Below header

ଦାୟିତ୍ୱ ଗ୍ରହଣର ୪ ମାସ ପରେ ନୂଆ ଟିମ୍‌ ଗଢିଲେ ପାଲିସ ଡିଜି ସୁନୀଲ ବଂଶଲ, ନଜର ପକାନ୍ତୁ କିଏ ଅଛନ୍ତି ସାମିଲ୍

କେନ୍ୟୁଜ୍(ବ୍ୟୁରୋ):ପାଲିସ ଡିଜି ସୁନୀଲ ବଂଶଲଙ୍କ ନୂଆ ଟିମ୍‌। ଦାୟିତ୍ୱ ଗ୍ରହଣର ୪ ମାସ ପରେ ନୂଆ ଟିମ୍‌ ଗଠିତ ହୋଇଛି। ଗତ ଶୁକ୍ରବାର ଦେଖିବାକୁ ମିଳିଥିଲା ଆଇପିଏସ୍‌ ସ୍ତରରେ ବଡ଼ ଅଦଳବଦଳ। ଜେଲ ଡ଼ିଜି ଥିବା ୧୯୮୮ ବ୍ୟାଚ୍‌ IPS ସନ୍ତୋଷ ଉପାଧ୍ୟାୟ ଏବେ ଅଗ୍ନିଶମ ଓ ହୋମଗାର୍ଡ ଡିଜି ହୋଇଛନ୍ତି। ତାଙ୍କ ସ୍ଥାନରେ ସ୍ପେଶାଲ ଡ଼ିଜି SAP ଥିବା ୧୯୮୮ ବ୍ୟାଚ୍‌ IPS ମନୋଜ ଛାବ୍ରା ଅବସ୍ଥାପିତ ହୋଇଛନ୍ତି। ସେହିପରି ଗୁରୁତ୍ୱପୂର୍ଣ୍ଣ ଗୁଇନ୍ଦା ନିର୍ଦେଶକ ହୋଇଛନ୍ତି ୧୯୯୪ ବ୍ୟାଚ୍‌ IPS ସଞ୍ଜୀବ ପଣ୍ଡା। ସେହିପରି ପୁଣି କ୍ରାଇମବ୍ରାଞ୍ଚକୁ ଫେରିଛନ୍ତି ୧୯୯୬ ବ୍ୟାଚ୍‌ IPS ଅରୁଣ ବୋଥ୍ରା। ପୂର୍ବରୁ ଆଇଜି ଥିବା ଅରୁଣ ବୋଥ୍ରା ଏଥରେ ଏଡିଜି ହୋଇ ଦାୟିତ୍ୱ ନେବେ।

sunil banshal 2

ଗୁଇନ୍ଦା ନିର୍ଦ୍ଦେଶ ହୋଇଥିବା ସଞ୍ଜୀବ ପଣ୍ଡା, ADG କ୍ରାଇମବ୍ରାଞ୍ଚ ଭାବେ ସଫଳତାର ସହ କାମ କରିଛନ୍ତି। ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ଓ ଝୁନାକୁ ଗିରଫ କରିବାରେ ତାଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା। ସେହିଭଳି ପାରଲାଖେମୁଣ୍ଡି ACF ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲା, OCAC CEO whatsapp ହ୍ୟାକିଂ ମାମଲା, DRDO ଗୁପ୍ତତଥ୍ୟ ଲିକ୍‌ ମାମଲାରେ ବେଶ ସଫଳତା ହାସଲ କରିଥିଲେ।

 ସେହିପରି ଅରୁଣ ବୋଥ୍ରା, ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା ହେଉ ବା ପରି ମାମଲା ହେଉ, ଜଟିଳ କେସ୍‌କୁ ସଲ୍‌ଭ କରିଛନ୍ତି। ପରିବହନକମିଶନର, CESU CEO, CRUT ଓ OSRTC ମୁଖ୍ୟ ଭାବେ ସେ ତାଙ୍କ ଦକ୍ଷତାର ପରିଚୟ ଦେଇଛନ୍ତି। ସେଥିପାଇଁ ତାଙ୍କୁ ADG କ୍ରାଇମବ୍ରାଞ୍ଚ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀ ମିଳିଛି।

 ସେହିଭଳି କଟକ ଭୁବନେଶ୍ୱର ଡିସିପି ସମେତ ୬ ଏସପି ବଦଳି ହୋଇଛନ୍ତି। ଭୁବନେଶ୍ୱର ଡିସିପି ଥିବା ଉମା ଶଙ୍କର ଦାସ ପଦୋନ୍ନତି ପାଇ ଅତିରିକ୍ତ ସିପି ହୋଇଛନ୍ତି। ତାଙ୍କର ଅଭିଜ୍ଞତା ଯୋଗୁଁ ତାଙ୍କୁ କମିଶନରେଟ ପୋଲିସରେ ଅବସ୍ଥାପିତ କରାଯାଇଛି। କଟକରେ ଡିସିପି ଭାବେ ସଫଳତାର ସହ ଦାୟିତ୍ୱ ତୁଲାଇ ଥିବା ପ୍ରତୀକ ସିଂ ଭୁବନେଶ୍ୱର ଡିସିପି ହୋଇଛନ୍ତି। ବ୍ରହ୍ମପୁର ଏସପି ଭାବେ ଭଲ କାର୍ଯ୍ୟ କରିଥିବା ପିନାକ ମିଶ୍ର କଟକ ଡିସିପି ଭାବେ ଦାୟିତ୍ୱ ନେବେ। କିନ୍ତୁ ଅପରିବର୍ତ୍ତିତ ରହିଛନ୍ତି ପୋଲିସ କମିଶନର। ଟ୍ଵିନ୍‌ ସିଟି ପାଇଁ ସୌମେନ୍ଦ୍ର ପ୍ରିୟଦର୍ଶୀ ଉପରେ ଭରସା କରିଛନ୍ତି ପୋଲିସ ଡିଜି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.