ଜାଣନ୍ତୁ ଡାଇବେଟିସ୍ ରୋଗୀମାନେ କେଉଁ ଡ୍ରାଏ ଫ୍ରୁଟ୍ସ ଖାଇବେ ଏବଂ କେଉଁ ଡ୍ରାଏ ଫ୍ରୁଟ୍ସ ଖାଇବେ ନାହିଁ
ବର୍ତ୍ତମାନ ଭାରତରେ ଡାଇବେଟିସ୍ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢି ଚାଲିଛି । ଏହାର ମୁଖ୍ୟ କାରଣ ହେଉଛି ଖରାପ ଲାଇଫ୍ଷ୍ଟାଇଲ୍ । ତେବେ ଡାଇବେଟିସ୍ ଯୋଗୁ ଆଖି, କିଡନୀ ଏବଂ ହାର୍ଟ ଉପରେ ପ୍ରଭାବ ପଡିଥାଏ । ଏପରି ପରିସ୍ଥିତିରେ ଡାଇବେଟିସ୍ ରୋଗୀଙ୍କୁ ନିଜ ବ୍ଲଡ ସୁଗାରକୁ ନିୟନ୍ତ୍ରଣ କରିବା ପାଇଁ ଖାଦ୍ୟର ବିଶେଷ ଯତ୍ନ ନେବା ଉଚିତ୍ । ଯଦି ଆପଣ ଅଧିକ ଚିନି ଜିନିଷ ଖାଉଛନ୍ତି,ତେବେ ଆପଣଙ୍କ ବ୍ଲଡ ସୁଗାର ଲେବଲ ତୁରନ୍ତ ଅଧିକ ହୋଇପାରେ । ପ୍ରାୟତଃ ଡାଇବେଟିସ୍ ରୋଗୀମାନେ ଡ୍ରାଏ ଫ୍ରୁଟ୍ସରେ କ’ଣ ଖାଇବେ ଏବଂ କ’ଣ ନଖାଇବେ ଜାଣିପାରନ୍ତି ନାହିଁ ।

ଲୋକମାନେ ପ୍ରତିଦିନ ଶାରୀରିକ ବ୍ୟାୟାମ କମ୍ କରିବା ଏବଂ ଖରାପ ଖାଇବା ଅଭ୍ୟାସ ଯୋଗୁ ଡାଇବେଟିସ୍ ରୋଗୀମାନେ ଦ୍ରୁତ ଗତିରେ ବୃଦ୍ଧି ପାଉଛନ୍ତି । ସୂଚନା ମୁତାବକ, ଏକ ଆକଳନ ଅନୁଯାୟୀ, ୨୦୪୫ ସୁଦ୍ଧା ଭାରତରେ ୧୩୫ ନିୟୁତ ଲୋକ ଡାଇବେଟିସ୍ ରୋଗରେ ଆକ୍ରାନ୍ତ ହୋଇପାରନ୍ତି । ତେବେ ବର୍ତ୍ତମାନ ଭାରତରେ ଡାଇବେଟିସ୍ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢି ଚାଲିଛି । ଏହାର ମୁଖ୍ୟ କାରଣ ହେଉଛି ଖରାପ ଲାଇଫ୍ଷ୍ଟାଇଲ୍ । ତେବେ ଡାଇବେଟିସ୍ ଯୋଗୁ ଆଖି, କିଡନୀ ଏବଂ ହାର୍ଟ ଉପରେ ପ୍ରଭାବ ପଡିଥାଏ । ଏପରି ପରିସ୍ଥିତିରେ ଡାଇବେଟିସ୍ ରୋଗୀଙ୍କୁ ନିଜ ବ୍ଲଡ ସୁଗାରକୁ ନିୟନ୍ତ୍ରଣ କରିବା ପାଇଁ ଖାଦ୍ୟର ବିଶେଷ ଯତ୍ନ ନେବା ଉଚିତ୍ । ଯଦି ଆପଣ ଅଧିକ ଚିନି ଜିନିଷ ଖାଉଛନ୍ତି,ତେବେ ଆପଣଙ୍କ ବ୍ଲଡ ସୁଗାର ଲେବଲ ତୁରନ୍ତ ଅଧିକ ହୋଇପାରେ । ପ୍ରାୟତଃ ଡାଇବେଟିସ୍ ରୋଗୀମାନେ ଡ୍ରାଏ ଫ୍ରୁଟ୍ସରେ କ’ଣ ଖାଇବେ ଏବଂ କ’ଣ ନଖାଇବେ ଜାଣିପାରନ୍ତି ନାହିଁ । ତାହେଲେ ଆସନ୍ତୁ ଜାଣିବା ଯେ ଡାଇବେଟିସ୍ ରୋଗୀମାନେ କେଉଁ ସବୁ ଡ୍ରାଏ ଫ୍ରୁଟ୍ସ ଖାଇପାରିବେ ଏବଂ କେଉଁ ଡ୍ରାଏ ଫ୍ରୁଟ୍ସ ଖାଇବେ ନାହିଁ ।
ଡାଇବେଟିସ୍ ରୋଗୀମାନେ ଏହି ଡ୍ରାଏ ଫ୍ରୁଟ୍ସ ଖାଇବା ଠାରୁ ଦୂରେଇ ରହିବା ଉଚିତ :
କିସମିସ୍ : ତେବେ ଡାଇବେଟସ୍ ରୋଗୀମାନେ କିସମିସ୍ ଖାଇବା ଉଚିତ୍ ନୁହେଁ । କିସମିସ୍ ବହୁତ ମିଠା ଏବଂ ଏହାକୁ ଖାଇବା ଦ୍ୱାରା ବ୍ଲଡ ସୁଗାର ଲେବଲ ଶୀଘ୍ର ବଢିପାରେ । ଏପରି ପରିସ୍ଥିତିରେ କିସମିସ୍ ଖାଇବା ଡାଇବେଟିସ୍ରେ କ୍ଷତିକାରକ ବୋଲି ବିବେଚନା କରାଯାଏ ।
ଅଜିର : ଯଦିଓ ଅଜିରଗୁଡିକ ଫାଇବରରେ ଭର୍ପୁର ହୋଇଥିବା ଏକ ଡ୍ରାଏ ଫ୍ରୁଟ୍ସ, କିନ୍ତୁ ସେଗୁଡିକ ବହୁତ ମିଠା ଯାହା ବ୍ଲଡ ସୁଗାର ଲେବଲ ବଢାଇପାରେ । ଗୋଟିଏ କପ୍ ଅଜିରରେ ପ୍ରାୟ ୨୯ ଗ୍ରାମ ଚିନି ଥାଏ, ଯାହା ଡାଇବେଟିସ୍ ରୋଗୀଙ୍କ ବ୍ଲଡ ସୁଗାର ବଢାଇପାରେ ।
ଖଜୁରୀ : ଡାଇବେଟିସ୍ ରୋଗୀଙ୍କୁ ଖଜୁରୀ ଖାଇବା ସମ୍ପୂର୍ଣ୍ଣରୂପେ ଏଡାଇବା ଉଚିତ୍ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଯଦି ଆପଣଙ୍କର ବ୍ଲଡ ସୁଗାର ନିୟନ୍ତ୍ରଣରେ ଅଛି ଏବଂ ଆପଣ ବିଭିନ୍ନ ପ୍ରକାରର ଶାରୀରିକ କାର୍ଯ୍ୟକଳାପ କରନ୍ତି, ତେବେ ଆପଣ ବେଳେବେଳେ ମିଠା ପାଇଁ କିଛି ଖଜୁରୀ ଖାଇପାରିବେ । ଏହି କାରଣରୁ ଡାଇବେଟସ୍ ରୋଗୀମାନେ ଏହି ସବୁ ଡ୍ରାଏ ଫ୍ରୁଟ୍ସ ଖାଇବା ଉଚିତ ନୁହେଁ ।
