Below header

ଯଦି କାମୁଡ଼ିଛି ସାପ ତାହେଲେ ଆପଣାନ୍ତୁ ଏହି ସହଜ ଉପାୟ

ସାଧାରଣତଃ ଆମେ ସମସ୍ତେ ଜାଣିଛେ ଯେ ବର୍ଷା ଋତୁ ଆରମ୍ଭ ହେବା ମାତ୍ରେ ସାପ ଗୁଡିକ ବାହାରକୁ ବାହାରିଥାନ୍ତି । ଏହାସହିତ ଏହି ଋତୁ ସମୟରେ ସାରା ଦେଶରେ ଅନେକ ଲୋକ ସାପ କାମୁଡ଼ା ଯୋଗୁଁ ମୃତ୍ୟୁ ବରଣ କରିଥାନ୍ତି । କିନ୍ତୁ ଆମେ ଆଜି ଆପଣଙ୍କୁ ଏପରି କିଛି ସୂଚନା ଯାହାକି ବହୁତ ଉପକାରୀ ଏବଂ ଆବଶ୍ୟକୀୟ ଅଟେ ।

ସାଧାରଣତଃ ସାପ କାମୁଡ଼ା ଭଳି ଭୟଙ୍କର ଘଟଣା ଅଧିକାଂଶ ଗ୍ରାମାଞ୍ଚଳରେ ହୋଇଥାଏ । ଯେଉଁଠାରେ କି ଉପଯୁକ୍ତ ଚିକିତ୍ସା ଅଭାବରୁ ବ୍ୟକ୍ତି ଜଣକ ମୃତ୍ୟୁବରଣ କରିଥାଏ । ଅଥବା ସେଠାରେ ରୋଗୀକୁ ଘରୋଇ ଚିକିତ୍ସା କରାଯାଇଥାଏ। କିନ୍ତୁ ଏହା ସମ୍ପୂର୍ଣ୍ଣ ଭୁଲ ଅଟେ । ସାପ କାମୁଡିବା ମାତ୍ରେ ଗୁଣିଆ କିମ୍ବା ଘରୋଇ ଉପଚାର ନକରି ତୁରନ୍ତ ନିକଟସ୍ଥ ଚିକିତ୍ସାକେନ୍ଦ୍ରକୁ ନେଇ ଯାଆନ୍ତୁ। ସାଧାରଣତଃ ସାପମାନେ ଖରାଦିନେ ଏବଂ ବର୍ଷାଦିନେ ବହୁତ ବାହାରକୁ ଆସିଥାନ୍ତି । କାରଣ ଖରାଦିନେ ପ୍ରାୟତଃ ଗରମ କାରଣରୁ ସାପମାନେ ବିଲ ଇତ୍ୟାଦି ସ୍ଥାନରେ ଲୁଚି ଯାଇଥାନ୍ତି ଏବଂ ଠିକ ସେହିଭଳି ବର୍ଷାଦିନେ ମଧ୍ୟ ଗାତରେ ପାଣି ପଶିଯିବା କାରଣରୁ ସାପମାନେ ବାହାରକୁ ଆସିଯାଇଥାନ୍ତି।

ଏହାସହ ପଢନ୍ତୁ ମଣିଷକୁ କାମୁଡିବା ପରେ ମରିଗଲା ବିଷଧର ସାପ, କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ବିଷାକ୍ତ ସାପ କାମୁଡିବା ପରେ ମଧ୍ୟ ଯଦି ବ୍ୟକ୍ତିକୁ ଉପଯୁକ୍ତ ଚିକିତ୍ସା ମିଳିଯାଏ ତାହେଲେ ବ୍ୟକ୍ତି ଜଣକ ବଂଚିଯାଇପାରନ୍ତି । ସୂଚନା ଅନୁଯାୟୀ ଭାରତରେ ପ୍ରାୟ ୫୫୦ ପ୍ରଜାତିର ସାପ ଅଛନ୍ତି ଏବଂ ସେଥି ମଧ୍ୟରୁ ୧୦ ପ୍ରତିଶତ ସାପ ବିଷାକ୍ତ ଅଟନ୍ତି ଏବଂ ସାପ କାମୁଡି ଦେଇଥିବା ଭୟରେ କିଛି ଲୋକ ହାର୍ଟ ଆଟାକରେ ମଧ୍ୟ ମୃତ୍ୟୁବରଣ କରିଥାନ୍ତି । ସାପ କାମୁଡିବା ପରେ ବିଚଳିତ ନହୋଇ ଏହା ବଦଳରେ ଆପଣ ଶାନ୍ତିରେ ଏବଂ ଆରାମରେ ଏହାର ଠିକ ଚିକିତ୍ସା କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.