ସମଲିଙ୍ଗୀ ସାଥୀ ପାଇଁ ମାତୃତ୍ୱକୁ ଭୁଲିଗଲା ମା’, ନିର୍ମମ ଭାବେ ନେଲା ନିଜ ସନ୍ତାନର ଜୀବନ

ନିକଟରେ ଜଣେ ମା’ ନିଜ ଛୁଆର ଜୀବନ ନେଇଛି । ଆଉ ମା’ ତା ଛୁଆର ଜୀବନ କାହିଁକି ନେଲା ସେକଥା ଜାଣିଲେ ଆପଣଙ୍କ ପାଦ ତଳୁ ମାଟି ଖସି ଯିବ । ଜଣେ ମା’ ନିଜ ସମଲିଙ୍ଗୀ ସମ୍ପର୍କକୁ ବଞ୍ଚାଇବା ପାଇଁ କରି ବସିଛି ଏମିତି ଅମାନବୀୟ କାଣ୍ଡ ।

ମା’ ଓ ସନ୍ତାନର ସମ୍ପର୍କ ସବୁଠୁ ଉଚ୍ଚରେ କାରଣ ଯେତେ ବାଧାବିଘ୍ନ ଆସିଲେ ବି ମା’ ତା ଛୁଆ ଘଣ୍ଟ ଘୋଡ଼େଇ ରଖିଥାଏ । କିନ୍ତୁ ଆଜିର ସମାଜରେ ଛୁଆମାନେ ନିଜ ମା’ ପାଖେ ବି ସୁରକ୍ଷିତ ନାହାନ୍ତି । କାହିଁକି ନା କିଛି ମା’ ଏପରି ଅଛନ୍ତି ଯେଉଁମାନେ ନିଜ ମାତୃତ୍ୱକୁ ଭୁଲି ଯାଉଛନ୍ତି । ଆଉ ନିଜ ସନ୍ତାନର ଜୀବନ ନେବାକୁ ବି ପଛାଉ ନାହାନ୍ତି । । ଆମେ ଏଭଳି କହିବାର କାରଣ ହେଉଛି ନିକଟରେ ଜଣେ ମା’ ନିଜ ଛୁଆର ଜୀବନ ନେଇଛି । ଆଉ ମା’ ତା ଛୁଆର ଜୀବନ କାହିଁକି ନେଲା ସେକଥା ଜାଣିଲେ ଆପଣଙ୍କ ପାଦ ତଳୁ ମାଟି ଖସି ଯିବ । ଜଣେ ମା’ ନିଜ ସମଲିଙ୍ଗୀ ସମ୍ପର୍କକୁ ବଞ୍ଚାଇବା ପାଇଁ କରି ବସିଛି ଏମିତି ଅମାନବୀୟ କାଣ୍ଡ ।

ଏଭଳି ଅଭାବନୀୟ ଘଟଣା ପଶ୍ଚିମ ବଙ୍ଗର ହୁଗୁଳି ଜିଲ୍ଲା କୌନନଗର ଅଞ୍ଚଳରେ ଘଟିଯାଇଛି । ୮ ବର୍ଷର ଶିଶୁର ଅତି ନିର୍ମମ ଭାବେ ଜୀବନ ନିଆଯାଇଛି । ମୃତ ଶିଶୁର ନାଁ ହେଉଛି ଶ୍ରେୟାଂଶୁ ଶର୍ମା । ଏ ସଭ୍ୟ ସମାଜରେ ଏମିତି ଘଟଣା ଆମ ଲୋମ ଟାଙ୍କୁରାଇ ଦେଉଛି । ପୋଲିସ ଘଟଣାର ତଦନ୍ତ କରିବା ପରେ ଗତ ୨୦ ଫେବୃଆରୀରେ ମୃତ ଶିଶୁର ମା’ ସହ ଅନ୍ୟ ଜଣେ ମହିଳାଙ୍କୁ ସମ୍ପୃକ୍ତ ଘଟଣାରେ ଗିରଫ କରିଛି ।

