ଖୁବ ଶୀଘ୍ର ଲଞ୍ଚ ହେବାକୁ ଯାଉଛି iQOO Z9 5G, ଜାଣନ୍ତୁ କ’ଣ ରହିଛି ଫିଚର୍ସ

ମିଡ୍ ରେଞ୍ଜରେ ଫୋନ୍ କିଣିବାକୁ ଚିନ୍ତା କରୁଥିବା ଲୋକଙ୍କ ପାଇଁ ଖୁବଶୀଘ୍ର ଏକ ଦମଦାର ସ୍ମାର୍ଟଫୋନ୍ ଲଞ୍ଚ ହେବାକୁ ଯାଉଛି । ଫୋନ୍ କମ୍ପାନୀ iQOO ନିକଟରେ ଏକ ନୂତନ ହ୍ୟାଣ୍ଡସେଟ୍ iQOO Z9 5G ଲଞ୍ଚ କରିଛି । ଏହି ଫୋନ୍ ଖୁବ୍ ଶୀଘ୍ର ଭାରତରେ ଲଞ୍ଚ ହେବାକୁ ଯାଉଛି ।

ମିଡ୍ ରେଞ୍ଜରେ ଫୋନ୍ କିଣିବାକୁ ଚିନ୍ତା କରୁଥିବା ଲୋକଙ୍କ ପାଇଁ ଖୁବଶୀଘ୍ର ଏକ ଦମଦାର ସ୍ମାର୍ଟଫୋନ୍ ଲଞ୍ଚ ହେବାକୁ ଯାଉଛି । ଫୋନ୍ କମ୍ପାନୀ iQOO ନିକଟରେ ଏକ ନୂତନ ହ୍ୟାଣ୍ଡସେଟ୍ iQOO Z9 5G ଲଞ୍ଚ କରିଛି । ଏହି ଫୋନ୍ ଖୁବ୍ ଶୀଘ୍ର ଭାରତରେ ଲଞ୍ଚ ହେବାକୁ ଯାଉଛି । ଏହାର ଟିଜର ଇ-କମର୍ସ ପ୍ଲାଟଫର୍ମ ଆମାଜନରେ ମଧ୍ୟ ରିଲିଜ କରିଛି । ଏହା ବ୍ୟତୀତ କିଛି ଫିଚର୍ସର ଡିଟେଲ୍ସ ମଧ୍ୟ ଦିଆଯାଇଛି । iQOO ଦାବି କରିଛି ଯେ ଏହା ହେଉଛି ସେଗମେଣ୍ଟର ସବୁଠାରୁ ପାୱାରଫୁଲ ଫୋନ୍ । ଏଥିରେ ମିଡିଆଟେକ ଡାଇମେନ୍ସଟି 7200 ଚିପସେଟର ସପୋର୍ଟ ରହିବ ।

ବର୍ତ୍ତମାନ, iQOO ଅଫିସିଆଲି ଭାବେ ଏହାର ଲଞ୍ଚ ଡାଟା ପ୍ରକାଶ କରିନାହିଁ । ମିଡିଆ ରିପୋର୍ଟ ଅନୁଯାୟୀ ଏହା ଖୁବ ଶୀଘ୍ର ଭାରତରେ ଲଞ୍ଚ ହେବ ଏବଂ ଏହା ଏକ ମଡ୍ ରେଞ୍ଜର ଫୋନ୍ ହେବ । ଟିଜରକୁ ଦେଖିଲେ ଜଣା ପଡୁଛି ଯେ ନୂଆ ସ୍ମାର୍ଟଫୋନ୍ ଡୁଆଲ୍ ରିୟର କ୍ୟାମେରା ସେଟଅପ୍ ସହିତ ଆସିବ । ଏଥିରେ ସୋନିର ପାୱାରଫୁଲ ସେନ୍ସର ବ୍ୟବହୃତ ହୋଇଛି ଯାହା ଭଲ ଫଟୋଗ୍ରାଫି ଏକ୍ସପେରିଏନ୍ସ ଦେବ ।

ଡିସପ୍ଲେ: iQOO Z9 ସ୍ମାର୍ଟଫୋନ୍ ୬.୬୭ ଇଞ୍ଚ AMOLED ଡିସପ୍ଲେ ସହିତ ଲଞ୍ଚ ହେବ । ଏଥିରେ 120Hz ରିଫ୍ରେସ ରେଟ, 1800 ନଟ୍ ପିକ୍ ବ୍ରାଇଟନେସ ଏବଂ 300Hz ଟଚ ସିମ୍ପଲିଙ୍ଗ ରହିବ ବୋଲି ଆଶା କରାଯାଉଛି ।

ଚିପସେଟ: ଆଗାମୀ ଫୋନରେ ମିଡିଆ ଟେକ୍ ଡାଇମେନ୍ସନ୍ 7200 ଚିପସେଟ୍ ବ୍ୟବହାର କରାଯିବ । ଏହା ଏକ ଅଷ୍ଟା-କୋର ଚିପସେଟ ଯାହା ୪ ନାନୋମିଟର ଫେବ୍ରୀକେସନରେ ନିର୍ମିତ । iQOO ଦାବି କରିଛି ଯେ ଏହା ଏହାର ସେଗମେଣ୍ଟରେ ସବୁଠାରୁ ପାୱାରଫୁଲ ଫୋନ୍ ।

ଷ୍ଟୋରେଜ୍: ୮ ଜିବି ପର୍ଯ୍ୟନ୍ତ RAM iQOO Z9 ରେ ରଖାଯିବ । ଏହା ବ୍ୟତୀତ କମ୍ପାନୀ ଭର୍ଚୁଆଲ୍ RAM ର ଅପ୍ସନ ମଧ୍ୟ ପ୍ରଦାନ କରିପାରେ ।

ଅପରେଟିଂ ସିଷ୍ଟମ୍: ନୂଆ ସ୍ମାର୍ଟଫୋନ୍ ଆଣ୍ଡ୍ରଏଡ୍ 14ରେ ବେସ୍ଡ Funtouch OS 14 ରେ ଚାଲିପାରିବ ।

କ୍ୟାମେରା: ଫଟୋଗ୍ରାଫି ପାଇଁ ଏଥିରେ ୫୦MP Sony IMX882 OIS ମେନ କ୍ୟାମେରା ଦିଆଯିବ । ଏଥିରେ ବାକି କ୍ୟାମେରା ମଧ୍ୟ ରହିବ ।

ବ୍ୟାଟେରୀ: iQOO ବ୍ୟାଟେରୀ ସମ୍ବନ୍ଧୀୟ କିଛି ବିବରଣୀ ପ୍ରକାଶ କରିନାହିଁ । ଏଥିପାଇଁ ଅପେକ୍ଷା କରିବାକୁ ପଡିବ ।

ରିପୋର୍ଟ ଅନୁଯାୟୀ, ଏହି ଫୋନ୍ ୨୫,୦୦୦ ଟଙ୍କା ରେଞ୍ଜ ମଧ୍ୟରେ ଲଞ୍ଚ ହୋଇପାରେ । ଲଞ୍ଚ ସମୟରେ କମ୍ପାନୀ ଏହି ଫୋନର ମୂଲ୍ୟ ଘୋଷଣା କରିବ । iQOO ଏହି ଫୋନକୁ ଆମାଜନରେ ସେଲ୍ କରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.