ଶ୍ରମିକ ଦିବସରେ ବିଏମସି ପକ୍ଷରୁ ସଫେଇ କର୍ମଚାରୀଙ୍କ ପାଇଁ ବଡ଼ାଖାନା କାର୍ଯ୍ୟକ୍ରମ,ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କଲେ ମେୟର

ଭୁବନେଶ୍ବର(କେନ୍ୟୁଜ୍): ଶ୍ରମିକ ଦିବସ ଅବସରରେ ବିଏମସି ପକ୍ଷରୁ ସଫେଇ କର୍ମଚାରୀଙ୍କ ପାଇଁ ବଡ଼ାଖାନା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ୱାର୍ଡ ନମ୍ବର ୧୨ରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ମେୟର ସୁଲୋଚନା ଦାସ, ଅତିରିକ୍ତ କମିଶନର ଓ ମହାନଗର ନିଗମର ଅଧିକାରୀମାନେ ଯୋଗ ଦେଇ ସଫେଇ କର୍ମଚାରୀଙ୍କୁ ଉତ୍ସାହିତ କରିଥିଲେ । ଏଥର ସଫେଇ କର୍ମଚାରୀ ୟୁନିଫର୍ମ ପିନ୍ଧିବେ । ଏହାସହ ସ୍ୱାସ୍ଥ୍ୟ ବୀମା ଓ ସାପ୍ତାହିକ ମାଗଣା ସ୍ୱାସ୍ଥ୍ୟ ଚେକ୍‌ ଅପ୍‌ କରିବେ ବୋଲି ମେୟର ଘୋଷଣା କରିଛନ୍ତି।

ଭୁବନେଶ୍ୱର ସ୍ୱଚ୍ଛ ସୁନ୍ଦର ରଖିବା ଲାଗି ସଫେଇ କର୍ମଚାରୀଙ୍କ ଅନବରତ ପରିଶ୍ରମ ପ୍ରଶଂସନୀୟ। କୋଭିଡ୍‌ ମହାମାରୀର ଭୟାବହତା ମଧ୍ୟରେ ବି ସଫେଇ କର୍ମଚାରୀମାନେ ସାମ୍ନାରେ ରହି ସହରର ପରିମଳ ବ୍ୟବସ୍ଥାର ସୁଦୃଢୀକରଣ ପାଇଁ କାର୍ଯ୍ୟ କରିଛନ୍ତି। ଏହି ଅବସରରେ ସେମାନଙ୍କୁ ଉତ୍ସାହିତ କରିବା ଲାଗି ସେମାନଙ୍କ ସହ ମିଶି ଭୁବନେଶ୍ୱର ମେୟର ଓ ବିଏମ୍‌ସି ଅଧିକାରୀ ଏକାଠି ଭୋଜନ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.