ଚନ୍ଦ୍ରମା ଆପାର୍ଟମେଣ୍ଟର ଗୁଳିକାଣ୍ଡ ଘଟଣା, ବିଧାୟକ ରମେଶ ଜେନା କୋର୍ଟରେ ହାଜର

ଭୁବନେଶ୍ବର ବହୁ ଚର୍ଚ୍ଚିତ ଚନ୍ଦ୍ରମା ଆପାର୍ଟମେଣ୍ଟ ଗୁଳିକାଣ୍ଡ ଘଟଣାରେ ସ୍ବତନ୍ତ୍ର କୋର୍ଟରେ ହାଜର ହେଲେ ସାନଖେମୁଣ୍ଡି ବିଧାୟକ । ସ୍ବତନ୍ତ୍ର କୋର୍ଟରେ ହାଜର ହୋଇଛନ୍ତି ବିଧାୟକ ରମେଶ ଜେନା ।

ଭୁବନେଶ୍ବର (କେନ୍ୟୁଜ): ଭୁବନେଶ୍ବର ବହୁ ଚର୍ଚ୍ଚିତ ଚନ୍ଦ୍ରମା ଆପାର୍ଟମେଣ୍ଟ ଗୁଳିକାଣ୍ଡ ଘଟଣାରେ ସ୍ବତନ୍ତ୍ର କୋର୍ଟରେ ହାଜର ହେଲେ ସାନଖେମୁଣ୍ଡି ବିଧାୟକ । ସ୍ବତନ୍ତ୍ର କୋର୍ଟରେ ହାଜର ହୋଇଛନ୍ତି ବିଧାୟକ ରମେଶ ଜେନା । ଗୁଳିକାଣ୍ଡ ଘଟଣାକୁ ନେଇ କୋର୍ଟରେ ଚାଲିଛି ସାକ୍ଷୀ ଗ୍ରହଣ ପ୍ରକ୍ରିୟା । ଘଟଣାର ଅଭିଯୁକ୍ତ ଅଛନ୍ତି ବିଧାୟକ ରମେଶ ଜେନା ସହ ତାଙ୍କର କିଛି ସହଯୋଗୀ ।

ଗତକାଲି ଏହି ଘଟଣାର ତଦନ୍ତକାରୀ ଅଧିକାରୀ ତଥା ଖାରବେଳ ନଗର ଥାନାର ତତ୍କାଳୀନ ଇନ୍ସପେକ୍ଟର ସତ୍ୟଜିତ ମିଶ୍ରଙ୍କ ସାକ୍ଷ୍ୟ ଗ୍ରହଣ ହୋଇଥିଲା । ଏଥିସହ ପୁନର୍ବାର ଏହି ମାମଲାରେ ଆଜି ସ୍ବତନ୍ତ୍ର କୋର୍ଟରେ ହାଜର ହେବା ପାଇଁ ବିଧାୟକଙ୍କୁ ନୋଟିସ ହୋଇଥିଲା ।  ନିର୍ଦ୍ଦେଶ କ୍ରମେ ବିଧାୟକଙ୍କ ସମେତ ଅନ୍ୟ ଅଭିଯୁକ୍ତମାନେ ହାଜର ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ଭୁବନେଶ୍ବର ଚନ୍ଦ୍ରମା ଆପାର୍ଟମେଣ୍ଟ ଗୁଳିକାଣ୍ଡ ଘଟଣାରେ ଅଭିଯୁକ୍ତ ଥିଲେ ସାମଖେମୁଣ୍ଡି ବିଧାୟକ ରମେଶ ଜେନା । ଗତ ୨୦୧୧ ମସିହା ଫେବୃଆରୀ ୮ ତାରିଖରେ ଏହି ଗୁଳିକାଣ୍ଡ ଘଟଣାରେ ରମେଶ ଜେନା ଗିରଫ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.