ଡେସ୍କରେ ଅଧିକ କପ୍‌ ଦାଗ ଦେଖିବାକୁ ମିଳେ। ବେଳେ ବେଳେ ଟେବୁଲ ଉପରେ ବହି ଖାତା, ଫାଇଲ୍‌ ଅସଜଡ଼ା ହୋଇ ମଧ୍ୟ ପଡ଼ିରହିଥିବା ଦେଖିବାକୁ ମିଳେ। ତେବେ ଏହି ଡେସ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଥିବାରୁ ଏହାକୁ ପରିଷ୍କାର ଓ ସଜାଡ଼ି ରଖିବା ନିହାତି ଆବଶ୍ୟକ। କାମ କରୁଥିବା ସ୍ଥାନ ପରିଷ୍କାର ନ ଥିଲେ କାମ ଖରାପ ହେବା ଆଶଙ୍କା ରହିଛି। କମ୍‌ ବଜେଟ୍‌ରେ ମଧ୍ୟ ଆପଣ ଓ୍ଵାର୍କ ଡେସ୍କ ସଜାଇପାରିବେ। ଆସନ୍ତୁ ଜାଣିବା କମ୍‌ ଖର୍ଚ୍ଚରେ ଓ୍ଵାର୍କ ଡେସ୍କକୁ କିପରି ଆକର୍ଷଣୀୟ କରି ସଜାଇବେ;

ଗଛ ଲଗାନ୍ତୁ: ଓ୍ଵାର୍କ ଡେସ୍କ ଉପରେ ଛୋଟ ଗଛ ଲଗାନ୍ତୁ। ଆପଣ ଚାହିଁଲେ ଆର୍ଟିଫିସିଆଲ୍‌ ଗଛ ମଧ୍ୟ ରଖି ସଜାଇପାରିବେ।
ରଙ୍ଗ: ଦାଗ ଲୁଚାଇବ ପାଇଁ ଡେସ୍କକୁ ନିଜ ପସନ୍ଦର ରଙ୍ଗ କରିପାରିବେ। ଟେବୁଲକୁ ଡାର୍କ କଲର କଲେ ଅଧିକ ଆକର୍ଷଣୀୟ ଲୁକ୍‌ ଦେବ।

ପିନ୍‌ ବୋର୍ଡ: ଟେବୁଲ କଡ଼ରେ ଆପଣ ଏକ ମେଟାଲର ପିନ୍‌ ବୋର୍ଡ ମଧ୍ୟ ଟାଙ୍ଗିପାରିବେ। ଦୈନନ୍ଦିକ କାର୍ଯ୍ୟସୂଚୀ ଏବଂ ଗୁରୁତ୍ୱପୂର୍ଣ୍ଣ ତାରିଖ ମନେ ରଖିବାରେ ଏହା ସାହାଯ୍ୟ କରିବ।
କ୍ୟାଣ୍ଡେଲ: ସେଣ୍ଟେଡ କ୍ୟାଣ୍ଡେଲକୁ ମଧ୍ୟ ଆପଣ ଓ୍ଵାର୍କ ଡେସ୍କ ଉପରେ ସଜାଇପାରିବେ। ଏହା ଟେବୁଲ୍‌କୁ ନୂଆ ଲୁକ୍‌ ଦେବା ସହ ଅନ୍ଧାରରେ ବି ଆଲୋକ ପ୍ରଦାନ କରିବ।

ଏହାସହ ପଢ଼ନ୍ତୁ: ଚମକଦାର ତ୍ୱଚା ପାଇବାକୁ ଚାହୁଁଛନ୍ତି କି, ପ୍ରାକୃତିକ ଉପାୟରେ ଏମିତି କରନ୍ତୁ ସ୍କ୍ରବିଂ

ବୁକ୍‌ ଷ୍ଟାଣ୍ଡ୍‌: ଓ୍ଵାର୍କ ଟେବୁଲ ଉପରେ ପଢ଼ିବା ବେଳେ ବହିଗୁଡ଼ିକ ଏଣେତେଣେ ବିଛାଡ଼ି ହୋଇପଡ଼ିଥାଏ। ଏହାକୁ ସାଇତି ରଖିବା ପାଇଁ ଟେବୁଲ ଉପରେ ଛୋଟ ବୁକ୍‌ ଷ୍ଟାଣ୍ଡ ମଧ୍ୟ ରଖିପାରିବେ।