ଯଦି ଆପଣଙ୍କୁ ମଧ୍ୟ ଲାଇଟ ଲଗାଇ ଶୋଇବାର ଅଭ୍ୟାସ ଅଛି ତାହେଲେ ବିପଦକୁ ନିମନ୍ତ୍ରଣ ଦେଉଛନ୍ତି ଆପଣ
କିଛି ଲୋକ ଏପରି ଅଛନ୍ତି ଯେଉଁମାନେ ସାରାଦିନ କାମ କଲାପରେ ଏତେ ମାତ୍ରାରେ ଥକି ଯାଇଥାନ୍ତି ଯେ ଶୋଇବା ପୂର୍ବରୁ ଲାଇଟ ଅଫ କରିବାକୁ ମଧ୍ୟ ଭୁଲିଯାଇଥାନ୍ତି ଏବଂ ଲାଇଟ ଅନ ଥିବା ସମୟରେ ଶୋଇପଡିଥାନ୍ତି । କିନ୍ତୁ ଯଦି ଆପଣ ମଧ୍ୟ ଏପରି କରୁଛନ୍ତି ତାହେଲେ ଜାଣିରଖନ୍ତୁ ଯେ ଏହା ଆପଣଙ୍କ ପାଇଁ ବହୁତ କ୍ଷତିକାରକ ହୋଇପାରେ । ଏହାଦ୍ୱାରା ଶରୀରକୁ କ୍ୟାନସର ଭଳି ରୋଗର ସାମ୍ନା କରିବାକୁ ପଡ଼ିଥାଏ । ତାହେଲେ ଆସନ୍ତୁ ଜାଣିବା ଯେ ଲାଇଟ ଲଗାଇ ଶୋଇବା ଦ୍ୱାରା ଶରୀରକୁ ଆଉ କେଉଁ କେଉଁ ରୋଗ ହେବାର ସମ୍ଭାବନା ରହିଛି।
ରାତିରେ ଲାଇଟ ଜଳାଇ ଶୋଉଥିବା ଲୋକ ମାନଙ୍କର ଶରୀରରେ ବ୍ଲଡ଼ ହରମୋନର ପ୍ରଚୁରତା କମ ହୋଇଯାଇଥାଏ । ଯାହାଦ୍ୱାରା ବ୍ରେଷ୍ଟ ତିଆରି କରୁଥିବା ଟିସୁ ବିକଶିତ ହେବାରେ ଲାଗିଥାଏ । ରାତିରେ ଲାଇଟ ଲଗାଇ ଶୋଇବା ଦ୍ୱାରା ଶରୀରରେ କ୍ୟାନସର କୋଷିକା ଗୁଡିକ ଆକ୍ଟିଭ ହୋଇଯାଇଥାଏ ।
ଏହାସହ ପଢନ୍ତୁ ଯଦି କାମୁଡ଼ିଛି ସାପ ତାହେଲେ ଆପଣାନ୍ତୁ ଏହି ସହଜ ଉପାୟ
ସାଧାରଣତଃ ଆପଣ ଅନୁଭବ କରିଥିବେ ଯେତେବେଳେ ଫୋନର ଲାଇଟ ଜାଳିଥାଏ ସେତେବେଳେ ଆପଣଙ୍କ ନିଦ ଆପେ ଆପେ ଭାଙ୍ଗି ଯାଇଥାଏ । ଏବଂ ଆଲୋକରେ ଶୋଇବା ଦ୍ୱାରା ଏହା ଆମ ମୁଡ଼ ଉପରେ ମଧ୍ୟ ପ୍ରଭାବ ପକାଇଥାଏ ଓ ଏହାଦ୍ୱାରା ହାର୍ଟ ସମ୍ବନ୍ଧୀୟ ରୋଗ ହେବାର ସମ୍ଭାବନା ରହିଥାଏ । ସେଥିପାଇଁ ଆପଣ ଯେତେ ମାତ୍ରାରେ ଆଲୋକରେ ଶୋଇବା କମ କରିବେ ଆପଣଙ୍କ ଶରୀର ପାଇଁ ଏହା ସେତେ ମାତ୍ରାରେ ଭଲ ହୋଇଥାଏ ।