Below header

ଝାରସୁଗୁଡା ପୋଲିସର ଦବଙ୍ଗଗିରି, ସଟଡାଉନ୍ ବାହାରେ ନିରୀହ ଲୋକଙ୍କୁ ଅତ୍ଯାଚାର କରୁଥିବା ଅଭିଯୋଗ

ଝାରସୁଗୁଡା(କେନ୍ଯୁଜ୍): ସଟଡାଉନ୍ ବାହାନାରେ ନିରୀହଙ୍କୁ ନିର୍ଦ୍ଧୁମ ମାଡ। ସରକାର ଡାକ୍ତର ପୋଲିସ ଆଦିଙ୍କୁ କରୋନା ଯୋଦ୍ଧାର ମାନ୍ୟତା ଦେଇ ସମ୍ମାନିତ କରୁଛନ୍ତି । ରାଜ୍ୟ ତଥା ଦେଶର ଏହି ସମସ୍ତ କୋରନା ଯୋଦ୍ଧା ନିଜର କର୍ତ୍ତବ୍ୟ ପାଳନ କରି ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ ପ୍ରାଣପଣେ ଉଦ୍ୟମ ମଧ୍ୟ କରୁଛନ୍ତି । ହେଲେ ଝାରସୁଗୁଡା ଜିଲ୍ଲାରେ ଏହାର ଏକ ଭିନ୍ନ ରୁପ ସାମ୍ନାକୁ ଆସିଛି । ଏଠାରେ ପୋଲିସ ସଟଡାଉନ ବାହାନାରେ ଦବଙ୍ଗଗିରି ଦେଖାଇବା ସହ ଅତ୍ୟାବଶ୍ୟକ କାମ ପାଇଁ ଘରୁ ବାହାରିଥିବା ଲୋକଙ୍କ ଉପରେ କରିଛନ୍ତି ନିର୍ଦ୍ଧୁମ ପ୍ରାହାର । ଲୋକଙ୍କ ସୁରକ୍ଷା ପାଇଁ ନିୟୋଜିତ ଥିବା ପୋଲିସ ଚେକିଂ ବାହାନାରେ ଲୋକଙ୍କୁ ଅଶ୍ଲିଳ ଭାଷାରେ ଗାଳି ଦେବା ସହ ପ୍ରାହାର ମଧ୍ଯ କରୁଛନ୍ତି ।

ଝାରସୁଗୁଡା ପୋଲିସର କିଛି କର୍ମଚାରୀ ସାପ୍ତାହିକ ସଟଡାଉନ ସମୟରେ କରିଥିବା ଏହିପରି ଦୌରାତ୍ମ୍ୟର ଏକ ଭିଡିଓ ଭାଇରାଲ ହୋଇଛି । ଭିଡିଓରେ ଝାରସୁଗୁଡା ନିବାସୀ ସନ୍ତୋଷ କୁମାର ୟାଦବଙ୍କ ପୁଅ ସଙ୍କଳ୍ପ ୟାଦବ ପୋଲିସ ସହ ସାମାନ୍ଯ ଯୁକ୍ତି କରିବାରୁ ପୁଲିସ ଉଗ୍ର ରୁପ ଧାରଣ କରି ତାଙ୍କୁ ପ୍ରାହର କରିଥିଲା । ଭିଡିଓଟି ଭାଇରାଲ ହେବା ପରେ ଲୋକେ ପୋଲିସର ଭାବମୂର୍ତ୍ତୀ ଉପରେ ପ୍ରଶ୍ନ କରୁଛନ୍ତି । ଲୋକଙ୍କ ସୁରକ୍ଷା ପାଇଁ ନିୟୋଜିତ ଥିବା ପୁଲିସ ଯଦି ଆକ୍ରୋଶରେ ଆସି ନିରିହ ଲୋକଙ୍କୁ ସହଯୋଗ କରିବା ପରିବର୍ତ୍ତେ ମାଡମାରିବ ତେବେ ଜିଲ୍ଲାବାସୀ କେତେ ସୁରକ୍ଷିତ ବୋଲି ବୁଦ୍ଧିଜିବୀମାନେ ପ୍ରକାଶ କରିଛନ୍ତି । ଅନ୍ୟପଟେ ସଙ୍କଳ୍ପଙ୍କ ବାପା କହିଛନ୍ତି ତାଙ୍କ ପୁଅର କୌଣସି ଦୋଷ ନଥିବା ସତ୍ତ୍ୱେ ପୋଲିସ ତାଙ୍କୁ ପ୍ରାହାର କରିଛି । ସେହି ସମୟରେ ସେଠାରେ ଉପସ୍ଥିତ ଥିବା ୨ ଜଣ ସାମ୍ବାଦିକ ମଧ୍ଯ ଏହାକୁ ବିରୋଧ ନକରି ତାଙ୍କ ପୁଅକୁ ଗେଟ ଆଉଟ୍ କହି ଅପମାନିତ କରିଛନ୍ତି ।

ଏହି ଭିଡିଓ ଭାଇରାଲ ହେବାପରେ ପିଡୀତ ମାନସିକ ଚାପରେ ରହି ଘରୁ ବାହାରୁ ନଥିବାବେଳେ ଜିଲ୍ଲାରେ ଜନତାର ସୁରକ୍ଷା ପାଇଁ ନିୟୋଜିତ ଥିବା ପୁଲିସ ଓ ଜନତାର ସ୍ୱର ବୋଲାଉଥିବା ସାମ୍ବାଦିକଙ୍କ ଏହି ଅତ୍ୟାଚାର ବିରୋଧରେ ସେ କେଉଁଠି ଅଭିଯୋଗ କରିବେ କିଛି ବୁଝି ପାରୁନଥିବା ପିଡିତଙ୍କ ବାପା କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.