କେନାଲ ପଠାରେ ଚାଲିଥିଲା ମଦ ପୋଚ ବେପାର, ଚଢାଉ କରି ୧୨୦୦ଲିଟର ନଷ୍ଟ କରିଦେଲା ପୋଲିସ୍

ପୁରୀ ଜ଼ିଲ୍ଲା ସତ୍ୟବାଦୀ ଥାନା ଶୋଳହଳ ଗ୍ରାମର ଏକ କେନାଲ ପଠାରୁ ଜବତ ହୋଇଛି ବିପୁଳ ପରିମାଣର ମଦ ପୋଚ । ଏଠାରେ ମଦ ପୋଚ ରନ୍ଧା ହୋଇ ବିକ୍ରି ହେଉଥିଲା । ନା ଥିଲା କାହାକୁ ଡର ନା ଭୟ ।

ସତ୍ୟବାଦୀ(କେନ୍ୟୁଜ) : ଧାଡି ଧାଡି ହୋଇ ଥୁଆ ହୋଇଛି ବଡ ବଡ ପ୍ଲାଷ୍ଟିକ ଜାରକିନ୍ । ଆଉ ଜାରକିନ୍ ଭିତରେ ଫୁଲ୍ ହୋଇ ରହିଛି ମଦ ପୋଚ । ଯିଏ ଦେଖିବ କିଛି ସମୟ ଚକିତ ହୋଇ ରହିଯିବ । ଏତେ ପରିମାଣର ମଦ ପୋଚ, ପୁଣି ଆସିଲା କେଉଁଠୁ ?

ପୁରୀ ଜ଼ିଲ୍ଲା ସତ୍ୟବାଦୀ ଥାନା ଶୋଳହଳ ଗ୍ରାମର ଏକ କେନାଲ ପଠାରୁ ଜବତ ହୋଇଛି ବିପୁଳ ପରିମାଣର ମଦ ପୋଚ । ଏଠାରେ ମଦ ପୋଚ ରନ୍ଧା ହୋଇ ବିକ୍ରି ହେଉଥିଲା । ନା ଥିଲା କାହାକୁ ଡର ନା ଭୟ । ପୋଲିସ୍ ଆଖିରେ ଧୂଳି ଦେଇ ଖୋଲା ଆକାଶ ତଳେ ଏଠାରେଦେଶୀ ମଦ ରନ୍ଧା ହୋଇ ଚାଲିଥିଲା ବିକ୍ରୀ । ହେଲେ ବିଲେଇ ଲୁଚି ଲୁଚି ଯେତେ କ୍ଷୀର ପିଇଲେ ବି କେବେ ନା କେବେ ନା ତ ଧରାପଡିଥାଏ । ସେହିଭଳି ଏଠାରେ ମଦ ପୋଚ ବିକ୍ରୀ ଚାଲିଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇଥିଲା ସ୍ତାନୀୟ ପୋଲିସ୍ ।

ଆଉ ଖବର ପାଇବା କ୍ଷଣି, ତୁରନ୍ତ ଥାନା ଅଧିକାରୀଙ୍କ ତତ୍ୱାବଧାନରେ ପୋଲିସ୍ ର ଏକ ଟିମ୍ ଘଟଣାସ୍ଥଳରେ ପହଁଚି ଚଢ଼ାଉ କରିଥିଲା । ତେବେ ପୋଲିସ୍ କୁ ଦେଖି ଛତ୍ରଭଙ୍ଗ ଦେଇଥିଲେ ଅଭିଯୁକ୍ତ ମାନେ । ପୋଲିସକୁ ଦେଖି ଘଟଣାସ୍ଥଳରୁ ଆଖି ପିଛୁଳାକେ ସବୁ ଫେରାର ହୋଇଯାଇଥିଲେ । ପୋଲିସ୍ ଧରିବାକୁ ବହୁ ଚେଷ୍ଟା କରିଥିଲେ ବି କାହାର ଟେର୍ ପାଇନଥିଲା ।

ତେବେ ଘଟଣାସ୍ଥଳରୁ ପୋଲିସ୍ ବିପୁଳ ପରିମାଣର ମଦ ପୋଚ ଜବତ କରିଥିଲା । ବଡ ବଡ ପ୍ଲାଷ୍ଟିକ ଜାରକିନ୍ ରେ ଗଛିତ ହୋଇଥିଲା ପୋଚ । ଯାହା ସୂଚନା କିଳିଛି ପାଖାପାଖି ୧୨୦୦ ଲିଟର ମଦ ପୋଚ ଜବତ କରିଥିଲା ପୋଲିସ୍ । ଏହା ସହିତ ଅନ୍ୟାନ୍ୟ ଆନୁସଙ୍ଗିକ ସାମଗ୍ରୀ ଯଥା ୟୁରିଆ ସାର, ଗୁଡ, ରସ ହାଣ୍ଡି ଇତ୍ୟାଦୀ ଜବତ କରାଯାଇଥିଲା ।

ସମସ୍ତ ଜବତ ପୋଚକୁ ଘଟଣାସ୍ଥଳେ ନଷ୍ଟ କରିଦିଆଯାଇଥିବା ଖବର ମିଳିଛି । ତେବେ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଥିବାବେଳେ ଧରି ଖୁବ୍ ଶୀଘ୍ର ସେମାନଙ୍କୁ କାବୁ କରାଯିବ ବୋଲି ପୋଲିସ୍ ପକ୍ଷରୁ କୁହାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.