ରାଷ୍ଟ୍ରପତି କୋବିନ୍ଦଙ୍କ ବିମାନକୁ ନିଜ ଆକାଶ ପଥ ଦେଇ ଉଡିବାର ଅନୁମତି ଦେଲାନି ପାକିସ୍ତାନ

କାଶ୍ମୀର ଘଟଣାକୁ ନେଇ ଅତି ମାତ୍ରାରେ କ୍ଷୁବ୍ଧ ଥିବା ପାକିସ୍ତାନ ଏବେ ଆଉ ଏକ ଭାରତ ବିରୋଧୀ ପଦକ୍ଷେପ ନେଇଛି | ପାକିସ୍ତାନ ଭାରତର ରାଷ୍ଟ୍ରପତିଙ୍କ ବିମାନକୁ ନିଜ ଆକାଶ ମାର୍ଗ ଦେଇ ଯିବାର ଅନୁମତି ଦେଇନାହିଁ | ଏନେଇ ପାକିସ୍ତାନ ବୈଦେଶିକ ମନ୍ତ୍ରୀ  ଶାହା ମେହମୁଦ କ୍ୟୁରେସି ସୂଚନା ଦେଇଛନ୍ତି | କାଶ୍ମୀରରୁ ୩୭୦ ଧାରା ଉଛେଦକୁ ପାକିସ୍ତାନ ସହଜରେ ଗ୍ରହଣ କରିପାରିନି | ତେଣୁ ସେଠାକାର ଲୋକ ମାନଙ୍କ ମଧ୍ୟରେ ଭାରତ ବିରୋଧୀ ଅଭିଯାନ ଜାରି ରହିଛି | ତେଣୁ ସେଠାରେ ଲାଗି ରହିଥିବା ଗଣ୍ଡଗୋଳକୁ ନଜରରେ ରଖି ଏହି ନିଷ୍ପତି ନିଆଯାଇଥିବା କ୍ୟୁରେସି ପ୍ରକାଶ କରିଛନ୍ତି | ସୂଚନା ମୁତାବକ ଆସନ୍ତା ସୋମବାରଠୁ ରଷ୍ଟ୍ରପତି କୋବିନ୍ଦ ୩ଟି ୟୁରୋପୀୟ ରଷ୍ଟ୍ର ଆଇସଲ୍ୟାଣ୍ଡ,ସ୍ଲୋଭେନିଆ, ଓ ସ୍ୱିଜରଲ୍ୟାଣ୍ଡ ଗସ୍ତରେ ଯିବେ | ଏହି ସମୟରେ ସେ ଭାରତର ସମସ୍ୟା  ଗୁଡିକୁ ସେହି ଦେଶର ମୁଖ୍ୟମାନଙ୍କ ସହ ଆଲୋଚନା କରିବେ |

କାଶ୍ମୀରସ୍ଥିତ ପୁଲବାମା ଉପରେ ପାକିସ୍ତାନ ଆତଙ୍କବାଦୀଙ୍କ ଆକ୍ରମଣରେ ୪୦ ସିଆରପିଏଫ ଯବାନ ସହିଦ ହୋଇଥିଲେ | ଏହାର ପ୍ରତିଶୋଧ ନେଇ ଭାରତୀୟ ବାୟୁସେନା ପାକିସ୍ତାନର ଵାଲାକୋଟରେ ଥିବା ଆତଙ୍କବାଦୀ ଶିବିର ଉପରେ ଏୟାର ସ୍ଟ୍ରାଇକ କରିଥିଲା | ଏଥିରେ ଯଇସ- ଇ- ମହମ୍ମଦର ବହୁ ସଂଖ୍ୟକ ଆତଙ୍କବାଦୀ ନିହତ ହୋଇଥିଲେ | ଏହା ପରେ ଫେବୃଆରୀ ୨୬ ତାରିଖରେ ହିଁ ପାକିସ୍ତାନ ନିଜର ଆକାଶ ମାର୍ଗକୁ ସମ୍ପୂର୍ଣ ରୂପେ ବନ୍ଦ କରିଦେଇଛି | ପରେ ମାର୍ଚ୍ଚ ମାସରେ ପାକିସ୍ତାନ ତାର ଆକାଶ ମାର୍ଗକୁ ଆଂଶିକ ରୂପେ ଖୋଲିଥିଲେ ମଧ୍ୟ କିନ୍ତୁ ଭାରତୀୟ ବିମାନ ଗୁଡିକ ପାଇଁ ଏହାକୁ
ସମ୍ପୂର୍ଣ ରୂପେ ନିଷେଧ କରାଯାଇଛି |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.