ଡାଇବେଟିସ୍ ରୋଗୀମାନେ ଏହି ଡ୍ରାଏ ଫ୍ରୁଟ୍ସ ଖାଇପାରିବେ :
ଅଖରୋଟ୍ : ଡାଇବେଟିସ୍ ରୋଗୀମାନେ ନିଜ ଖାଦ୍ୟରେ ଅଖରୋଟ୍ ଅନ୍ତର୍ଭୂକ୍ତ କରିପାରିବେ । ତେବେ ଅଖରୋଟ୍ରେ ଭିଟାମିନ୍ E ଥାଏ ଏବଂ କ୍ୟାଲୋରୀରେ ବହୁତ କମ୍ ଥାଏ । ଅଖରୋଟ୍ ଖାଇବା ଦ୍ୱାରା ଟାଇପ୍-୨ ଡାଇବେଟିସ୍ ହେବାର ଆଶଙ୍କା କମିଯାଏ । କୋଲେଷ୍ଟ୍ରଲ ମଧ୍ୟ ନିୟନ୍ତ୍ରଣରେ ରହିଥାଏ ।
ବାଦାମ : ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଡାଇବେଟିସ୍ରେ ବାଦାମ ଖାଇବାକୁ ପରାମର୍ଶ ଦିଅନ୍ତି । ଡାଇବେଟିସ୍ ରୋଗୀଙ୍କ ପାଇଁ ବାଦାମ ହେଉଛି ସର୍ବୋତ୍ତମ ଡ୍ରାଏ ଫ୍ରୁଟ୍ସ । ବାଦାମ ଖାଇବା ଦ୍ୱାରା ଶରୀରରେ ଇନସୁଲିନ୍ ଉତ୍ପାଦନ ହୁଏ ଏବଂ ବ୍ଲଡ ସୁଗାର ଲେବଲ କମିଯାଏ ।
ପିସ୍ତା : ଡାଇବେଟିସ୍ ରୋଗୀଙ୍କ ପାଇଁ ପିସ୍ତା ମଧ୍ୟ ଲାଭଦାୟକ ହୋଇଥାଏ । ପିସ୍ତା ରେ ଫାଇବର, ଭିଟାମିନ୍ C, ଜିଙ୍କ, ପୋଟାସିୟମ୍, ଆଇରନ୍, ପ୍ରୋଟିନ୍, କ୍ୟାଲସିୟମ୍ ମିଳିଥାଏ । ଯେଉଁଥିପାଇଁ ଶରୀର ହେଲ୍ଦି ରହିଥାଏ ଏବଂ ବ୍ଲଡ ସୁଗାର ଲେବଲ୍ ମଧ୍ୟ ନିୟନ୍ତ୍ରଣରେ ରହିଥାଏ ।
କାଜୁ : ଡାଇବେଟିସ୍ରେ ସୀମିତ ପରିମାଣରେ କାଜୁ ମଧ୍ୟ ଖାଇ ପାରିବେ । ହେଲ୍ଥ ଲାଇନ୍ ଅନୁଯାୟୀ, କାଜୁ ବାଦାମ ଖାଇବା ଦ୍ୱାରା ବ୍ଲଡ୍ ସୁଗାର ଲେବଲ୍ ନିୟନ୍ତ୍ରଣରେ ରହିଥାଏ । କାଜୁରେ ହାଇ କୋଲେଷ୍ଟ୍ରଲ କମିଯାଏ ଏବଂ ହାର୍ଟ ସମସ୍ୟା ହେବାର ଆଶଙ୍କା ମଧ୍ୟ କମିଯାଏ । ସେଥିପାଇଁ ଡାଇବେଟିସ୍ ରୋଗୀମାନେ ଏହି ସବୁ ଡ୍ରାଏ ଫ୍ରୁଟ୍ସ ଖାଇପାରିବେ ।