ଇସରତ୍‌ ପରଓ୍ଵିନ୍‌ ନାମକ ଜଣେ ମହିଳାଙ୍କ ସହ ମୃତ ଶିଶୁର ମା’ ଶାନ୍ତା ଶର୍ମା ଓରଫ ଗୁଡି ର ଅନୈତିକ ସମ୍ପର୍କ ଥିଲା । ସମଲିଙ୍ଗୀ ସମ୍ପର୍କ ପାଇଁ ନିଜ ପୁଅର ଜୀବନ ନେବାକୁ ପଛାଇଲାନି ମା’ । ଶ୍ରେୟାଂଶୁ ନିଜ ମା’ ଓ ପରଓ୍ଵିନକୁ ଅପାତ୍ତିଜନକ ସ୍ଥିତିରେ ଦେଖି ନେଇଥିଲା । ଏହା ପରେ ଶାନ୍ତା ଓ ପରଓ୍ଵିନ ମନକୁ ଆସିଥିଲା ଭୟ । କାଳେ ସେମାନେ ଧରା ପଡ଼ିଯିବେ ଓ ବଦନାମ୍‌ ହେବା ଭୟରେ ପୁଅକୁ କରିଥିଲେ ଆକ୍ରମଣ । ଆଉ କିଛି ମିନଟ ଭିତରେ ହିଁ ପୁଅକୁ ଜୀବନରୁ ମାରି ଦେଇଥିଲେ ଦୁଇ ସମଲିଙ୍ଗୀ ସାଥୀ ।

ରିପୋର୍ଟ ଅନୁଯାୟୀ ପୁଅର ଶବ୍ଦ ବାହାରକୁ ନଯିବା ପାଇଁ ଟିଭି ସାଉଣ୍ଡକୁ ବଢ଼ାଇବା ସହ ଘରେ ଥିବା କୁକୁରର ମୁହଁକୁ ବାନ୍ଧି ଦେଇଥିଲେ ଦୁଇ ମହିଳା । ଚତୁର୍ଥ ଶ୍ରେଣୀରେ ପଢ଼ୁଥିବା ଶ୍ରେୟାଂଶୁର ଦୁଇ ହାତକୁ କାଟି ଦେଇଥିଲେ ଦୁଇ ମହିଳା ଏବଂ ଏକ ଗଣେଶ ମୂର୍ତ୍ତିକୁ ନେଇ ଶ୍ରେୟାଂଶୁ ମୁଣ୍ଡରେ ଆଘାତ କରିଥିଲେ ।
ଏଭଳି ଘଟଣା ପରେ ଶ୍ରେୟାଂଶୁର ବାପା ପଙ୍କଜ ଶର୍ମା ଥାନାରେ ଅଭିଯୋଗ କରିଛନ୍ତି । ପଙ୍କଜ କୋଲକାତାରେ ଏକ ଘରୋଇ କମ୍ପାନୀରେ କାମ କରନ୍ତି ଏବଂ ତାଙ୍କ ସ୍ତ୍ରୀ ଏକ କସମେଟିକ୍‌ ଦୋକାନରେ କାମ କରୁଥିଲେ । ତେବେ ଶାନ୍ତା ଏବଂ ଇସରତ ପରଓ୍ଵିନ୍‌ ବିବାହ ପୂର୍ବରୁ ହିଁ ସମଲିଙ୍ଗୀ ସମ୍ପର୍କରେ ଥିଲେ ।

ପୋଲିସ ଘଟଣାର ତଦନ୍ତ କରିବା ପାଇଁ ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା । ସିସିଟିଭି ଫୁଟେଜରେ ଶ୍ରେୟାଂଶୁ ଘରୁ ଶାନ୍ତା ଏବଂ ପରଓ୍ଵିନ୍‌ ବାହାରୁଥିବାର ପୋଲିସ ଦେଖିବାକୁ ପାଇଥିଲା । ପରେ ପୋଲିସ ଦୁଇ ଜଣଙ୍କୁ ଅଟକ ରଖି ପଚରା ଉଚୁରା ଜାରି ରଖିଛି । ରକ୍ଷକ ଯଦି ଭକ୍ଷକ ସାଜେ ତେବେ ମଣିଷ କାହା ଉପରେ ବା ଭରସା କରିବ । ମା’ ହିଁ ଯଦି ନିଜ ଜନ୍ମ କଲା ସନ୍ତାନର ଜୀବନ ନେବ ତେବେ ସନ୍ତାନ କେମିତି ସୁରକ୍ଷିତ ରହିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.